Advertisment

ନୀତିଶ କୁମାରଙ୍କୁ ଆକ୍ରମଣ; ଯୁବକ ଗିରଫ

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଆକ୍ରମଣ। ପୋଲିସ ସଂପୃକ୍ତ ଯୁବକକୁ ଗିରଫ କରିଛି। ପାଟନାର ବଖତିଆରପୁରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ପଛପଟୁ ଜଣେ ଯୁବକ ହଠାତ୍ ମଞ୍ଚ ଉପରକୁ ଚଢିଯାଇଥିଲା ଏବଂ ନୀତିଶଙ୍କୁ ଆକ୍ରମଣ କରିଥିଲା।

Man attacked on cm Nitish Kumar

Man attacked on cm Nitish Kumar

Advertisment

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଆକ୍ରମଣ। ପୋଲିସ ସଂପୃକ୍ତ ଯୁବକକୁ ଗିରଫ କରିଛି। ପାଟନାର ବଖତିଆରପୁରରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସେଠାରେ ସ୍ୱାଧୀନତା ସଂଗ୍ରାମୀ ଶିଳଭଦ୍ର ୟାଜିଙ୍କ ପ୍ରତିମୂର୍ତ୍ତିରେ ଫୁଲମାଳ ଚଢାଇବାକୁ ଯିବାବେଳେ ନୀତିଶଙ୍କ ଉପରେ ଆକ୍ରମଣ ହୋଇଥିଲା। ପଛପଟୁ ଜଣେ ଯୁବକ ହଠାତ୍ ମଞ୍ଚ ଉପରକୁ ଚଢିଯାଇଥିଲା ଏବଂ ନୀତିଶଙ୍କୁ ଆକ୍ରମଣ କରିଥିଲା। ତେବେ ସୁରକ୍ଷାକର୍ମୀ ତୁରନ୍ତ ସଂପୃକ୍ତ ଯୁବକକୁ କାବୁ କରିନେଇଥିଲେ।

Advertisment

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସଂପୃକ୍ତ ଯୁବକଙ୍କୁ ମାଡ ନ ମାରି ପ୍ରଥମେ ସେ କ’ଣ କହିବାକୁ ଚାହୁଁଛି ତାହା ଶୁଣାଯାଉ ବୋଲି ସୁରକ୍ଷାକର୍ମୀଙ୍କୁ କହିଥିଲେ। ପରେ ତାକୁ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରାଯାଇଥିଲା। ଗିରଫ ଯୁବକକୁ ଥାନାରେ ପଚରାଉଚରା କରାଯାଉଛି। ନୀତିଶଙ୍କ ଉପରେ ହୋଇଥିବା ଆକ୍ରମଣ ସମୟର ଭିଡିଓ ଭାଇରାଲ୍ ହେଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି ସାମ୍ନାକୁ ଆସିଛି।

ତେବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ଆକ୍ରମଣ କରିଥିବା ଯୁବକ ଜଣେ ମାନସିକ ବିକୃତ ବୋଲି କୁହଯାଉଛି।

Advertisment
India News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ