Advertisment

ପୁଣି ଉଡ଼ନ୍ତା ବିମାନରେ ହଙ୍ଗାମା; ସହଯାତ୍ରୀଙ୍କ ଉପରେ ପରିସ୍ରା କରିଦେଲେ ମଦୁଆ ଯାତ୍ରୀ

ପୁଣି ଥରେ ବିମାନରେ ଜଣେ ଯାତ୍ରୀ ସହଯାତ୍ରୀଙ୍କ ଉପରକୁ ପରିସ୍ରା କରିବା ଘଟଣା ସାମନାକୁ ଆସିଛି।

ଅଦ୍ୟତନ ହୋଇଛି
Indian Man On Board New York-Delhi Flight Pees On Co-Flyer

New York-Delhi flight

Advertisment

ପୁଣି ଉଡ଼ନ୍ତା ବିମାନରେ ଭାରତୀୟ ଯାତ୍ରୀଙ୍କ ହଙ୍ଗାମା । ବିମାନରେ ସହଯାତ୍ରୀଙ୍କ ଉପରେ ପରିସ୍ରା କରି ବନ୍ଧା ହେଲେ ଯାତ୍ରୀ । ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ବିମାନରେ ଏଭଳି ଘଚଣା ଘଟିଛି । ଅଭିଯୁକ୍ତଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଗିରଫ କରାଯାଇଛି । ବିମାନରେ ବାରମ୍ବାର ଯାତ୍ରୀଙ୍କ ମଧ୍ୟରେ ବିଶୃଙ୍ଖଳା ହେଉଥିବାର ଘଟଣା ସାମ୍ନାକୁ ଆସୁଛି ।

Advertisment

ସୂଚନାନୁଯାୟୀ ଆମେରିକା ଏୟାରଲାଇନ୍ସର AA-292 ନଂ ଫ୍ଲାଇଟ୍‌ ଗତକାଲି ନ୍ୟୁୟର୍କରୁ ଦିଲ୍ଲୀ ଅଭିମୁଖେ ଆସୁଥିଲା । ସେହି ଫ୍ଲାଇଟ୍‌ରେ ଆସୁଥିବା ଜଣେ ଭାରତୀୟ ନିଜ ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା କୁହାଯାଉଛି । ଏନେଇ ପୀଡ଼ିତ ଯାତ୍ରୀ ଜଣକ ଫ୍ଲାଇଟ୍‌ର କ୍ର୍ୟୁ ମେମ୍ବରଙ୍କୁ ଜଣାଇ ଥିଲେ । ଏନେଇ ଯାତ୍ରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି ।

ଅଧିକ ପଢ଼ନ୍ତୁ: ମଝି ଆକାଶରେ ଯାତ୍ରୀଙ୍କ ହଙ୍ଗାମା; ଲଣ୍ତନ ଯାଉଥିବା ବିମାନ ଦିଲ୍ଲୀ ଫେରିଲା

Advertisment

ବାସ୍ତବରେ ଅଭିଯୁକ୍ତ ଜଣକ ନିଶାସକ୍ତ ଅବସ୍ଥାରେ ଅନ୍ୟ ଏକ ଯାତ୍ରୀଙ୍କ ସହ ଯୁକ୍ତିତର୍କ କରି ତାଙ୍କ ଉପରେ ପରିସ୍ରା କରିଦେଇଥିଲେ । ପୀଡ଼ିତାଙ୍କ ବୟାନ ଅନୁଯାୟୀ ବିମାନ କର୍ତ୍ତୁପକ୍ଷ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କୁ ଗିରଫ କରିଥିଲେ । ତାଙ୍କ ନାଁରେ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି ।

ବିମାନ ଅବତରଣ ପୂର୍ବରୁ ଏ ନେଇ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କୁ ସୂଚନା ଦିଆଯାଇଥିଲା । ଫଳରେ ବିମାନ ଅବତରଣ ପରେ ପୋଲିସ୍‌ ତୁରନ୍ତ ଅଭିଯୁକ୍ତଙ୍କ ସମେତ ପୀଡ଼ିତଙ୍କୁ ବି ଥାନାକୁ ନେଇଥିଲା । ସେଠାରେ ପୀଡ଼ିତାଙ୍କ ଅଭିଯୋଗକ୍ରମେ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଗତ ବର୍ଷ ନଭେମ୍ବର ୨୬ ତାରିଖରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏକ ଫ୍ଲାଇଟ୍‌ରେ ନିଶାଗ୍ରସ୍ତ ଜଣେ ବ୍ୟକ୍ତି ନିଜ ମହିଳା ସହଯାତ୍ରୀଙ୍କ ଉପରେ ପରିସ୍ରା କରି ଦେଇଥିଲେ। ଏନେଇ ମହିଳାଜଣକ ଅଭିଯୋଗ କରିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ଘଟଣାରେ ଅଭିଯୁକ୍ତ ସମ୍ପୃକ୍ତ ମହିଳାଙ୍କୁ କ୍ଷମା ମାଗିବା ସହ ତାଙ୍କୁ କ୍ଷତିପୂରଣ ମଧ୍ୟ ଦେଇଥିଲେ ।

ଏହାପରେ ଡିସେମ୍ବର ୬ ତାରିଖରେ ଏୟାର ଇଣ୍ଡିଆର ପ୍ୟାରିସ- ନୂଆଦିଲ୍ଲୀ ବିମାନରେ ଜଣେ ମହିଳା ଯାତ୍ରୀ ଶୌଚାଳୟ ଯାଇଥିବା ବେଳେ ପାଖରେ ବସିଥିବା ସହଯାତ୍ରୀ ତାଙ୍କ କମ୍ବଳରେ ପରିସ୍ରା କରିଦେଇଥିଲେ । ଏହାପରେ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ବାରମ୍ବାର ବିମାନରେ ଏପରି ଘଟଣା ଘଟୁଥିବା ବେଳେ ଏହା ବନ୍ଦ ହେବା ନାଁ ଧରୁନି । ।

Delhi Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ