Man Beheads Villager Over Rs 500
ପ୍ରଥମେ ହତ୍ୟା କଲେ ଓ ପରେ କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲେ। ୫୦୦ ଟଙ୍କା ପାଇଁ ଆସାମର ଜଣେ ବ୍ୟକ୍ତି ନିଜ ଗାଁର ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫୁଟ୍ବଲ୍ ମ୍ୟାଚ୍ରେ ଏହି ଟଙ୍କା ବେଟ୍ ଲାଗିଥିଲା ବୋଲି ଜଣାପଡ଼ିଛି। ସବୁଠାରୁ ବଡ଼ କଥା, ଏହି ବୀଭତ୍ସ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଜଣକ କଟା ମୁଣ୍ଡ ଧରି ୨୫ କି.ମି. ଚାଲି ଚାଲି ପୋଲିସ୍ ଷ୍ଟେସନରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ। ସୋମବାର ଦିନ ଉତ୍ତର ଆସାମର ସୋନିଟପୁର ଜିଲ୍ଲାରେ ଏହି ହତ୍ୟାକାଣ୍ଡ ଘଟିଛି।
ସୂଚନା ଅନୁସାରେ, ସ୍ୱାଧୀନତା ଦିବସ ଅବସରରେ ସୋନିଟପୁର ଜିଲ୍ଲାରେ ଫୁଟ୍ବଲ୍ ମ୍ୟାଚ୍ ଆୟୋଜିତ ହୋଇଥିଲା। ମୃତକ ବୋଇଲା ହେମ୍ରମ୍ ୫୦୦ ଟଙ୍କା ଲୋନ୍ ପାଇଁ ଟୁନିରାମ୍ ମଦ୍ରିଙ୍କୁ ଅନୁରୋଧ କରିଥିଲେ। ହେଲେ ପରେ ଏହି ଲୋନ୍ ନନେବା ପାଇଁ ବୋଇଲା ମନା କରିଥିଲେ। ମ୍ୟାଚ୍ ପରେ ଟୁନିରାମ୍ଙ୍କୁ ପୁରସ୍କାର ସ୍ୱରୂପ ଏକ ଛେଳି ମିଳିଥିଲା। ଏହାପରେ ତାଙ୍କୁ ସାଙ୍ଗରେ ନେବା ପାଇଁ ଟୁନିରାମ, ବୋଇଲାଙ୍କୁ କହିଥିଲେ। ହେଲେ ସେ ମନା କରି ଦେଇଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଟୁନିରାମ ହତ୍ୟା କରିଥିଲେ।
ବୋଇଲାଙ୍କୁ ହତ୍ୟା କରିବା ପରେ ଟୁନିରାମ କଟା ମୁଣ୍ଡ ଧରି ଘରେ ପହଞ୍ଚିଥିଲେ। ଏହାପରେ କଟା ମୁଣ୍ଡ ଧରି ସେ ୨୫ କି.ମି. ଚାଲି ଚାଲି ପୋଲିସ୍ ଷ୍ଟେସନରେ ପହଞ୍ଚି ଆତ୍ମସମର୍ପଣ କରିଥିଲେ। ଏହାସହ ଯେଉଁ ମାରଣାସ୍ତ୍ରରେ ସେ ହତ୍ୟା କରିଥିଲେ, ତାହାକୁ ମଧ୍ୟ ପୋଲିସ୍କୁ ହସ୍ତାନ୍ତର କରିଥିଲେ। ଅଧିକ ପଚରାଉଚରା ପାଇଁ ଟୁନିରାମ ଅଟକ ରଖାଯାଇ ପୋଲିସ୍ ପଚରାଉଚରା ଚଳାଇଛି। ଏହାସହ ଘଟଣାର ତଦନ୍ତ ଜାରି ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1660727531.jpg)