Mahakumbh
ବସନ୍ତ ପଞ୍ଚମୀ ଅମୃତ ସ୍ନାନ ପାଇଁ ଉଛୁଳୁଛି ପ୍ରୟାଗରାଜ ମହାକୁମ୍ଭ । ତ୍ରିବେଣୀ ସଂଗମରେ କୋଟି କୋଟି ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ଅମୃତ ସ୍ନାନ ଜାରି ରହିଛି। ଭୋର୍ ୫ଟାରୁ ଆରମ୍ଭ ହୋଇଛି ତୃତୀୟ ଅମୃତ ସ୍ନାନ।
ମହାର୍ଘ୍ୟ ମୁହୂର୍ତ୍ତରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ସାଧୁସନ୍ଥ । ନିର୍ଦ୍ଧାରିତ ସମୟର ଘଣ୍ଟାଏ ଆଗରୁ ସମସ୍ତ ଆଖଡା ସ୍ନାନ ପାଇଁ ଶିବିରରୁ ବାହାରିଥିଲେ। ଆଖଡା ସାଧୁସନ୍ଥ ସକାଳ ୫ଟା ୪୦ ସୁଦ୍ଧା ଅମୃତ ସ୍ନାନ ଶେଷ କରିଛନ୍ତି। ଏହାପରେ ଆରମ୍ଭ ହୋଇଛି ସାଧାରଣ ଶ୍ରଦ୍ଧାଳୁଙ୍କ ସ୍ନାନ।
ମୌନୀ ଅମାବାସ୍ୟାରେ ଦଳା ଚକଟା ପରେ ଅମୃତ ସ୍ନାନ ପାଇଁ ଉତ୍ତରପ୍ରଦେଶ ସରକାର ବ୍ୟାପକ ବନ୍ଦୋବସ୍ତ କରିଛନ୍ତି। ଯେଭଳି କୌଣସି ଦଳାଚକଟା ଭଳି ସ୍ଥିତି ନଉପୁଜିବ ସେଥିପାଇଁ ୱାନ୍ ୱେ ବ୍ୟବସ୍ଥା କରାଯାଇଛି। ସାରା ପ୍ରୟାଗରାଜକୁ ନୋ ଭେହିକିଲ୍ ଜୋନ୍ ଘୋଷଣା କରାଯାଇଛି।
ସେହିପରି ପ୍ରୟାଗ କ୍ଷେତ୍ରରେ ହଟାଇ ଦିଆଯାଇଛି VVIP ପ୍ରଟୋକଲ୍। ଉତ୍ତରପଦେଶ ସରକାରଙ୍କ ତଥ୍ୟ ଅନୁଯାୟୀ ପ୍ରୟାଗରାଜ ତ୍ରିବେଣୀ ସଙ୍ଗମରେ ୩୩ କୋଟିରୁ ଅଧିକ ଶ୍ରଦ୍ଧାଳୁ ସ୍ନାନର ସୌଭାଗ୍ୟ ଲାଭ କଲେଣି। ପ୍ରୟାଗରାଜରେ ଭିଡ଼କୁ ଦୃଷ୍ଟିରେ ରଖି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଯେଭଳି ଦଳାଚକଟାର ପୁଣି ନହୁଏ, ସେଥିପାଇଁ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଯାଇଥିବା କହିଛି ପ୍ରୟାଗରାଜ ପୋଲିସ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Mahakumbh_1738551844.jpg)