Advertisment

ଅମିତାଭ୍‌ ବଚ୍ଚନଙ୍କ ଘରେ ବମ୍‌ ଥିବା ପୋଲିସକୁ ଆସିଲା ଫୋନ୍‌

ଆଉ ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ସୂଚନା ପରେ ସମଗ୍ର ମୁମ୍ବାଇ ପୋଲିସକୁ ସତର୍କ କରାଯାଇଥିଲା। ଏଟିଏସ୍ ଠାରୁ କ୍ରାଇମ୍‌ବ୍ରାଞ୍ଚ ଶାଖା ଏବଂ ପ୍ରତ୍ୟେକ ପୋଲିସ୍ ଷ୍ଟେସନ୍ ପର୍ଯ୍ୟନ୍ତ ପୋଲିସର ପ୍ରତ୍ୟେକ ୟୁନିଟ୍‌କୁ ସକ୍ରିୟ କରାଯାଇଥିଲା। ଯେତେବେଳେ ଏହି ଘଟଣାର ଅନୁସନ୍ଧାନ କରାଯାଇଥିଲା, ଏହା ଏକ ମିଥ୍ୟା କଲ ବୋଲି ଜଣାପଡିଥିଲା।

ଅଦ୍ୟତନ ହୋଇଛି
ଅମିତାଭ୍‌ ବଚ୍ଚନଙ୍କ ଘରେ ବମ୍‌ ଥିବା ପୋଲିସକୁ ଆସିଲା ଫୋନ୍‌

Amitabh Bachchan

Advertisment

ମୁମ୍ବାଇ: ରାତି ଅଧରେ ଫୋନ୍‌ ଆସିଲା, ପୋଲିସ ଛାତି ଧଡ଼୍‌ଧଡ଼୍‌ ହେଲା। କିଛି ଏମିତି ଖବର ପୋଲିସକୁ ମିଳିଲା ଯାହାକୁ ନେଇ ପୂରା ପୋଲିସ ବିଭାଗର ନିଦ ହଜିଗଲା। କେଉଁଠୁ ଫୋନ୍‌ କଲା ଆସିଛି ଓ କିଏ ଫୋନ କରିଛି ତାକୁ ଖୋଜିବାକୁ ପ୍ରସ୍ତୁତି ଆରମ୍ଭ କଲା ପୋଲିସ। ଖବର ଏତେ ଗମ୍ଭୀର ଥିଲା ଯେ, ସାଙ୍ଗେ ସାଙ୍ଗେ ଆକ୍ସନ୍‌ ମୋଡ଼୍‌କୁ ଆସିଯାଇଥିଲା ପୋଲିସ। ସୂଚନା ଅନୁସାରେ, ଅଧ ରାତିରେ ମହାରାଷ୍ଟ୍ର ପୋଲିସକୁ ଏକ ଫୋନକଲ୍‌ ଆସିଥିଲା। ସେହି କଲରେ କୁହାଯାଇଥିଲା କି, ବଲିଉଡ୍‌ ତାରକା ଅମିତାଭ୍‌ ବଚ୍ଚନଙ୍କ ଘର ସମେତ ଅନ୍ୟ ଦୁଇଟି ସ୍ଥାନରେ ବମ୍‌ ରଖାଯାଇଛି ବୋଲି। ଆଉ ଫୋନ୍‌ଇ ପାଇବା ମାତ୍ରେ ପୋଲିସର ବୁଦ୍ଧି ଗୁଡ଼ୁମ୍‌ ହୋଇଯାଇଥିଲା। କଣ କରିବ? କେମିତି ବମ୍‌ ଖୋଜିବ ସେହି ଚିନ୍ତାରେ ଥିଲା ପୂରା ପୋଲିସ ଟିମ୍‌ର। ଆଉ ରାତି ଅଧରେ ହିଁ ବୋମା ନିଷ୍କ୍ରିୟ ଦଳ ସହ, ଅନୁସନ୍ଧାନୀ କୁକୁରକୁ ନେଇ ବଚ୍ଚନଙ୍କ ଘର ସର୍ଚ୍ଚ କରିବା ସହ ପୂରା ମୁମ୍ବାଇରେ ବିଭିନ୍ନ ସ୍ଥାନରେ ତନତନ କରି ଯାଂଚ କରିଥିଲା ପୋଲିସ।

Advertisment

ତେବେ ଯେଉଁ ସ୍ଥାନରୁ କଲ୍ କରି ବୋମା ସମ୍ପର୍କରେ ସୂଚନା ଦିଆଯାଇଥିଲା ସେହି ସ୍ଥାନରେ ମଧ୍ୟ ପୋଲିସ ପହଞ୍ଚଥିଲା। କିନ୍ତୁ କିଛି ପାଇନଥିଲା। ଆଉ ଏହି ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ ମଧ୍ୟ କରିଛି। ଅମିତାଭ ବଚ୍ଚନଙ୍କ ବଙ୍ଗଳା, ବାଇକୁଲ୍ଲା, ଦାଦର ଏବଂ ଜୁହୁ ଭଳି ସ୍ଥାନରେ ବୋମା ଥିବା ନେଇ ପୋଲିସ ପାଖକୁ ଫୋନ ଆସିଥିଲା। କୁହାଯାଉଛି ଯେ କଲ୍ କରିଥିବା ବ୍ୟକ୍ତି ମଦ୍ୟପାନ କରିଥିଲେ ଏବଂ ମଦ୍ୟପାନ କରୁଥିବା ସମୟରେ ପୋଲିସକୁ ଫୋନ କରି ଭୁଲ ତଥ୍ୟ ଦେଇଥିଲେ।

Advertisment

ଆଉ ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ସୂଚନା ପରେ ସମଗ୍ର ମୁମ୍ବାଇ ପୋଲିସକୁ ସତର୍କ କରାଯାଇଥିଲା। ଏଟିଏସ୍ ଠାରୁ କ୍ରାଇମ୍‌ବ୍ରାଞ୍ଚ ଶାଖା ଏବଂ ପ୍ରତ୍ୟେକ ପୋଲିସ୍ ଷ୍ଟେସନ୍ ପର୍ଯ୍ୟନ୍ତ ପୋଲିସର ପ୍ରତ୍ୟେକ ୟୁନିଟ୍‌କୁ ସକ୍ରିୟ କରାଯାଇଥିଲା। ଯେତେବେଳେ ଏହି ଘଟଣାର ଅନୁସନ୍ଧାନ କରାଯାଇଥିଲା, ଏହା ଏକ ମିଥ୍ୟା କଲ ବୋଲି ଜଣାପଡିଥିଲା।

ମୁମ୍ବାଇର ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି। ଦୁଇ ଜଣଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି। ଆଉ ଏବେ ବି ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ପୋଲିସ ସ୍କ୍ରାନରକୁ ନେଇଛି। ଏହାସହ କୌଣସି ପ୍ରତିକୂଳ ପରିସ୍ଥିତିର ମୁକାବିଲା ଲାଗି ପୋଲିସ ପ୍ରସ୍ତୁତ ଥିବା ସମ୍ପୃକ୍ତ ଅଧିକାରୀ ଜଣକ କହିଛନ୍ତି।

Advertisment
India Mumbai FakeCall
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ