ମାଟି ତଳେ ଦୁଇ ମହଲା ଘର। ଏଥିରେ ୧୧ଟି ବଖରା ଥିବାବେଳେ ରହିବା ଲାଗି ସବୁ ସୁବିଧା ରହିଛି। ସବୁଠୁ ବଡ଼ କଥା ହେଲା, ବର୍ଷା ହେଲେ ଏହି ମାଟି ତଳ ଘରେ ପାଣି ପଶୁନଥିବା ମଧ୍ୟ ଦାବି ହୋଇଛି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଉତ୍ତରପ୍ରଦେଶ ହର୍ଦୋଇର ଇରଫାନ ଅହମ୍ମଦ ଏଭଳି ଏକ ସ୍ଥାପତ୍ୟ କଳା କରି ଦେଖାଇଛନ୍ତି। ମାଟି ଖୋଳି ଭୂଇଁ ତଳେ ସେ ୨ ମହଲା ଘର ନିର୍ମାଣ କରିଛନ୍ତି। ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା।
୨୦୧୧ ମସିହାରୁ ଇରଫାନ ନିଜ ପୈତୃକ ଜମିରେ ଘର ନିର୍ମାଣ ଲାଗି ଯୋଜନା କରିଥିଲେ। କିନ୍ତୁ କୋଠା ଘର ନିର୍ମାଣ କରି କେବଳ ଶାଣରେ ଖୋଦେଇ କରି ମାଟି ତଳେ ଦୁଇ ମହଲା କୋଠା ସେ ନିର୍ମାଣ କରିଛନ୍ତି।
ଏଥିରେ ୧୧ଟି ବଖରା ଥିବାବେଳେ ରହିବା ଲାଗି ସବୁ ସୁବିଧା ଥିବା ଇରଫାନ କହିଛନ୍ତି। ବର୍ଷା ହେଲେ ବି ଏହି ମାଟି ତଳ ଘରେ ପାଣି ପଶୁନଥିବା ସେ ଦାବି କରିଛନ୍ତି। ଆଗକୁ ବି ସେ ଏଭଲି ଆହୁରି କଳାକୃତି ଜାରି ରଖିବେ ବୋଲି କହିଛନ୍ତି ।