Advertisment

ସ୍ୱାଧୀନତା ଦିବସରେ କଳାକାରଙ୍କ ସହ ଧୁମ୍‌ ନାଚିଲେ ଦିଦି, ଭାଇରାଲ ହେଲା ଭିଡିଓ

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଳାକାରଙ୍କ ସହ ମିଶି ଦୀର୍ଘ ସମୟ ପର୍ଯ୍ୟନ୍ତ ନାଚିଥିଲେ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପାରମ୍ପରିକ ଗୀତରେ ଦିଦି ନାଚୁଥିବା ବେଳେ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ସାମିଲ ହୋଇଥିବା ଅତିଥିମାନେ ତାଙ୍କ ଭିଡିଓ ରେକର୍ଡ କରୁଥିବା ଦେଖିବାକୁ ମିଳିଛି।

Mamata Banerjee

Mamata Banerjee

Advertisment

ସ୍ୱାଧୀନତା ଦିବସରେ ନାଚିଲେ ଦିଦି। କଳାକାରଙ୍କ ସହ ମିଶି ରାଜରାସ୍ତାରେ ଧମାକାଦାର ନାଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କୋଲକାତାରେ ସ୍ୱାଧୀନତା ଦିବସ ଅବସରରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ କଳାକାର ଆସିଥିଲେ। ଆଉ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ସେମାନେ ନାଚୁଥିବା ବେଳେ ହଠାତ୍‌ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ସହ ନାଚିବାକୁ ଲାଗିଥିଲେ। ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଳାକାରଙ୍କ ସହ ମିଶି ଦୀର୍ଘ ସମୟ ପର୍ଯ୍ୟନ୍ତ ନାଚିଥିଲେ। ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପାରମ୍ପରିକ ଗୀତରେ ଦିଦି ନାଚୁଥିବା ବେଳେ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ସାମିଲ ହୋଇଥିବା ଅତିଥିମାନେ ତାଙ୍କ ଭିଡିଓ ରେକର୍ଡ କରୁଥିବା ଦେଖିବାକୁ ମିଳିଛି।

ତେବେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ଦିଦି କହିଛନ୍ତି, ନିଜ ଜୀବନକୁ ଉତ୍ସର୍ଗ କରିଥିବା ସଂଗ୍ରାମୀଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି। ଭାରତୀୟମାନେ ଦେଶର ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସମର୍ଥନ କରିବା ଉଚିତ । ସ୍ୱାଧୀନତା ହାସଲ କରିଥିବା ଭାରତୀୟମାନେ ମଧ୍ୟ ସେମାନଙ୍କ ପୂର୍ବପୁରୁଷଙ୍କ ପବିତ୍ର ଐତିହ୍ୟକୁ ସଂରକ୍ଷଣ କରିବା ଉଚିତ୍।

Advertisment

ଖାଲି ଏତିକି ନୁହେଁ ବରଂ ଦିଦି ଟ୍ୱିଟ କରି କହିଛନ୍ତି, ‘ଆଜି ଆମେ ଆମର ପୂର୍ବପୁରୁଷଙ୍କ ସର୍ବୋଚ୍ଚ ବଳିଦାନକୁ ମନେପକାଉଛି, ଯେଉଁଥିପାଇଁ ଆମ ଦେଶ ସ୍ୱାଧୀନ ହେଲା। ଆମେ ସେମାନଙ୍କର ପବିତ୍ର ଐତିହ୍ୟକୁ ବଞ୍ଚାଇ ରଖିବା ଏବଂ ଆମର ଗଣତାନ୍ତ୍ରିକ ମୂଲ୍ୟବୋଧ ତଥା ଲୋକଙ୍କ ଅଧିକାରର ସମ୍ମାନ ରକ୍ଷା କରିବା ଜରୁରୀ।’

ତେବେ ଦିଦିଙ୍କର ଭିଡ଼ିଓ ଏବେ ନୁହେଁ ବରଂ ବହୁ ପୂର୍ବରୁ ଅନେକ ଥର ଭାଇରାଲ ହୋଇଛି। କେତେବେଳେ ଗୁପଚୁପ ତ ଆଉ କେତେବେଳେ ରାସ୍ତା କଡରେ ମୋମୋ କରୁଥିବା ବେଳେ ଭାଇରାଲ ହୋଇଛି ଦିଦିଙ୍କ ଭିଡ଼ିଓ। ତେବେ ,ସ୍ୱାଧୀନତା ଦିବସରେ ନାଚୁଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରୁଛି।

Advertisment

ବ୍ୟୁରୋ ରିପୋର୍ଟ, ଓଟିଭି

Mamata Banerjee
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ