Advertisment

ହାରିଲେ ଗାଦି ଯିବ: କାଲି ଉଦ୍ଧବଙ୍କ ଭାଗ୍ୟ ପରୀକ୍ଷା !

ମହାରାଷ୍ଟ୍ର ରାଜନୀତିରେ ହାଇଭୋଲଟେଜ୍‌ ଡ୍ରାମା ମଧ୍ୟରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇପାରେ। କାରଣ ମହାରାଷ୍ଟ୍ର ବିଧାନସଭାରେ ଆସନ୍ତାକାଲି ଫ୍ଲୋର୍‌ ଟେଷ୍ଟ୍‌ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

Uddhav Govt To Face Floor Test Tomorrow

Uddhav Govt To Face Floor Test Tomorrow

Advertisment

ଭାଙ୍ଗି ଯିବ କି ଉଦ୍ଧବ ସରକାର ? ନୂଆ ସରକାର ଗଠନ କରିବେ ଫଡ୍‌ନାଭିସ୍‌ ! ମହାରାଷ୍ଟ୍ର ରାଜନୀତିରେ ହାଇଭୋଲଟେଜ୍‌ ଡ୍ରାମା ମଧ୍ୟରେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଭାଗ୍ୟ ନିର୍ଦ୍ଧାରଣ ହୋଇପାରେ। କାରଣ ମହାରାଷ୍ଟ୍ର ବିଧାନସଭାରେ ଆସନ୍ତାକାଲି ଫ୍ଲୋର୍‌ ଟେଷ୍ଟ୍‌ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। 

Advertisment

ଉଦ୍ଧବ ସରକାର କାଲି ସଂଖ୍ୟା ଗରିଷ୍ଠତାର ପ୍ରାମଣ ଦେଇପାରନ୍ତି। ଏନେଇ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ଏହାସହ ରାଜ୍ୟପାଳ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ଅପରାହ୍ଣ ୫ଟା ସୁଦ୍ଧା ଫ୍ଲୋର୍‌ ଟେଷ୍ଟ୍‌ ସାରିବାକୁ ନିର୍ଦ୍ଦେଶ ରହିଛି।

ଉଦ୍ଧବଙ୍କ ସପକ୍ଷରେ କେତେଜଣ ବହୁ ମତସାବ୍ୟସ୍ତ କରୁଛନ୍ତି ସେନେଇ ଆସନ୍ତାକାଲି ସ୍ପଷ୍ଟ ହେବ।  ଏପଟେ ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଧେଙ୍କ ସମର୍ଥନରେ ଥିବା ୩୯ ଜଣ ବିଧାୟକ ମହାରାଷ୍ଟ୍ର ଆସୁଛନ୍ତି। ଏକନାଥ ସିନ୍ଦେ କାଲି ମୁମ୍ବାଇ ଫେରିବେ। 

Advertisment

ସେପଟେ କାଲି ହେବାକୁ ଥିବା ଫ୍ଲୋର୍‌ ଟେଷ୍ଟ୍‌ର ଭିଡିଓଗ୍ରାଫି ମଧ୍ୟ ହେବ। ଗତକାଲି ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ୍ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ଭେଟି ଫ୍ଲୋର୍‌ ଟେଷ୍ଟ୍‌ ପାଇଁ ଦାବି ଜଣାଇଥିଲେ। ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଫ୍ଲୋର୍ ଟେଷ୍ଟ୍‌ ପାଇଁ ନିର୍ଦ୍ଦେଶ ଦେବାକୁ ଫଡନାଭିସ୍ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ। 

Udhav Thackrey Eknath Shinde Maharashtra Political Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ