Man Hits Woman For Refusing To Ride With On His Bike
ବିଚ୍ ରାସ୍ତାରେ ଯୁବତୀଙ୍କୁ ପିଟିଲେ। ବାଇକ୍ରେ ଯିବା ପାଇଁ ଯୁବତୀଙ୍କୁ ଡାକିଲେ, ହେଲେ ରୋକ୍ଠୋକ୍ ମନା କରିଦେଲେ ଯୁବତୀ। ଏଥିରେ ଉତ୍କ୍ଷିପ୍ତ ହୋଇ ଜଣେ ବ୍ୟକ୍ତି ରାଗରେ ସମ୍ପୃକ୍ତ ଯୁବତୀଙ୍କୁ ହେଲ୍ମେଟ୍ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ହରିୟାଣାରେ ଏହି ଘଟଣା ଘଟିଛି। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଆକ୍ରମଣ ବେଳର ଦୃଶ୍ୟ CCTVରେ କଏଦ ହୋଇଛି। ଏହାସହ ଯୁବତୀଙ୍କୁ ମାଡ଼ ମାରିଥିବା ବ୍ୟକ୍ତିଙ୍କୁ ମଧ୍ୟ ପୋଲିସ୍ ଚିହ୍ନଟ କରିଛି। ତାଙ୍କ ନାଁ କମଲ। ସେ ତାଙ୍କ ପଡ଼ୋଶୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।
CCTVରେ କଏଦ ହୋଇଥିବା ଫୁଟେଜ୍ରେ ଦେଖିବାକୁ ମିଳିଛି, ଜଣେ ବ୍ୟକ୍ତି ବାଇକ୍ରେ ଆସି ହଠାତ୍ ଏକ ଅଟୋ ପାଖରେ ଗାଡ଼ି ଅଟକାଇ ରହୁଛନ୍ତି। ଅଟୋ ଭିତରୁ ଜଣେ ଯୁବତୀ ବାହାରି ରାସ୍ତାରେ ଛିଡ଼ା ହୋଇଥିବା ବେଳେ ବ୍ୟକ୍ତି ଜଣକ ତାଙ୍କ ପାଖକୁ ଯାଇ କିଛି ସମୟ କଥାବାର୍ତ୍ତା ହୋଇଥିଲେ। ଏହାର ମାତ୍ର କିଛି ସମୟ ପରେ ସମ୍ପୃକ୍ତ ବ୍ୟକ୍ତି ହେଲ୍ମେଟ୍ରେ ଯୁବତୀଙ୍କ ଉପରକୁ ଆକ୍ରମଣ କରିଥିଲେ।
ଅଧିକ ପଢ଼ନ୍ତୁ: ଯାତ୍ରୀଙ୍କୁ ଘୋଷାଡ଼ି ପିଟିଲେ ରେଳ ଟିକେଟ୍ ଚେକିଂ କର୍ମଚାରୀ, ଦେଖନ୍ତୁ ଭିଡିଓ...
ନିଜକୁ ବଞ୍ଚାଇବାକୁ ଯାଇ ଯୁବତୀ ଜଣକ ହାତରେ ଧରିଥିବା ପର୍ସରେ ଉକ୍ତ ବ୍ୟକ୍ତିକୁ ପିଟିଥିଲେ। ହେଲେ ବ୍ୟକ୍ତି ଜଣକ ହେଲ୍ମେଟ୍ରେ ତାଙ୍କୁ ସେମିତି ମାଡ଼ ମାରି ଚାଲିଥିଲେ। ରାସ୍ତା ଉପରେ ଏସବୁ ଦୃଶ୍ୟ ଦେଖି କିଛି ଲୋକ ଦୌଡ଼ି ଆସି ଯୁବତୀଙ୍କୁ ବଞ୍ଚାଇ ଥିଲେ ଓ ଉକ୍ତ ବ୍ୟକ୍ତିଙ୍କୁ ଠେଲାପେଲା କରିଥିଲେ। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଘଟଣାକୁ ନେଇ ପୋଲିସ୍ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି।
ସୂଚନାଥାଉ କି, କିଛିଦିନ ପୂର୍ବେ ହରିୟାଣାର ଯମୁନାନଗରରେ ଜଣେ ମହିଳାଙ୍କୁ ଅପହରଣ ଉଦ୍ୟମ ହୋଇଥିଲା। ଯାହାର ଦୃଶ୍ୟ CCTVରେ କଏଦ ହୋଇଥିଲା। ୪ ଜଣ ବ୍ୟକ୍ତି ସମ୍ପୃକ୍ତ ମହିଳାଙ୍କୁ ଅପହରଣ ଉଦ୍ୟମ କରିଥିଲେ। ହେଲେ ମହିଳା ଜଣକ ଚିତ୍କାର କରିବାରୁ ଦୁର୍ବୃତ୍ତମାନେ ଘଟରାସ୍ଥଳରୁ ଫେରାର ହୋଇଯାଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1673064671.jpg)