Advertisment

ଭାଙ୍ଗିବ କି ମହାରାଷ୍ଟ୍ର ବିଧାନସଭା ? ସଞ୍ଜୟ ରାଉତ ଦେଲେ ଏମିତି ସଙ୍କେତ...

ଧୀରେ ଧୀରେ ମହାରାଷ୍ଟ୍ରରେ ମହାସଙ୍କଟ ଘନେଇବାରେ ଲାଗିଛି । ସମୟ ଯେତେ ଗଡ଼ୁଛି ମହାରାଷ୍ଟ୍ର ସରକାରଙ୍କ ପାଇଁ ସେତେ ସମସ୍ୟା ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର ବିଧାନସଭା ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି।

ଅଦ୍ୟତନ ହୋଇଛି
Maharashtra Political Crisis

Maharashtra Political Crisis

Advertisment

ଧୀରେ ଧୀରେ ମହାରାଷ୍ଟ୍ରରେ ମହାସଙ୍କଟ ଘନେଇବାରେ ଲାଗିଛି । ସମୟ ଯେତେ ଗଡ଼ୁଛି ମହାରାଷ୍ଟ୍ର ସରକାରଙ୍କ ପାଇଁ ସେତେ ସମସ୍ୟା ବଢ଼ିବାରେ ଲାଗିଛି।  ମହାରାଷ୍ଟ୍ରରେ ଶିବସେନା ନେତା ଏକନାଥ ସିନ୍ଧେଙ୍କ ବିଦ୍ରୋହୀ ମନୋଭାବ ଯୋଗୁ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଏସବୁ ଭିତରେ ମହାରାଷ୍ଟ୍ର ବିଧାନସଭା ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତଙ୍କ ଟ୍ୱିଟ୍‌ରୁ ଏଭଳି କିଛି ସଙ୍କେତ ମିଳିଛି। 

Advertisment

ଶିବସେନାର ୪୦ ବିଧାୟକ ଓ ୬ ଜଣ ସ୍ୱାଧୀନ ବିଧାୟକଙ୍କୁ ନେଇ ଆସାମର ଗୌହାଟୀରେ ଡେରା ପକାଇଛନ୍ତି ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଧେ। ସମସ୍ତେ ଏକ ହୋଟେଲ୍‌ରେ ରହିଛନ୍ତି। ଏହାପରେ ମହାରାଷ୍ଟ୍ରରେ ଉଦ୍ଧବ ସରକାରରେ ଫାଟ ସୃଷ୍ଟି ହୋଇଛି। ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା  ଶିବସେନା ବିଧାୟକମାନେ ଥିବା ହୋଟେଲ୍‌କୁ ଯାଇ ସେମାନଙ୍କୁ ଭେଟିଛନ୍ତି। 

Advertisment

ଅନ୍ୟପକ୍ଷେ,  ୪୦ ଜଣ ଶିବସେନା ଓ ୬ ଜଣ ସ୍ୱାଧୀନ ବିଧାୟକ ତାଙ୍କ ପାଖରେ ଥିବା ଏକନାଥ ସିନ୍ଧେ ଦାବି କରିଛନ୍ତି। ସେପଟେ ସଞ୍ଜୟ ରାଉତ କହିଛନ୍ତି, ‘ସକାଳେ ୧ ଘଣ୍ଟା ପର୍ଯ୍ୟନ୍ତ ସିନ୍ଧେଙ୍କ ସହ ଆଲୋଚନା ହୋଇଥିଲା। ନା ଆମେ ସିନ୍ଧେଙ୍କୁ ଛାଡ଼ି ପାରିବୁ ନା ସେ ଆମକୁ ଛାଡ଼ି ପାରିବେ।  ଯଦି ବି ସତ୍ତା ଚାଲିଯାଏ ତଥାପି ଆମେ ପୁଣିଥରେ ଜିତିବୁ’। 

ଜାଣନ୍ତୁ, ମହାରାଷ୍ଟ୍ର ସରକାରରେ ମେଣ୍ଟ ଓ ସିଟ୍ ସଂଖ୍ୟା କେତେ ଅଛି...

ମହାରାଷ୍ଟ୍ର ବିଧାନସଭାରେ ଏବେ ମୋଟ୍‌ ଆସନ ସଂଖ୍ୟା ୨୮୮। ବର୍ତ୍ତମାନ ସଦସ୍ୟ ସଂଖ୍ୟା ୨୮୭ ରହିଛି। ସଂଖ୍ୟା ଗରିଷ୍ଠତା ୧୪୪ ଥିବା ବେଳେ ମେଣ୍ଟ ପାଖରେ ରହିଛି ୧୫୨ ସିଟ୍। ସେଥିରୁ ଶିବସେନା ପାଖରେ ୫୫, ଏନସିପି-୫୩ ଏବଂ କଂଗ୍ରେସ ପାଖରେ ୪୪ ଆସନ ରହିଛି। ସେହିପରି ମୁଖ୍ୟ ବିରୋଧୀ ଦଳ ଭାବେ ବିଜେପି ପାଖରେ ୧୦୬ ସିଟ୍ ରହିଛି। ସ୍ୱାଧୀନ ଓ ଅନ୍ୟାନ୍ୟ ଦଳ ପାଖରେ ୨୯ଟି ଆସନ ରହିଛି।

Advertisment
BJP Shiv Sena Udhav Thackrey Eknath Shinde Maharashtra Political Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ