Advertisment

ଔଷଧ ଅଭାବ: ୨୪ ଘଣ୍ଟାରେ ୨୪ ମୃତ ! ୭୦ ଜଣ ଏବେ ବି ଗୁରୁତର ଥିବା ସୂଚନା

ଔଷଧ ଓ କର୍ମଚାରୀଙ୍କ ଅଭାବ ପାଇଁ ଅଘଟଣ ଆଶଙ୍କା...ଶନିବାର ଓ ରବିବାର ମଧ୍ୟରେ ଉଦବେଗଜନକ ଘଟଣା..ଭିନ୍ନ ଭିନ୍ନ କାରଣରୁ ୨୪ ଘଣ୍ଟାରେ ୧୨ ଶିଶୁଙ୍କ ସହ ୨୪ ମୃତ

ଅଦ୍ୟତନ ହୋଇଛି
Maharashtra Hospital Death

24 deaths in 24 hours

Advertisment

ମହାରାଷ୍ଟ୍ର ନାନ୍ଦେଡ଼୍ ହସ୍ପିଟାଲରେ ଅଭାବନୀୟ ଘଟଣା। ୨୪ ଘଣ୍ଟାରେ ଗଲାଣି ୨୪ ଜୀବନ। ମୃତକଙ୍କ ମଧ୍ୟରେ ୧୨ ଜଣ ଶିଶୁ ରହିଛନ୍ତି। ଏଥିପାଇଁ ଔଷଧ ଓ କର୍ମଚାରୀଙ୍କ ଅଭାବକୁ ଦାୟୀ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ।

Advertisment

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଛତ୍ରପତି ଶାମ୍ଭାଜୀନଗର ଜିଲ୍ଲା ନାନ୍ଦେଡ଼ ସ୍ଥିତ ଡକ୍ଟର ଶଙ୍କରରାଓ ଚୌହାନ ସରକାରୀ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଏଭଳି ଉଦବେଗଜନକ ଘଟଣା ଘଟିଛି। ଭିନ୍ନ ଭିନ୍ନ କାରଣରୁ ୨୪ ଘଣ୍ଟାରେ ୧୨ ଶିଶୁଙ୍କ ସମେତ ୨୪ ଜଣଙ୍କ ଜୀବନ ଯାଇଛି । ୭୦ ଜଣ ଏବେବି ଗୁରୁତର ଅଛନ୍ତି । ବିଶେଷତଃ ଦୁର୍ଘଟଣା, ହୃଦଘାତ, ସାପ କାମୁଡ଼ା ଓ ଫୁଡ୍ ପଏଜନିଂ ବା ଖାଦ୍ୟ ବିଷକ୍ରିୟା ଯୋଗୁଁ ଲୋକଙ୍କ ମୃତ୍ୟୁ ଘଟିଛି ।

ତେବେ ଏଥିପାଇଁ ଔଷଧ ଓ କର୍ମଚାରୀଙ୍କ ଅଭାବକୁ ଦାୟୀ କରିଛନ୍ତି ଡାକ୍ତରଖାନାର ଡିନ୍।  ବିଭିନ୍ନ ବିଭାଗର ଅନେକ କର୍ମଚାରୀଙ୍କ ବଦଳି ହୋଇଯାଇଥିବାରୁ ଆମେ ଲୋକଙ୍କୁ ଚିକିତ୍ସା ସେବା ଯୋଗାଇବାରେ ଅସୁବିଧା ହେଉଥିବା ସେ କହିଛନ୍ତି ।

Advertisment

ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ସରକାର। ଏଥିଲାଗି ଜିଲ୍ଲାସ୍ତରରେ ୩ ଜଣିଆ ବିଶେଷଜ୍ଞ କମିଟି ଗଠନ କରାଯାଇଛି ଏବଂ ଆଜି ଦିନ ଗୋଟାଏ ସୁଦ୍ଧା ରିପୋର୍ଟ ଦେବାକୁ କୁହାଯାଇଥିବା ସୂଚନା ମିଳିଛି  । 

ଏହି ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ସେ କହିଛନ୍ତି, ଏହି ଘଟଣାକୁ ନେଇ ସବିଶେଷ ରିପୋର୍ଟ ମଗାଯାଇଛି। ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Advertisment
Death Hospital
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ