mahua moitra and jai anant dehadrai case for Rottweiler henry
ଆଜିକାଲି ସୁପ୍ରିମକୋର୍ଟର ଓକିଲ ଜୟ ଅନନ୍ତ ଦେହାଦ୍ରଇ ଏବଂ ଟିଏମ୍ସି ସାଂସଦ ମହୁଆ ମୋଇତ୍ରାଙ୍କ ମଧ୍ୟରେ ଏକ ତିନି ବର୍ଷର କୁକୁର ବିବାଦର କାରଣ ପାଲଟିଛି। ସଂସଦରେ ପ୍ରଶ୍ନ ପଚାରିବାକୁ ନେଇ ନଗଦ ଟଙ୍କା ନେଇ ମହୁଆ ଅସୁବିଧାରେ ପଡିଛନ୍ତି। ବର୍ତ୍ତମାନ ତାଙ୍କର ପୂର୍ବତନ ସାଥୀ ଜୟ ଅନନ୍ତ ମଧ୍ୟ ଏହି ପ୍ରସଙ୍ଗରେ ପ୍ରବେଶ କରିଛନ୍ତି। ତାଙ୍କ ଚିଠିକୁ ଆଧାର କରି ବିଜେପି ସାଂସଦ ନିଶିକାନ୍ତ ଦୁବେ ମହୁଆଙ୍କ ଉପରେ ପ୍ରଶ୍ନ କରିବା ବଦଳରେ ଟଙ୍କା ନେଇଥିବାର ଅଭିଯୋଗ କରିଛନ୍ତି।
ମହୁଆ ଏବଂ ଦେହାଦ୍ରଇଙ୍କ ମଧ୍ୟରେ ଏକ ରୋଟ୍ୱିଲର୍ ପ୍ରଜାତିର ତିନି ବର୍ଷର କୁକୁରକୁ ନେଇ ବିବାଦ ଲାଗି ରହିଛି। ଏହି ରୋଟ୍ୱିଲର୍ କୁକୁରର ନାଁ ହେଉଛି ହେନେରୀ, ଯାହା ବର୍ତ୍ତମାନ ମହୁଆଙ୍କ ପାଖାରେ ଅଛି। ଜୟ ଅନନ୍ତ ଏହି କୁକୁରର କଷ୍ଟଡୀ ନିଜ ପାଖରେ ଚାହୁଁଛନ୍ତି। ସେ ଶୁକ୍ରବାର (ଅକ୍ଟୋବର ୨୦) ଅଭିଯୋଗ କରିଛନ୍ତି ଯେ “ମହୁଆ କହିଛନ୍ତି, ସେ ହେନେରୀକୁ ତାଙ୍କୁ ଫେରେଇଦେବେ, ଯଦି ‘ପ୍ରଶ୍ନ ପଚାରିବା ବଦଳରେ ଟଙ୍କା ନେବା’ ମାମଲାରେ ହିରାନନ୍ଦାନୀ ଗ୍ରୁପ୍ ସହିତ ତାଙ୍କ ଲିଙ୍କକୁ ନେଇ ସିବିଆଇରେ କରାଯାଇଥିବା ଅଭିଯୋଗକୁ ଫେରାଇ ନିଆଯାଏ।”
ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଦେହାଦ୍ରଇ ଲେଖିଛନ୍ତି ଯେ “କାଲି ଦ୍ୱିପହରେ ହେନେରୀ ବଦଳରେ ସିବିଆଇରେ କରାଯାଇଥିବା ଅଭିଯୋଗ ଓ ନିଶିକାନ୍ତ ଦୁବେଙ୍କୁ ଲେଖାଯାଇଥିବା ଚିଠିକୁ ଫେରାଇ ନେବା ପାଇଁ ମତେ ବାଧ୍ୟ କରିବାକୁ ଚେଷ୍ଟା କରାଯାଇଛି। ମୁଁ ଏହାକୁ ସ୍ପଷ୍ଟ କରି କହିଛି ଯେ ମୁଁ ସିବିଆଇକୁ ସୂଚନା ଦେବି।”
ସେ ଆହୁରି ମଧ୍ୟ କହିଛନ୍ତି, “ମେସେଜ୍ ପଠାଉଥିବା ବ୍ୟକ୍ତି ଖୁବ୍ ସରଳ, କିନ୍ତୁ ସେ ନିଜ ବିଷୟରେ ସବୁକିଛି ପ୍ରକାଶ କରୁଛନ୍ତି।” ଉଭୟ ମହୁଆ ଏବଂ ଦେହାଦ୍ରଇ ପରସ୍ପରକୁ ହେନେରୀକୁ ଚୋରି କରିଥିବା ଅଭିଯୋଗ କରିଛନ୍ତି। ଏହି ମାମଲାରେ ପୋଲିସ ନିକଟରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି।
ତେବେ ଆଜିକାଲି ମହୁଆ ମୋଇତ୍ରା ପ୍ରଶ୍ନ ପଚାରିବା ବଦଳରେ ନଗଦ ଟଙ୍କା ନେବା ମାମଲାରେ ଫଶି ରହିଥିବା ନଜର ଆସନ୍ତି। ଏହି ପ୍ରସଙ୍ଗରେ ପ୍ରଥମ ସୂଚନା ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଛନ୍ତି। ଦେହାଦ୍ରଇଙ୍କ ଚିଠିକୁ ଆଧାର କରି ସେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଏକ ଚିଠି ଲେଖିଥିଲେ ଯେଉଁଥିରେ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟିଏମ୍ସି ସାଂସଦ କିପରି ଟଙ୍କା ନେଇଛନ୍ତି ସେ କହିଥିଲେ। ଏହି ଚିଠିରେ ଜଣେ ବ୍ୟବସାୟୀଙ୍କ ନାମ ମଧ୍ୟ ଦେଖଯାଇଛି। ସେ ହେଲେ ଦର୍ଶନ ହିରାନନ୍ଦାନୀ।
ଦର୍ଶନ ହିରାନନ୍ଦାନୀ ମଧ୍ୟ ଏକ ସ୍ୱାକ୍ଷରିତ ପ୍ରମାଣପତ୍ରରେ ସ୍ୱୀକାର କରିଛନ୍ତି ଯେ ସେ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ମହୁଆଙ୍କୁ ଟଙ୍କା ଦେଇଛନ୍ତି। ତାଙ୍କର ବଙ୍ଗଳାକୁ ନବୀକରଣ କରିଛନ୍ତି। ହିରାନନ୍ଦାନୀ କହିଛନ୍ତି ଯେ ସେ ତାଙ୍କ ସଂସଦୀୟ ଲଗ୍ଇନ୍ ଆଇଡି ଏବଂ ପାସୱାର୍ଡ ଜରିଆରେ ମାହୁଆଙ୍କ ତରଫରୁ ପ୍ରଶ୍ନ ପଚାରିଥିଲେ। ତେବେ ମହୁଆ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ଏଫିଡେଭିଟ୍ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ହିରାନନ୍ଦାନୀଙ୍କୁ ଏଥିରେ ଦସ୍ତଖତ କରିବାକୁ ବାଧ୍ୟ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1697807640.jpg)