Advertisment

କ୍ରାଇମ୍‌ ଶୋ’ ଦେଖି ଲିଭ୍‌-ଇନ୍‌ ପାର୍ଟନରକୁ ୩୫ ଖଣ୍ଡ କଲା ଯୁବକ, ମୃତଦେହ ରଖିବା ପାଇଁ ନୂଆ ଫ୍ରିଜ୍‌...

ପ୍ରଥମେ ଭଲ ପାଇବା, ପରେ ଗର୍ଲଫ୍ରେଣ୍ଡ୍‌ ସହ ଲିଭ-ଇନ୍‌ରେ ରହିବାର କିଛି ଦିନ ପରେ ପିସ୍‌ ପିସ୍‌ କରି ୩୫ ଖଣ୍ଡ କଲା ପ୍ରେମିକ। ଦିଲ୍ଲୀରେ ଜଣେ ଯୁବକଙ୍କ ଏଭଳି ବର୍ବରକାଣ୍ଡକୁ ନେଇ ସାରା ଦେଶରେ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।

ଅଦ୍ୟତନ ହୋଇଛି
Delhi Shraddha Murder Case

Man Killed Girlfriend In Delhi Fridge For Body, Agarbatti For Stench

Advertisment

ଡେଟିଂ-ଲିଭ୍‌-ଇନ୍‌-ମର୍ଡର। ପ୍ରଥମେ ଭଲ ପାଇବା, ପରେ ଗର୍ଲଫ୍ରେଣ୍ଡ୍‌ ସହ ଲିଭ-ଇନ୍‌ରେ ରହିବାର କିଛି ଦିନ ପରେ ପିସ୍‌ ପିସ୍‌ କରି ୩୫ ଖଣ୍ଡ କଲା ପ୍ରେମିକ। ଲିଭ୍-ଇନ୍‌ରେ ରହୁଥିବା ପ୍ରେମିକାକୁ ୩୫ ଖଣ୍ଡ କରି କାଟି ଏହାକୁ ଫ୍ରିଜ୍‌ରେ ରଖି, ପରେ ଜଙ୍ଗଲର ବିଭିନ୍ନ ସ୍ଥାନରେ ଫିଙ୍ଗିଲା ପ୍ରେମିକ। ଦିଲ୍ଲୀରେ ଜଣେ ଯୁବକଙ୍କ ଏଭଳି ବର୍ବରକାଣ୍ଡକୁ ନେଇ ସାରା ଦେଶରେ ଏବେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଯୁବକ ଜଣକ କାହିଁକି ଏଭଳି ଅମାନବୀୟ କାଣ୍ଡ ଘଟାଇଲେ ଓ ଏହା ପଛର କାରଣ କ’ଣ ତାହା ସାମ୍ନାକୁ ଆସିଛି। ପ୍ରେମିକାକୁ ହତ୍ୟା କରିଥିବା ଯୁବକଙ୍କ ନାଁ ଅଫତାବ ଅମିନ ପୁନାଓ୍ୱାଲା(୨୮) ଓ ମୃତ ଯୁବତୀଙ୍କ ନାଁ ଶ୍ରଦ୍ଧା(୨୬)।

Advertisment

ଅଧିକ ପଢ଼ନ୍ତୁ: ଗର୍ଲଫ୍ରେଣ୍ଡ୍‌କୁ ୩୫ ଖଣ୍ଡ କରି କାଟି ଫ୍ରିଜ୍‌ରେ ରଖିଥିଲା, ମୃତଦେହ ଫିଙ୍ଗିବା ପାଇଁ ରାତି ୨ଟାରେ...

ମୁମ୍ବାଇର ମଲ୍ଟି ନ୍ୟାସନାଲ୍‌ କମ୍ପାନୀର ଏକ କଲ୍‌ ସେଣ୍ଟରରେ କାର୍ଯ୍ୟ କାରୁଥିବା ଅଫତାବ ଓ ଶ୍ରଦ୍ଧାଙ୍କ ଲଭ୍‌ ଲାଇଫ୍‌ରେ ସେତେବେଳେ ଫାଟ ସୃଷ୍ଟି ହୋଇଥିଲା, ଯେତେବେଳେ ବିବାହ କଥା ଉଠିଲା। ପ୍ରଥମେ ଡେଟିଂ ଓ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ବିବାହ ପାଇଁ ପରିବାରକୁ ଜଣାଇଥିଲେ। ହେଲେ ପରିବାର ଲୋକେ ଏଥିରେ ରାଜି ହୋଇନଥିଲେ। ପରେ ଉଭୟ ଦିଲ୍ଲୀ ଆସି ମେହରଉଲିରେ ଏକ ଫ୍ଲାଟ୍‌ରେ ଲିଭ୍ ଇନ୍‌ରେ ରହୁଥିଲେ। ଅଫତାବଙ୍କୁ ବିବାହ କରିବାକୁ ଶ୍ରଦ୍ଧା ଚାହୁଁଥିଲେ। ଏଥିପାଇଁ ସବୁବେଳେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହୁଥିଲା। ହୁଏତ ଏଥିପାଇଁ ଅଫତାବ, ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।

Advertisment

ସୂଚନା ଅନୁସାରେ, ଗତ ମେ’ ୧୮ ତାରିଖରେ ଅଫତାବ ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲା। ମୃତଦେହ ରଖିବା ପାଇଁ ସେ ୩୦୦ ଲିଟରର ଏକ ନୂଆ ଫ୍ରିଜ୍‌ କିଣିଥିଲା। ହତ୍ୟା ପରେ ଅଫତାବ, ଶ୍ରଦ୍ଧାଙ୍କ ଶରୀରକୁ ୩୫ ଖଣ୍ଡ କରି ଏହାକୁ ଫ୍ରିଜ୍‌ରେ ରଖିଥିଲେ। ଦୁର୍ଗନ୍ଧ ଯେପରି ନବାହାରେ ଓ କେହି ଯେମିତି ଜାଣି ନପାରନ୍ତି ଏଥିପାଇଁ ସେ ଘରେ ସୁଗନ୍ଧ ଧୂପକାଠି ଜଳାଉଥିଲା। ଖାଲି ଏତିକି ନୁହେଁ ମୃତଦେହ ଫିଙ୍ଗିବାକୁ ୧୮ ଦିନ ପର୍ଯ୍ୟନ୍ତ ରାତି ୨ଟାରେ ବାହାରକୁ ଯାଉଥିଲା ଓ ମେହରଉଲି ଜଙ୍ଗଲର ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା। 

ଆମେରିକାରେ ପ୍ରସାରିତ ହେଉଥିବା କ୍ରାଇମ୍‌ ଶୋ’ 'Dexter' ଦେଖି ଅଫତାବ ଏଭଳି ବର୍ବରକାଣ୍ଡ ଘଟାଇଥିବା ତଦନ୍ତରୁ ଜଣାପଡ଼ିଛି। ଶ୍ରଦ୍ଧାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ପୋଲିସ୍ ହତ୍ୟା ମାମଲା ରୁଜୁ କରି ପ୍ରେମିକକୁ ୫ ଦିନ ପାଇଁ ହେପାଜତକୁ ନେଇଛି। 

Advertisment
Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ