Advertisment

ଗୋଟିଏପଟେ ଠାକ୍‌ରେଙ୍କ ଅଡ଼ୁଆ ବଢ଼ୁଛି, ସେପଟେ ସିନ୍ଦେଙ୍କୁ ସମର୍ଥନ ଉପରେ ସମର୍ଥନ

ଗୋଟିଏପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଅଡୁଆ ବଢ଼ି ଚାଲିଥିବାବେଳେ ଅନ୍ୟପଟେ ବିଦ୍ରୋହୀ ନେତା ଏକନାଥଙ୍କ ସିନ୍ଦେଙ୍କ ସମର୍ଥକଙ୍କ ସଂଖ୍ୟା ବଢ଼ି ଚାଲିଛି।

 Rebel Eknath Shinde Claims 50 MLAs Back Him

Rebel Eknath Shinde Claims 50 MLAs Back Him

Advertisment

ମହାରାଷ୍ଟ୍ରରେ ମହାସଙ୍କଟ। ଗୋଟିଏପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଅଡୁଆ ବଢ଼ି ଚାଲିଥିବାବେଳେ ଅନ୍ୟପଟେ ବିଦ୍ରୋହୀ ନେତା ଏକନାଥଙ୍କ ସିନ୍ଦେଙ୍କ ସମର୍ଥକଙ୍କ ସଂଖ୍ୟା ବଢ଼ି ଚାଲିଛି। ସିନ୍ଦେ ଦାବି କରିଛନ୍ତି ଯେ, ଆମ ପାଖରେ ୫୦ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଛି। ସେଥିମଧ୍ୟରୁ ୩୭ରୁ ଅଧିକ ଶିବସେନା ବିଧାୟକ ଅଛନ୍ତି।’

Advertisment

ସେପଟେ  ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ୧୨ ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ଉପବାଚସ୍ପତିଙ୍କ ନିକଟକୁ ଚିଠି ଲେଖାଯାଇଛି। ଏହି ତାଲିକାରେ ଏକନାଥ ସିନ୍ଦେଙ୍କ ନାଁ ମଧ୍ୟ ଅଛି। ଏହାର ଜବାବରେ ସିନ୍ଦେ ଟ୍ୱିଟ୍‌ କରି ଲେଖିଛନ୍ତି, ତୁମେ ଆମକୁ ଡରାଇ ପାରିବ ନାହିଁ।  ଆମକୁ ମଧ୍ୟ ଆଇନ କାନୁନ୍‌ ଜଣା। ଏହାସହ ଏକନାଥ ସିନ୍ଦେଙ୍କୁ ବିଧାୟକ ଦଳ ନେତା ଭାବେ ସ୍ୱୀକୃତି ଦେବାକୁ ୩୭ ବିଧାୟକଙ୍କ ଦସ୍ତଖତ ଥିବା ଏକ ଚିଠି ଉପବାଚସ୍ପତିଙ୍କ ନିକଟକୁ ଲେଖା ଯାଇଛି।

ଏକନାଥ ସିନ୍ଦେଙ୍କ ସମର୍ଥନରେ ୯ ସ୍ୱାଧୀନ ବିଧାୟକ ଅଛନ୍ତି। ଆହୁରି ୮ ବିଧାୟକ ସୁରତ ଅଭିମୁଖେ ବାହାରିଛନ୍ତି। ସେଠାରୁ ସମସ୍ତ ବିଧାୟକ ଗୌହାଟୀ ଯିବେ। ଶିବସେନାର ସମସ୍ତ ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେଙ୍କୁ ନିଜର ନେତା ଭାବେ ବାଛିଛନ୍ତି।  ସେପଟେ ସିନ୍ଦେ ଖୋଲାଖୋଲି ଘୋଷଣା କରିଛନ୍ତି ଯେ, ଏକ ବଡ଼ ଜାତୀୟ ଦଳ ତାଙ୍କୁ ସମର୍ଥନ କରୁଛି। 

Advertisment

ବିଧାନସଭାରେ ଶିବସେନାର ୫୫ ବିଧାୟକ ଥିବାବେଳେ ଏକନାଥ ଗୋଷ୍ଠୀରେ ୩୭ ଜଣ ଅଛନ୍ତି।  ତେଣୁ ଆଣ୍ଟି ଡିଫେକ୍ସନ ଲ ଲାଗୁ ହେବ ନାହିଁ ବୋଲି କୁହାଯାଉଛି।  ଯଦି ବାଚସ୍ପତି ଏହି ୧୨ ବିଧାୟକଙ୍କ ସଦସ୍ୟତା ରଦ୍ଦ କରନ୍ତି, ତେବେ ମ୍ୟାଜିକ ନମ୍ବର ୧୩୮କୁ ଖସି ଆସିବ ଏବଂ ମହା ଅଘାଡ଼ି ସରକାରର ବିଧାୟକ ସଂଖ୍ୟା ୧୪୦ ହେବ। ବର୍ତ୍ତମାନ ମ୍ୟାଜିକ ନମ୍ବର ହେଲା ୧୪୪।  ସେପଟେ ଶୁଣାଯାଉଛି ବିଧାୟକଙ୍କ ପରେ ଶିବସେନା ସାଂସଦମାନେ ମଧ୍ୟ ପଟ ପରିବର୍ତ୍ତନ କରିବାରେ ଲାଗିଲେଣି। ଲୋକସଭାରେ ଶିବସେନାର ୧୯ ଓ ରାଜ୍ୟ ସଭାରେ ୩ ସାଂସଦ ଅଛନ୍ତି। 

Shiv Sena Udhav Thackrey Eknath Shinde Maharashtra Political Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ