Advertisment

Jagannath Mandir Controversy: ଜଗନ୍ନାଥ ସଂସ୍କୃତିକୁ ନେଇ କାହିଁକି ଖେଳୁଛନ୍ତି ଦିଦି ? ହେବ କି ଓଡ଼ିଶା ମନା ?

ସ୍ଥାନୀୟ ଭକ୍ତ ମଧ୍ୟ ମମତାଙ୍କ ଏଭଳି ଜିଦଖୋର ଆଭିମୁଖ୍ୟକୁ ନାପସନ୍ଦ କରୁଛନ୍ତି । ନିକଟରେ ଯାଇଥିବା ସ୍ନାନଯାତ୍ରାକୁ ପଶ୍ଚିମବଙ୍ଗରୁ ଆସିଥିବା କେତେକ ଭକ୍ତ ମଧ୍ୟ ଖୋଲାଖୋଲି ଭାବେ କ୍ୟାମେରା ଆଗରେ ପୁରୀ ହିଁ ଜଗନ୍ନାଥଙ୍କ ଧାମ ବୋଲି ଦୃଢ଼ୋକ୍ତି ପ୍ରକାଶ କରିବା ସହ ମମତାଙ୍କ ଆଭିମୁଖ୍ୟକୁ କଡ଼ା ବିରୋଧ କରିଥିଲେ। ସେତେବେଳେ ଏହା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା।

ଅଦ୍ୟତନ ହୋଇଛି
ଦୀଘା ଜଗନ୍ନାଥ ମନ୍ଦିର ବିବାଦ

ଦୀଘା ଜଗନ୍ନାଥ ମନ୍ଦିର ବିବାଦ

Advertisment

ମମତାଙ୍କୁ ହେବ କି ଓଡ଼ିଶା ମନା ? ଶ୍ରୀମନ୍ଦିରକୁ ନେଇ ସରକାର ନେବେ କି କଡ଼ା ଆଭିମୁଖ୍ୟ ? ଗଜପତି ମହାରାଜା ଖୋଲିବେ କି ମୁହଁ ? ଏପରି କିଛି ପ୍ରସଙ୍ଗକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର । ଜଗନ୍ନାଥ ସଂସ୍କୃତିକୁ ନେଇ କାହିଁକି ଖେଳୁଛନ୍ତି ଦିଦି ? ବୋଲି ସେ ପ୍ରଶ୍ନ କରିଛନ୍ତି । ତା’ ସହ ଜଗନ୍ନାଥ ଆହୁରି କହିଛନ୍ତି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତାଙ୍କ ନେତାଙ୍କ ପାଇଁ ଫତୁଆ ଜାରି କରିଛନ୍ତି । ରଥଯାତ୍ରା ସମୟରେ ସମସ୍ତ ମନ୍ତ୍ରୀ ଓ ବିଧାୟକ ପୁରୀ ନଆସିବାକୁ କହିଛନ୍ତି ।

Advertisment

ଅନ୍ୟ ପକ୍ଷରେ ସ୍ଥାନୀୟ ଭକ୍ତ ମଧ୍ୟ ମମତାଙ୍କ ଏଭଳି ଜିଦଖୋର ଆଭିମୁଖ୍ୟକୁ ନାପସନ୍ଦ କରୁଛନ୍ତି । ନିକଟରେ ଯାଇଥିବା ସ୍ନାନଯାତ୍ରାକୁ ପଶ୍ଚିମବଙ୍ଗରୁ ଆସିଥିବା କେତେକ ଭକ୍ତ ମଧ୍ୟ ଖୋଲାଖୋଲି ଭାବେ କ୍ୟାମେରା ଆଗରେ ପୁରୀ ହିଁ ଜଗନ୍ନାଥଙ୍କ ଧାମ ବୋଲି ଦୃଢ଼ୋକ୍ତି ପ୍ରକାଶ କରିବା ସହ ମମତାଙ୍କ ଆଭିମୁଖ୍ୟକୁ କଡ଼ା ବିରୋଧ କରିଥିଲେ। ସେତେବେଳେ ଏହା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା।

ସେପଟେ ଇସ୍କନ ଆମ ସଂସ୍କୃତିକୁ ବିଲୁପ୍ତକୁ ବିଲୁପ୍ତ କରିବା ପାଇଁ ଚେଷ୍ଠା କରୁଛି । ସେମାନଙ୍କୁ ଶ୍ରୀକ୍ଷତ୍ର ପୁରାଇ ଦିଆନଯାଉ । ସେମାନଙ୍କୁ ଗଜପତି ମହାରାଜା କଡା ଚେତାବନୀ ଦିଅନ୍ତୁ ବୋଲି କହିଛନ୍ତି ଜଗନ୍ନାଥଙ୍କ ବାଡଗ୍ରାହୀ ।

Advertisment

ସେହିପରି ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର । ସେ କହିଛନ୍ତି, ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରାଯାଇଛି । ରାଜ୍ୟ ସରକାର ନୂଆ ନିୟମ ଆଣିବା ଦରକାର । ଇସ୍କନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ । ସେମାନଙ୍କ ଆଇନ୍‌ଗତ ଦଣ୍ଡ ଦିଆଯାଉ । ଗତପତି ମହାରାଜା ଆଉ ପତ୍ର ନଲେଖି ସିଧାସଳଖ ପଦକ୍ଷେପ ନିଅନ୍ତୁ ବୋଲି କହିଛନ୍ତି ରାମଚନ୍ଦ୍ର ଦାସ ମହାପାତ୍ର । ସନାତନ ଧର୍ମକୁ ନଷ୍ଟ କରିବାକୁ ଏହି ଚକ୍ରାନ୍ତ ଚାଲିଛି । ଏହା ଉପରେ ଜବାବ ଦେବା ଦରକାର ବୋଲି ସେ କହିଛନ୍ତି ।

ପୂର୍ବରୁ ଅନେକ ଥର ଏନେଇ ବିବାଦ ହୋଇଥିଲେ ମଧ୍ୟ ଦୀଘାରେ ଜଗନ୍ନାଥ ମନ୍ଦିର ହେବା ପରେ ଏହି ବିବାଦ ଆହୁରି ବଢ଼ିବାରେ ଲାଗିଛି । ସରକାର ଏ ଦିଗରେ କି ପଦକ୍ଷେପ ନେଉଚନ୍ତି ତା’ ଦେଖିବାକୁ ବାକି ରହିଲା ।

Advertisment
Mamata Banerjee Jagannath Temple Puri Srimandir Digha Jagannath Culture Of Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ