Advertisment

ଚମକିଲା ଭାଗ୍ୟ; ୨୦ ବର୍ଷ ଧରି ଯେଉଁଠି ପିଅନ ଥିଲେ ସେଇଠି ହେଲେ ପ୍ରଫେସର

କୌଣସି କାମ ଏ ଦୁନିଆରେ ଅସମ୍ଭବ ନୁହେଁ। କୌଣସି ଲକ୍ଷ୍ୟ ମଣିଷ ପାଇଁ ଅପହଞ୍ଚ ନୁହେଁ। ଆଜିର ପିଅନଟି କାଲି ଅଫିସର ବି ହୋଇପାରେ। ଏଥିପାଇଁ କେବଳ ଲୋଡା କଠୋର ନିଷ୍ଠା ଆଉ ଦୃଢ ମନବଳ। ଏହି କଥାକୁ ସତ୍ୟ ପ୍ରମାଣିତ କରି ଦେଖାଇଛନ୍ତି କମଲ କିଶୋର ମଣ୍ଡଳ।

ଅଦ୍ୟତନ ହୋଇଛି
Peon Becomes Assistant Professor at the same department

Peon Becomes Assistant Professor at the same department

Advertisment

ଅଫିସର ଅବହେଳିତ ପିଅନ ବା ସିକ୍ୟୁରିଟ ଗାର୍ଡଟି ଅଫିସରଙ୍କ ଗାଡିକୁ ଦେଖିଲେ ସମ୍ଭ୍ରମତାର ସହ ଛିଡ଼ା ହୋଇ ଯାଉଥିବ। ବାବୁଙ୍କ ଗାଡି ଡୋର ଖୋଲୁ ଖୋଲୁ ହୁଏତ ମୁହୂର୍ତ୍ତକ ପାଇଁ ଇର୍ଷା ପରାୟଣ ହୋଇ ପଡ଼ୁଥିବ। ଅଥବା ନିଜ ସ୍ଥିତିକୁ ନେଇ ହୀନମନ୍ୟତାର ଶିକାର ହେଉଥିବ। ଗୋଟିଏ ମୁହୂର୍ତ୍ତ ପାଇଁ ହୁଏତ ଭାବୁଥିବ ଆମ ଭାଗ୍ୟରେ ଏ ସୁଖ କାହିଁ ! ହେଲେ ଆମେ ଏଠି କହିବୁ, କୌଣସି କାମ ଏ ଦୁନିଆରେ ଅସମ୍ଭବ ନୁହେଁ। କୌଣସି ଲକ୍ଷ୍ୟ ମଣିଷ ପାଇଁ ଅପହଞ୍ଚ ନୁହେଁ। ଆଜିର ପିଅନଟି କାଲି ଅଫିସର ବି ହୋଇପାରେ। ଏଥିପାଇଁ କେବଳ ଲୋଡା କଠୋର ନିଷ୍ଠା ଆଉ ଦୃଢ ମନବଳ। ଏହି କଥାକୁ ସତ୍ୟ ପ୍ରମାଣିତ କରି ଦେଖାଇଛନ୍ତି କମଲ କିଶୋର ମଣ୍ଡଳ।

Advertisment

୪୨ ବର୍ଷ ବୟସ୍କ କମଲ କିଶୋର ଏବେ ତିଲ୍‌କା ମାଂଝି ଭାଗଲପୁର ୟୁନିଭର୍ସିଟିରେ ଆସିଷ୍ଟାଣ୍ଡ ପ୍ରଫେସର ଭାବେ ନିଯୁକ୍ତି ପାଇଛନ୍ତି। ସେ ଆମ୍ବେଦକର ଥଟ୍‌ ଆଣ୍ଡ ସୋସିଆଲ ୱାର୍କ ବିଭାଗର ପ୍ରଫେସର । ହେଲେ କମଲଙ୍କ ଏହି ସଫଳତା ପଛର ସଂଘର୍ଷ କୌଣସି କାହାଣୀଠାରୁ କମ ନୁହେଁ।  ହଠାତ କମଲଙ୍କର ଆର୍ଥିକ ସ୍ଥିତି ଖରାପ ହୋଇଗଲା। ସେତେବଳକୁ ସେ ପଲିଟିକାଲ ସାଇନ୍ସରେ ଗ୍ରାଜୁଏଟ କରିସାରଥିଲେ। ପରିବାରର ଆର୍ଥିକ ସ୍ଥିତି ସମ୍ଭାଳିବା ପାଇଁ ସେ ପାଠପଢା ଛାଡି ଏକ ଛୋଟ ଚାକିରି କରିଥିଲେ। ପ୍ରଥମେ ସେ ଭାଗଲପୁରର  RD&DJ କଲେଜରେ ୨୦୦୩ରେ ନାଇଟ ଗାର୍ଡ ଭାବେ କାମ ଆରମ୍ଭ କରିଥିଲେ। ସେତେବେଳକୁ ତାଙ୍କ ବୟସ ମାତ୍ର ୨୩ ବର୍ଷ। ସେଠାରେ କାମ କରୁଥିବାବେଳେ ସେ ଦେଖିଲେ ପିଲାମାନେ ପାଠ ପଢିବାକୁ ଆସୁଛନ୍ତି। ଅଧିକ ପଢିବା ପାଇଁ ତାଙ୍କ ମନରେ ବି ଇଚ୍ଛା ହୋଇଥିଲା। ତା ପରେ ଉଚ୍ଚଶିକ୍ଷା ଆରମ୍ଭ କରିଥିଲେ। ସେ ଆମ୍ବେଦକର ଥଟ ଆଣ୍ଡ ସୋସିଆଲ ୱାର୍କରେ ମାଷ୍ଟର ଡିଗ୍ରୀ କଲେ। ୨୦୦୮ରେ ସେ ତିଲ୍‌କା ମାଂଝି ଭାଗଲପୁର ୟୁନିଭର୍ସିଟିକୁ ଡେପୁଟେଶନରେ ଯାଇଥିଲେ ଏବଂ ସେଠାରେ ପିଅନ ଭାବେ କାମ କରିବା ଆରମ୍ଭ କରିଥିଲେ। ୨୦୦୯ରେ ତାଙ୍କର ମାଷ୍ଟର ଡିଗ୍ରୀ ଶେଷ ହୋଇଥିଲା। ତଥାପି ସେ ସନ୍ତୁଷ୍ଟ ହୋଇ ନ ଥିଲେ। ଆହୁରି ପଢିବାକୁ ଚାହିଁଥିଲେ। ଦୀର୍ଘ ୩ ବର୍ଷ ପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ପିଏଚଡି ପାଇଁ ଅନୁମତି ମିଳିଥିଲା। ସେ ପିଏଚ୍‌ଡି କରିବା ସହ ନେଟ୍‌ ଏକ୍ଜାମ ମଧ୍ୟ କ୍ଲିୟର କରିଥିଲେ।

ସେ ଦିନେ ଭାଗ୍ୟ ପଛରେ ଦୌଡୁଥିଲେ। ଏହାପରେ ତାଙ୍କ ପଛରେ ଧାଇଁଲା ଭାଗ୍ୟ । ୨୦୨୦ରେ ବିହାର ଷ୍ଟେଟ ୟୁନିଭର୍ସିଟି ସର୍ଭିସ କମିଶନ (BSUSC) ପକ୍ଷରୁ ତିଲ୍‌କା ମାଂଝି ଭାଗଲପୁର ୟୁନିଭର୍ସିଟିରେ ୪ ଖାଲି ପ୍ରଫେସର ପଦବୀ ପାଇଁ ଆବେଦନ ପତ୍ର ଆହ୍ୱାନ କରାଗଲା। ଏଥି ପାଇଁ କମଲ ଆବେଦନ କରିଥିଲେ ଏବଂ ପ୍ରଫେସର ଭାବେ ନିଯୁକ୍ତି ପାଇଥିଲେ।

Advertisment

ଯେଉଁଠି ସେ ୨୦ ବର୍ଷ ଧରି ପିଅନ ଭାବେ କାମ କରିଥିଲେ ସେଠି ସେ ହେଲେ ପ୍ରଫେସର। ଏହାକୁ ଖାଲି ଭାଗ୍ୟ ବୋଲି ଆପଣ କହିପାରିବେନି। ଏହା ପଛରେ ଯେଉଁ ଆନ୍ତିରକ ଉଦ୍ୟମ ଆଉ ଆତ୍ମବିଶ୍ୱାସ ରହିଛି ତାକୁ ବି ସାଲ୍ୟୁଟ ମାରିବାକୁ ପଡିବ। ସେଇ ଉଦ୍ୟମ ଆଉ ନିଷ୍ଠା ଯୋଗୁ ହିଁ ଦିନେ ଅବିଶ୍ୱାସ ମନେ ହେଉଥିବା ସ୍ୱପ୍ନ ତାଙ୍କ ହାତମୁଠାରେ ସହଜରେ ଧରା ଦେଇଛି। ସଫଳତା ପାଇଁ ଧାଇଁ ଧାଇଁ ଭାଙ୍ଗି ପଡିଥିବା ପ୍ରତ୍ୟେକଟି ମଣିଷ ପାଇଁ ସେ ଆଜି ପାଲଟି ଯାଇଛନ୍ତି ଏକ ପ୍ରେରଣା।

Assistant Professor Inspirational Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ