Advertisment

'କାଳୀ' ଫିଲ୍ମର ପୋଷ୍ଟରକୁ ନେଇ ମମତା କହିଲେ: ଭୁଲକୁ ସଂଶୋଧନ କରାଯାଇପାରିବ

‘କାଳୀ’ ଫିଲ୍ମର ବିବାଦୀୟ ପୋଷ୍ଟରକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ।

 mamata banerjee

mamata banerjee

Advertisment

କୋଲକାତା: ଆମେ କାମ କଲା ବେଳେ କିଛି ଭୁଲ ହେବା ସ୍ୱାଭାବିକ। କିନ୍ତୁ ସେଗୁଡ଼ିକୁ ସଜଡ଼ାଯାଇପାରିବ। ଡକ୍ୟୁମେଣ୍ଟାରୀ ଫିଲ୍ମ ‘କାଳୀ’ର ବିବାଦୀୟ ପୋଷ୍ଟରକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ କହିଛନ୍ତି ଯେ କାହିଁକି କିଛି ଲୋକ ନକରାତ୍ମକ ପ୍ରସଙ୍ଗକୁ ନେଇ ଏତେ ବିବାଦ ସୃଷ୍ଟି କରନ୍ତି? ବେଳେ ବେଳେ ମୋତେ ଲାଗେ, ଯେ କୌଣସି ନକରାତ୍ମକ ପ୍ରସଙ୍ଗରେ ଆମେ ଜାଣିଶୁଣି ଏହାକୁ ଆହୁରି ବିବାଦୀୟ କରିବାକୁ ଲାଗିପଡ଼ୁ। କୋଲକାତାର ନେତାଜୀ ଇନଡୋର ଷ୍ଟାଡିୟମର ଛାତ୍ରମାନଙ୍କୁ କ୍ରେଡିଟ୍ କାର୍ଡ଼ ବଣ୍ଟନ ଅବସରରେ ଏହା କହିଛନ୍ତି ମମତା ବାନାର୍ଜୀ।

Advertisment

ସେ ଆହୁରି କହିଛନ୍ତି ଯେ ଆମେ କାମ କଲା ବେଳେ କିଛି ଭୁଲ ହେବା ସ୍ୱାଭାବିକ। କିନ୍ତୁ ସେଗୁଡ଼ିକୁ ସଜଡ଼ାଯାଇପାରିବ। କିଛି ଲୋକ କିଛି ଭଲ କାମ ଦେଖିପାରନ୍ତି ନାହିଁ, ସେମାନେ ତୁରନ୍ତ ପ୍ରତିକ୍ରିୟାଶୀଳ ହୋଇ ଉଠନ୍ତି। ନକରାତ୍ମକ ଭାବନା ଆମ ବ୍ରେନ୍‌ ସେଲକୁ ପ୍ରଭାବ ପକାଥାଏ। ତେବେ ସର୍ବଦା ସକରାତ୍ମକ ଭାବିବା ଉଚିତ ବୋଲି ମମତା କହିଛନ୍ତି। 

ସେହିପରି ‘କାଳୀ’ ଫିଲ୍ମର ଆପତ୍ତିଜନକ ପୋଷ୍ଟରକୁ ନେଇ ବିରୋଧ ହେବା ପରେ ଟିଏମସି ଏମପି ମହୁଆ ମୋଇତ୍ରାଙ୍କ ମନ୍ତବ୍ୟ ଏହି ବିବାଦକୁ ଦ୍ୱିଗୁଣିତ କରିଦେଇଛି। ସେ କହିଥିଲେ ଯେ, କାଳୀ ମାଂସ ଏବଂ ମଦ ପ୍ରିୟ। ମହୁଆଙ୍କ ଏହି ମନ୍ତବ୍ୟ ପରେ ହିନ୍ଦୁ ସଙ୍ଗଠନ ଗୁଡ଼ିକ ତୀବ୍ର ବିରୋଧ କରି ତାଙ୍କ ଗିରଫ ଦାବି କରିଥିଲେ। 

Advertisment

ସେପଟେ ଟିଏମ୍‌ସି ସାଂସଦ ମହୁଆ ମଇତ୍ରା ‘ଦେବୀ କାଳୀ’ଙ୍କୁ ନେଇ ଦେଇଥିବା‌ ଟିପ୍ପଣୀ ପାଇଁ ବିବାଦରେ ଫସି ଯାଇଛନ୍ତି। ତାଙ୍କ ବିରୋଧରେ ପଶ୍ଚିମବଂଗ ଏବଂ ମଧ୍ୟପ୍ରଦେଶରେ ଆଉ ୨ଟି ଏଫ୍‌ଆଇଆର୍‌ ରୁଜୁ ହୋଇଛି। ଉଭୟ ମାମଲା ବିଜେପି ନେତାଙ୍କ ଦ୍ୱାରା ରୁଜୁ ହୋଇଛି। ମଇତ୍ରାଙ୍କ ଟିପ୍ପଣୀରୁ ଟିଏମ୍‌ସି ଦୂରେଇ ରହିଥିଲା। ଇତି ମଧ୍ୟରେ ମହୁଆ ମଇତ୍ର ଟିଏମ୍‌ସିର ଟ୍ୱିଟର୍‌ ଆକାଉଣ୍ଟ୍‌କୁ ଅନ୍‌‌ଫଲୋ କରିଛନ୍ତି। ଏବେ ସେ କେବଳ ମମତା ବାନାର୍ଜୀଙ୍କୁ ଫଲୋ କରୁଛନ୍ତି।

ଇତି ମଧ୍ୟରେ କଂଗ୍ରେସ ସାଂସଦ ଶଶି ଥରୁର ମହୁଆ ମଇତ୍ରାଙ୍କୁ ସମର୍ଥନ କରିଛନ୍ତି। ଥରୁର କହିଛନ୍ତି, ଯାହା ପ୍ରତି ହିନ୍ଦୁ ଜାଣନ୍ତି ତାହା ମହୁଆ ମଇତ୍ର କହିଛନ୍ତି। ଏଥିପାଇଁ ତାଙ୍କୁ ଏଭଳି ଭାବେ ଘେରିବା ଘଟଣାରେ ମୁଁ ଆଚମ୍ବିତ । ତେବେ ଶଶି ଥରୁର ମହୁଆ ମଇତ୍ରାଙ୍କୁ ସମର୍ଥନ କରି ଯେଉଁ ଟିପ୍ପଣୀ ଦେଇଛନ୍ତି ‌କଂଗ୍ରେସ ସେଥିରୁ ଦୂରେଇ ରହିଛି।

Advertisment
Kali Poster Row Mamata Banarjee
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ