Advertisment

ମଲାଈକାଙ୍କ ଲାଇଫଷ୍ଟାଇଲ... ଗାଡି, ଘର ଓ ବ୍ୟାଙ୍କ ବାଲାନ୍ସ ଜାଣନ୍ତୁ...

ବଲିଉଡର ଫିଟ୍‌ନେସ୍‌ ଅଭିନେତ୍ରୀ କିଏ। ଏ ପ୍ରଶ୍ନରେ କେବଳ ଗୋଟିଏ ଉତ୍ତର। ବଲିଉଡର ଫିଟ୍‌ନେସ୍‌ ଅଭିନେତ୍ରୀ ହେଉଛନ୍ତି ମଲାଈକା ଆରୋରା। ଚାଲ ଛେୟାଁ ଛେୟାଁ ଏବଂ ମୁନ୍ନି ବାଦନାମ୍ ହୁଇ ଗୀତରେ ବୋଲ୍ଡ ନୃତ୍ୟ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମଲାଇକା ଛୋଟ ପରଦାରେ ମଧ୍ୟ ବେଶ ସକ୍ରିୟ।

ଅଦ୍ୟତନ ହୋଇଛି
Malaika Arora

Malaika Arora

Advertisment

ନୂଆଦିଲ୍ଲୀ: ବଲିଉଡର ଫିଟ୍‌ନେସ୍‌ ଅଭିନେତ୍ରୀ କିଏ। ଏ ପ୍ରଶ୍ନରେ କେବଳ ଗୋଟିଏ ଉତ୍ତର। ବଲିଉଡର ଫିଟ୍‌ନେସ୍‌ ଅଭିନେତ୍ରୀ ହେଉଛନ୍ତି ମଲାଈକା ଆରୋରା। ଚାଲ ଛେୟାଁ ଛେୟାଁ ଏବଂ ମୁନ୍ନି ବାଦନାମ୍ ହୁଇ ଗୀତରେ ବୋଲ୍ଡ ନୃତ୍ୟ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମଲାଇକା ଛୋଟ ପରଦାରେ ମଧ୍ୟ ବେଶ ସକ୍ରିୟ। ଯେ କେହି ତାଙ୍କୁ ଦେଖିଲେ କହିବେ ନାହିଁ ସେ ୨ଟି ପିଲାର ମାଆ ବୋଲି। ତାଙ୍କ ନୃତ୍ୟ ଶୈଳୀ, ଫିଟନେସ୍ ଏବଂ ବୋଲ୍ଡ ଅବତାର ପାଇଁ ବଲିଉଡରେ ସବୁବେଳେ ହୋଇଥାଏ ତାଙ୍କ ଚର୍ଚ୍ଚା। ମୋଟା ପାଉଣା ପାଉଥିବା ମଲାଇକା ଆଜି ବି ରାଜକୀୟ ଜୀବନ ଶୈଳୀରେ ଜୀବନ ବିତାଉଛନ୍ତି। ଆଉ ତାଙ୍କ ସଂପତ୍ତି କଥା ଶୁଣିଲେ ଆପଣଙ୍କ ହୋସ ଉଡିଯିବ। ଆଜିର ସମୟରେ ମଲାଇକାଙ୍କ ପାଖରେ ରହିଛି ୭୫ କୋଟି ଟଙ୍କାର ରହିଛି।

Advertisment

ଚଳଚ୍ଚିତ୍ରର ଆଇଟମ୍ ନମ୍ବରରେ ନାଚିବା ପାଇଁ ମଲାଇକା ପ୍ରାୟ ୧.୭୫ କୋଟି ଟଙ୍କା ଦାବି କରିଥାନ୍ତି। କେବଳ ଏତିକି ନୁହେଁ, ମଲାଇକା ନାଚ ବାଲିୟେ, ନାଚ ବାଲିୟେ ସିଜନ ୨, ଜାରା ନାଚକେ ଦିଖା, ଝଲକ୍‌ ଦିଖ ଲାଜା ଭଳି ରିଆଲିଟି ସୋ’ର ଅଂଶ ହୋଇଥିବାରୁ ବିପୁଳ ମାତ୍ରାରେ ଅର୍ଥ ପାଆନ୍ତି। ଏମିତିକି ପ୍ରତିମାସରେ ମାଲାଇକା ୬୦ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରନ୍ତି। ଏକ ଏପିସୋଡ୍ ପାଇଁ ୫ ଲକ୍ଷ ଏବଂ ଗୋଟିଏ ସିଜିନ୍‌ ପାଇଁ ମଲାଇକା ୧ କୋଟି ଟଙ୍କା ନିଅନ୍ତି ବୋଲି କୁହାଯାଉଛି।

Advertisment

ଏହା ବ୍ୟତୀତ ଏହି ଅଭିନେତ୍ରୀ ଜଣକ ମୁମ୍ବାଇରେ ଏକ ଯୋଗ ଷ୍ଟୁଡିଓ ଚଳାଉଛନ୍ତି। ଯାହାର ନାଁ ହେଉଛି ଡିଭା ଯୋଗ। ବିଭିନ୍ନ ଉପାୟରେ ରୋଜଗାର କରୁଥିବା ମଲାଇକାଙ୍କର ମୁମ୍ବାଇର ବିଭିନ୍ନ ସ୍ଥାନରେ ସମ୍ପତ୍ତି ଓ ଘର ରହିଛି। ଏହା ସହିତ ଅନେକ ଦାମୀ ଗାଡି ସେ ବ୍ୟବହାର କରିଥାନ୍ତି। ମହଙ୍ଗା ଏବଂ ରାଜକୀୟ ଗାଡିକୁ ଭଲ ପାଇଥାଆନ୍ତି ମଲାଇକା ଆରୋରା। ତାଙ୍କ ପାଖରେ ରେଞ୍ଜ ରୋଭର, ବିଏମଡବ୍ଲୁ-୭ ସିରିଜ୍ ୭୩୦ ଏଲଡି, ଟୟୋଟା ଇନୋଭା କ୍ରେଟା , ବିଏମଡବ୍ଲୁ x7 ଭଳି ଅନେକ ଦାମୀ କାର ରହିଛି।

ମଡେଲିଂରୁ କ୍ୟାରିଅର ଆରମ୍ଭ କରିଥିବା ମଲାଈକା ପ୍ରଥମେ ଆଲବମ୍ ଓ ପରେ ବଲିଉଡ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ଏବେ ମଲାଇକା ୪୭ ବର୍ଷରେ ପହଂଚିଥିଲେ ବି ନିଜକୁ ସମ୍ପୂର୍ଣ୍ଣ ଫିଟ୍ ରଖିଛନ୍ତି। ଆଜି ବି ତାଙ୍କ ସୌନ୍ଦର୍ଯ୍ୟରେ ଫ୍ୟାନମାନେ ମତୁଆଲା ହୋଇଥାନ୍ତି। ସେଇଥି ପାଇଁ ସିନେ ଜଗତରେ ତାଙ୍କ ଡିମାଣ୍ଡ ଅଧିକ। ତାଙ୍କ ଫିଟନେସ୍‌ ଓ ସୁନ୍ଦରତା ପାଇଁ ସେ ସବୁବେଳେ ଚର୍ଚ୍ଚାରେ।

Advertisment
Malaika Arora
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ