ଆଉ ଜୀବନ ନେବନି ମ୍ୟାଲେରିଆ ! ଭାରତର ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ଟିକା ପ୍ରସ୍ତୁତ..

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ମ୍ୟାଲେରିଆ ପାଇଁ ଦ୍ୱିତୀୟ ଟିକା ସୁପାରିସ କରାଯାଇଛି । ଶିଶୁମାନଙ୍କ ମ୍ୟାଲେରିଆ ମୁକାବିଲା ପାଇଁ ବିଶେଷ ଫଳପ୍ରଦ ହେବ ।

Malaria Vaccine

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମ୍ୟାଲେରିଆର ମୁକାବିଲା ପାଇଁ ଦ୍ୱିତୀୟ ଟିକା ସୁପାରିସ କରାଯାଇଛି । ଶିଶୁମାନଙ୍କର ମ୍ୟାଲେରିଆ ମୁକାବିଲା ପାଇଁ ଏହା ବିଶେଷ ଫଳପ୍ରଦ ହେବ । R21/ MATRIX -M ଟିକାକୁ ଲଣ୍ଡନର ଅକ୍ସଫୋର୍ଡ ୟୁନିଭର୍ସିଟି ପକ୍ଷରୁ ଉଦ୍ଭାବନ କରାଯାଇଥିବା ବେଳେ ଭାରତର ସେରମ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଏହାର ପ୍ରସ୍ତୁତି କରାଯାଇଛି । 

ପ୍ରତିବର୍ଷ ଆଫ୍ରିକାର ପ୍ରାୟ ୫ଲକ୍ଷରୁ ଅଧିକ ଶିଶୁ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଅକାଳରେ ମୃତ୍ୟୁ ହୋଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସୁପାରିସ ହୋଇଥିବା ନୂତନ ଟିକା ସେମାନଙ୍କ ପାଇଁ ଅମୋଘ ଅସ୍ତ୍ର ହେବ । ବିଶ୍ୱ ଜନସଂଖ୍ୟାର ପ୍ରାୟ ଅର୍ଦ୍ଧାଧିକ ଲୋକ ମ୍ୟାଲେରିଆ ପ୍ରବଣ ଅଂଚଳରେ ରହୁଛନ୍ତି । ବିଶେଷ କରି ଆଫ୍ରିକା ମହାଦେଶରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

ପୂର୍ବରୁ ବ୍ରିଟିଶ ଫାର୍ମାକଂପାନୀ ଜିଏସକେ ଦ୍ୱାରା ପ୍ରସ୍ତୁତ RTS,S ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମ୍ୟାଲେରିଆର ମୁକାବିଲା ପାଇଁ ସୁପାରିସ କରାଯାଇଥିଲା ।