Advertisment

ମହାରାଷ୍ଟ୍ର-ଝାଡ଼ଖଣ୍ଡ ଭୋଟ୍ ପାଇଁ ବାଜିଲା ବିଗୁଲ୍: ଜାଣନ୍ତୁ କିଭଳି ରହିଛି ରାଜନୈତିକ ସ୍ଥିତି...

ଉଭୟ ରାଜ୍ୟର ବିଧାନସଭା ଭୋଟ୍ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ମହାରାଷ୍ଟ୍ରରେ ନଭେମ୍ବର ୨୦ରେ ଏବଂ ଝାଡ଼ଖଣ୍ଡରେ ୨ଟି ଫେଜରେ ଭୋଟ୍ ଗ୍ରହଣ ହେବ।

ଅଦ୍ୟତନ ହୋଇଛି
undefined

Maharashtra Jharkhand Elections

Advertisment

ନଭେମ୍ବରରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ଭୋଟ୍। ଉଭୟ ରାଜ୍ୟର ବିଧାନସଭା ଭୋଟ୍ ପାଇଁ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ମହାରାଷ୍ଟ୍ରରେ ନଭେମ୍ବର ୨୦ରେ ଏବଂ ଝାଡ଼ଖଣ୍ଡରେ ୨ଟି ଫେଜରେ ଭୋଟ୍ ଗ୍ରହଣ ହେବ। ନଭେମ୍ବର ୧୩ରେ ହେବ କେରଳ ୱାୟନାଡ଼ ବାଇ-ଇଲେକ୍ସନ। ନଭେମ୍ବର ୨୩ରେ ଭୋଟ୍ ଗଣତି ସହ ଆସିବ ଫଳାଫଳ। ତେବେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ କିଭଳି ରହିଛି ରାଜନୈତିକ ସ୍ଥିତି ଜାଣନ୍ତୁ...

Advertisment

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ଭୋଟ୍ ପାଇଁ ବାଜିଲା ବିଗୁଲ୍ । ନଭେମ୍ବର ୨୦ରେ ମହାରାଷ୍ଟ୍ର ନିର୍ବାଚନ । ନଭେମ୍ବର ୧୩ ଓ ୨୦ରେ ଭୋଟ୍ ଦେବ ଝାଡ଼ଖଣ୍ଡ  । ନଭେମ୍ବର ୨୩ରେ ଆସିବ ଦୁଇ ରାଜ୍ୟର ଫଳାଫଳ ମହାରାଷ୍ଟ୍ର । ଶିବସେନା ଫାଟ ହେଉ କି ଏନସିପିର ପାୱାର୍ ପାର୍ଟିସନ୍ । ଅଚାନକ ସରକାର ଓଲଟପାଲଟ, ଆଉ ତା ସହ ଏବେ ନେତାଙ୍କ ମର୍ଡର୍ । ରାଜନୈତିକ ହଟଚମଟ ପାଇଁ ସଦାବେଳେ ଚର୍ଚ୍ଚାରେ ରହିଆସୁଥିବା ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ହେବ ବିଧାନସଭା ଭୋଟ୍। ଅକ୍ଟୋବର ୨୨ରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବା ବେଳେ, ନଭେମ୍ବର ୨୦ରେ ମତଦାନ କରିବେ ମରାଠୀ ମାନୁଷ୍ । ୨୮୮ ବିଧାନସଭା ଆସନରେ ମତାଧିକାର ସାବ୍ୟସ୍ତ କରିବେ ୯ କୋଟି ୬୩ ଲକ୍ଷ ଭୋଟର୍।

ମହାରାଷ୍ଟ୍ରରେ ୨୦୧୯ରେ ସରକାର ଗଢ଼ିଥିଲା ତତ୍କାଳୀନ ଶିବସେନା, NCP ଓ କଂଗ୍ରେସକୁ ନେଇ ଗଠିତ ମହାବିକାଶ ଅଘାଡ଼ି। ୧୫୪ ବିଧାୟକଙ୍କ ସମର୍ଥନ ସହ ମୁଖ୍ୟମନ୍ତ୍ରୀ ବନିଥିଲେ ଉଦ୍ଧବ ଠାକରେ। ତେବେ ୨୦୨୨ରେ ଉଦ୍ଧବ ଠାକରେ-ଏକନାଥ ସିନ୍ଦେ କଳି ଏବଂ ୨୦୨୩ରେ ଶରଦ ପାୱାର ଓ ଅଜିତ ପାୱାର ଦାଦା-ପୁତୁରା କଳି, କେବଳ ଶିବସେନା ଓ NCPର କାୟା ବଦଳାଇଲାନି, ବରଂ ସରକାର ଓ ରାଜନୈତିକ ଚିତ୍ର ବି ବଦଳାଇ ଦେଇଛି ଏହି କୋଙ୍କଣୀ ରାଜ୍ୟରେ। ଏକନାଥ ସିନ୍ଦେ ସିଏମ୍ ଥିବା ବେଳେ, ମହାୟୁତି ମେଣ୍ଟ ସରକାରରେ ଅଛନ୍ତି ସିନ୍ଦେ ଗୋଷ୍ଠୀ ଶିବସେନାର ୩୮, ଅଜିତ ଗୋଷ୍ଠୀ NCPର ୪୧ ଏବଂ ବିଜେପିର ୧୦୩ ବିଧାୟକ । ଅନ୍ୟପକ୍ଷରେ ବିରୋଧୀ MVA ମେଣ୍ଟରେ ଅଛନ୍ତି ୭୪ ବିଧାୟକ। ଆଗାମୀ ନିର୍ବାଚନରେ ଏଠାରେ କେବଳ ମହାୟୁତି-ମହାଅଘାଡ଼ି ମହାଯୁଦ୍ଧ ନୁହେଁ, ବରଂ ଶିବସେନା-ଶିବସେନା ଓ NCP-NCP ଲଢ଼େଇ ଉପରେ ବି ସାରା ଦେଶର ନଜର ରହିବ।

Advertisment

ଓଡ଼ିଶାର ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରେ ବି ଝଡ଼ କିଛି କମ୍ ନୁହେଁ। ଏଠି ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ, ନଭେମ୍ବର ୧୩ ଓ ୨୦ରେ ହେବ ଭୋଟିଂ । ୮୧ ଆସନରେ ଭୋଟ ଦେବେ ୨ କୋଟି ୬୦ ଲକ୍ଷ ଭୋଟର୍। ୨୦୧୯ ନିର୍ବାଚନରେ ଝାଡ଼ଖଣ୍ଡରେ JMM, କଂଗ୍ରେସ ଓ RJD ଗଠିତ UPA ମେଣ୍ଟ ୪୭ ବିଧାୟକଙ୍କୁ ନେଇ ସରକାର ଗଢ଼ିଥିଲା। JMMକୁ ୩୦, କଂଗ୍ରେସକୁ ୧୬ ଓ ବିଜେପିକୁ ୨୫ ସିଟ୍ ମିଳିଥିଲା। ହେଲେ ଚର୍ଚ୍ଚା ହେଉଛି ଏଥର ବ୍ୟାକ୍ଫୁଟରେ ରହିପାରେ JMM। ଜେଲ୍ ଫେରନ୍ତା ସିଏମ୍ ହେମନ୍ତ ସୋରେନଙ୍କ ଉପରେ ଦୁର୍ନୀତି ଦାଗ ଲାଗିଥିବା ବେଳେ, ତାଙ୍କ ହାତ ଛାଡ଼ି ବିଜେପିରେ ମିଶିଛନ୍ତି ଛାମୁଆ ନେତା ଚମ୍ପାଇ ସୋରେନ୍। 

ଏପଟେ ଓଡ଼ିଶାରେ ବି ବିଜେପିର ଛପ୍ପରଫାଡ଼୍ ପ୍ରଦର୍ଶନ ଓ ବିଜେଡିର ୨୪ ବର୍ଷ ସରକାରର ପତନ, ଝାଡ଼ଖଣ୍ଡ ପାଣିପାଗକୁ ନିଶ୍ଚିତ ରୂପେ ପ୍ରଭାବିତ କରିବ। ସେଠାରେ ବହୁ ସଂଖ୍ୟାରେ ଓଡ଼ିଆ ଭାଷାଭାଷୀ ଭୋଟର ଥିବା ବେଳେ, ବିଜେପି ଭୋଟବ୍ୟାଙ୍କ ଷ୍ଟ୍ରଙ୍ଗ୍ କରିବାକୁ ନିର୍ବାଚନ ପ୍ରଚାର ଓ ପରିଚାଳନାର ମଙ୍ଗ ଧରିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଓଡ଼ିଶାର ବହୁ ଆଦିବାସୀ ଓ ଟାଣୁଆ ନେତା।

Advertisment

ନିକଟରେ ଅନୁଷ୍ଠିତ ହରିୟାଣା ଓ ଜାମ୍ମୁ-କାଶ୍ମୀର ରେଜଲ୍ଟ ବି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ଭୋଟରଙ୍କ ମୁଡ୍ ଉପରେ ପ୍ରଭାବ ପକାଇବ। ତେବେ ଉଭୟ ରାଜ୍ୟର ଚିତ୍ର ସ୍ପଷ୍ଟ ହେବ ନଭେମ୍ବର ୨୩ ଗଣତି ସରିବା ପରେ।

Maharashtra Jharkhand ECI Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ