Advertisment

୭ ମିନିଟ୍‌ ପାଇଁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଗଲେ ଏହି ୟୁଟ୍ୟୁବର, ପରେ ଜଣାପଡ଼ିଲା...

ମାତ୍ର ୭ ମିନିଟ୍‌ ପାଇଁ ଜଣେ ବ୍ୟକ୍ତି ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଯାଇଥିଲେ। ଏପରିକି ଏଲନ୍‌ଙ୍କଠୁ ମଧ୍ୟ ସେ ଧନୀ ହୋଇଯାଇଥିଲେ। ହେଲେ ତାଙ୍କର ଏହି ଖୁସି ମାତ୍ର କିଛି ସମୟ ପାଇଁ ଥିଲା।

ଅଦ୍ୟତନ ହୋଇଛି
Man Claims Became World's Richest Person For 7 Minutes

Man Claims Became World's Richest Person For 7 Minutes

Advertisment

ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି(World's Richest Person) ଭାବେ ଏଲନ୍‌ ମସ୍କ(Elon Musk)ଙ୍କୁ ସମସ୍ତେ ଜାଣନ୍ତି। ଏଲନ୍‌ ମସ୍କଙ୍କ ବ୍ୟତୀତ ଧନୀ ବ୍ୟକ୍ତି ତାଲିକାରେ ଜେଫ୍‌ ବେଜୋସ, ବିଲ୍ ଗେଟ୍ସ, ମାର୍କ ଜୁକରବର୍ଗଙ୍କ ନାଁ ମଧ୍ୟ ଅଛନ୍ତି। ହେଲେ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ, ଜଣେ ବ୍ୟକ୍ତି କିଛି ସମୟ ପାଇଁ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଯାଇଥିଲେ। ଏପରିକି ଏଲନ୍‌ଙ୍କଠୁ ମଧ୍ୟ ସେ ଧନୀ ହୋଇଯାଇଥିଲେ। ହେଲେ ତାଙ୍କର ଏହି ଖୁସି ମାତ୍ର ୭ ମିନିଟ୍‌ ପାଇଁ ଥିଲା। ମାତ୍ର ୭ ମିନିଟ୍‌ ପାଇଁ ସେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଯାଇଥିବା ସମ୍ପୃକ୍ତ ବ୍ୟକ୍ତି ଦାବି କରିଛନ୍ତି। ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ଏଲନ ମସ୍କ ୨୩୮ ଅରବ ଡଲାରର ମାଲିକ। 

Advertisment

ମାତ୍ର ୭ ମିନିଟ୍‌ ପାଇଁ ବିଶ୍ୱର ଧନୀ ବ୍ୟକ୍ତି ହୋଇଥିବା ଉକ୍ତ ବ୍ୟକ୍ତିଙ୍କ ନାଁ ମ୍ୟାକ୍ସ ଫୋଶ୍‌। ସେ ଜଣେ ୟୁଟ୍ୟୁବର। ମ୍ୟାକ୍ସ ଦାବି କରିଛନ୍ତି, ୭ ମିନିଟ୍‌ ପାଇଁ ସେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ହୋଇଯାଇଥିଲେ। ପ୍ରକୃତରେ ଘଟଣାଟି ହେଲା, Unlimited Money Ltd ନାଁରେ ମ୍ୟାକ୍ସ ଏକ କମ୍ପାନୀ ରେଜିଷ୍ଟର କରିଥିଲେ। ଏଥିପାଇଁ ସେ ୧୦ ଅରବ ଶେୟାର ଧାର୍ଯ୍ୟ କରିଥିଲେ। ସେ ତାଙ୍କ କମ୍ପାନୀର ଗୋଟିଏ ଶେୟାରକୁ ୫୦ ପାଉଣ୍ଡରେ ବିକ୍ରି କରି ଦେଇଥିଲେ, ଯାହାକୁ ଜଣେ ମହିଳା କିଣିଥିଲେ। ଏହି ଶେୟାର ବିକ୍ରି କରିବା ପାଇଁ ମ୍ୟାକ୍ସଙ୍କୁ ରାସ୍ତାକଡ଼ରେ ଚେୟାର ପକାଇ ସାଧାରଣ ଲୋକଙ୍କ ସହ ଆଲୋଚନା କରିବାକୁ ପଡ଼ିଥିଲା ଏହାପରେ ଜଣେ ମହିଳା ତାଙ୍କ କମ୍ପାନୀରେ ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏଭଳି ଭାବେ ମ୍ୟାକ୍ସଙ୍କ କମ୍ପାନୀର ଭାଲ୍ୟୁଏସନ୍‌ ୫୦୦ ଅରବ ପାଉଣ୍ଡ୍‌ ହୋଇଯାଇଥିଲା। ହେଲେ ତାଙ୍କର ଏହି ଖୁସି ମାତ୍ର କିଛି ସମୟ ପାଇଁ ଥିଲା।

ଗୋଟିଏ ଶେୟାରର ବିକ୍ରୟ ମୂଲ୍ୟ ଉପରେ ଆଧାର କରି ମ୍ୟାକ୍ସ କର୍ତ୍ତୃପକ୍ଷଙ୍କ ନିକଟକୁ କମ୍ପାନୀର ଡକ୍ୟୁମେଣ୍ଟ୍ ପଠାଇଥିଲେ। ଏହାପରେ କର୍ତ୍ତୃପକ୍ଷ ବହୁତ ଶୀଘ୍ର ତାଙ୍କ ପାଖକୁ ଏକ ଚିଠି ପଠାଇଥିଲେ। ଯେଉଁଥିରେ ଉଲ୍ଲେଖ କରାଯାଇଥିଲା, ଗୋଟିଏ ଶେୟାରର ବିକ୍ରୟ ମୂଲ୍ୟ ଉପରେ ଆଧାର କରି ତାଙ୍କ କମ୍ପାନୀର ଭାଲ୍ୟୁ ୫୦୦ ଅରବ ପାଉଣ୍ଡ ହୋଇଛି। ଚିଠିରେ ଏହା ମଧ୍ୟ ଉଲ୍ଲେଖ କରାଯାଇଥିଲା, ତାଙ୍କ କମ୍ପାନୀ ଏତେ ବଡ଼ ଭାଲ୍ୟୁଏସନ୍‌କୁ ସପୋର୍ଟ କରୁ ନାହିଁ। କାରଣ ନା ତାଙ୍କ କମ୍ପାନୀର କୌଣସି ରାଜସ୍ୱ ଅଛି ନା କୌଣସି ପ୍ରଡକ୍ଟ ବିକ୍ରୟ ହେଉଛି। ଏମିତିରେ ବି ମ୍ୟାକ୍ସଙ୍କ ବିରୋଧରେ ଠକେଇ ଅଭିଯୋଗ ମଧ୍ୟ ରହିଛି। 

Advertisment

କର୍ତ୍ତୃପକ୍ଷଙ୍କ ଚିଠି ପଢ଼ି ୭ ମିନିଟ୍‌ ପାଇଁ ମ୍ୟାକ୍ସ ବହୁତ ଖୁସି ହୋଇଯାଇଥିଲେ। କାରଣ ତାଙ୍କ କମ୍ପାନୀର ଭାଲ୍ୟୁଏସନ୍‌ ୫୦୦ ଅରବ ପାଉଣ୍ଡ୍‌ ହୋଇଯାଇଥିଲା। ଫଳରେ ସେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ୍‌ ମସ୍କଙ୍କଠୁ ବି ଧନୀ ହୋଇଯାଇଥିଲେ। ମ୍ୟାକ୍ସଙ୍କ ବିରୋଧରେ ଠକେଇ ଅଭିଯୋଗ ଆସିଥିବାରୁ କମ୍ପାନୀକୁ ତୁରନ୍ତ ବନ୍ଦ କରିବା ଲାଗି କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ମ୍ୟାକ୍ସ ତାଙ୍କ କମ୍ପାନୀର ଗୋଟିଏ ଶେୟାର କିଣିଥିବା ସମ୍ପୃକ୍ତ ମହିଳାଙ୍କ ଆଲୋଚନ କରି କମ୍ପାନୀ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। 

Elon Musk World's Richest Person Max Fosh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ