Advertisment

ବିନା ବଧିରା ଇଂଜେକ୍‌ସନ୍‌ରେ ହେଲା ଅପରେସନ୍‌, ଜାଣନ୍ତୁ କେମିତି...

ସ୍ଥିତି ଏପରି ହୋଇଥିଲା କି ପରିବାର ଲୋକ ମଧ୍ୟ ବହୁ ଚେଷ୍ଟା କରିବା ପରେ ନାବାଳକର ତଣ୍ଟିରୁ ତାହା ବାହାରି ପାରିନଥିଲା। ଫଳରେ ଉପାୟଶୂନ୍ୟ ହୋଇ ପରିବାର ଲୋକମାନେ ତାକୁ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ। ଆଉ ସେଠାରେ ଡାକ୍ତର ଏମିତି କିଛି କଲେ....

ବିନା ବଧିରା ଇଂଜେକ୍‌ସନ୍‌ରେ ହେଲା ଅପରେସନ୍‌, ଜାଣନ୍ତୁ କେମିତି...

doctor

Advertisment

ନୂଆଦିଲ୍ଲୀ: ଡାକ୍ତରଙ୍କୁ ସାଧାରଣ ଭାବରେ ଆମେ ଭଗବାନ ବୋଲି କହିଯାଉ। କାରଣ ଯେତେବେଳେ ରୋଗୀ ଟିଏ ଜୀବନ ବଂଚାଇବାକୁ ଆକୁଳ ଚିତ୍କାର କରିଥାଏ, ସେହି ସମୟରେ ତାହାର ଜୀବନ ବଂଚାଇବାକୁ ଡ଼ାକ୍ତର ହିଁ ଉଦ୍ୟମ କରିଥାଆନ୍ତି। ତେଣୁ କୁହାଯାଏ ଡାକ୍ତର ହିଁ ଭଗବାନ। ସୂଚନା ଅନୁସାରେ, ମୁମ୍ବାଇରେ ଏମିତି ଏକ ରୋଚକ ଘଟଣା ଘଟିଛି ଯାହାକୁ ନେଇ ପୂରା ଦେଶରେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଚର୍ଚ୍ଚା ଏଇଥି ପାଇଁ ହେଉଛି ଯେ, କାରଣ ଏକ ନାବାଳକ ଟି କୌଣସି ପଦାର୍ଥକୁ ଗିଳି ଦେଇଥିଲା। ଆଉ ଏହା ପରେ ଚିତ୍କାର କରି କାନ୍ଦିବାକୁ ଲାଗିଥିଲା। ସ୍ଥିତି ଏପରି ହୋଇଥିଲା କି ପରିବାର ଲୋକ ମଧ୍ୟ ବହୁ ଚେଷ୍ଟା କରିବା ପରେ ନାବାଳକର ତଣ୍ଟିରୁ ତାହା ବାହାରି ପାରିନଥିଲା। ଫଳରେ ଉପାୟଶୂନ୍ୟ ହୋଇ ପରିବାର ଲୋକମାନେ ତାକୁ ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ। ଆଉ ସେଠାରେ ଡାକ୍ତର ଏମିତି କିଛି କଲେ....

Advertisment

ପ୍ରଥମେ କାର୍ଯ୍ୟରତ ଥିବା ଡାକ୍ତର ସଚିନ୍ ସାଙ୍ଗଲେ ଛୋଟ ପିଲାଟିର ଏକ୍ସରେ କରିଥିଲେ। ପରେ ଜଣାପଡ଼ିଥିଲା କି ପିଲା ଟି କୌଣସି ଏକ ଛୋଟ ପଦାର୍ଥକୁ ଗିଳିଦେଇଛି। ତତ୍‌କ୍ଷଣାତ୍‌ ପିଲାର କଷ୍ଟ ଦୂର କରିବା ପାଇଁ ଡାକ୍ତର ଜଣକ ପିଲାର ମୁହଁରେ ଏକ ଯନ୍ତ୍ରପାତି ପୂରାଇ ସେହି ପଦାର୍ଥକୁ ତଂଟିରୁ ବାହାର କରିଦେଇଥିଲେ। ଏପଟେ ମେଡ଼ିକାଲରେ ଉପସ୍ଥିତ ଥିବା ଅନ୍ୟ ଡାକ୍ତରମାନେ ମଧ୍ୟ ଡାକ୍ତର ସଚିନ୍‌ଙ୍କୁ ସାହାଯ୍ୟ କରିଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଯେ ବିନା କୌଣସି ଅସ୍ତ୍ରୋପଚାରରେ ନାବାଳକର କଷ୍ଟ ଦୂର କରିଦେଲେ। ଏହି ଖବର ପ୍ରକାଶିତ ହେବା ପରେ ମେଡ଼ିକାଲ ସୁପରିଟେଣ୍ଡଣ୍ଟ୍ ଡାକ୍ତରଙ୍କର ଏହି କାର୍ଯ୍ୟ ପାଇଁ ସାବାସି ଦେଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା ଖୋଦ୍‌ ଡାକ୍ତର ଜଣକ ମଧ୍ୟ ନିଜର କାମକୁ ବିଶ୍ୱାସ କରିପାରିନଥିଲେ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ପିଲାର ପରିବାର ତାପରେ ମୁଁ କେମିତି କଣ କରି ମୁଁ ନିଜେ ବି ଜାଣିନାହିଁ। କିନ୍ତୁ ପିଲାର ଜୀବନ ବଂଚିଲା ଏଇଥି ପାଇଁ ଭଗବାନକୁ ବହୁତ ଧନ୍ୟବାଦ ବୋଲି ସାଙ୍ଗଲେ କହିଛନ୍ତି।

Advertisment
Maharashtra Doctor Unique Experiment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ