Advertisment

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ୟା କନ୍ୟାଙ୍କର ଆଜି ବାହାଘର

ପ୍ରତିକ୍ରିୟାରେ ସେ କହିଛନ୍ତି, ମୋ ଉପରେ ଏକ ବଡ଼ ଦାୟିତ୍ୱ ଥିଲା। ଯାହା ଆଜି ପୂର୍ଣ୍ଣ ହେବାକୁ ଯାଉଛି। ଯେତେବେଳେ ମୁଁ ଜଣେ ସାଂସଦ ଥିଲି, ସେବେ ମୁଁ ଏ ଝିଅମାନଙ୍କୁ ପୋଷ୍ୟା କନ୍ୟା ଭାବେ ଗ୍ରହଣ କରିଥିଲି। ଆଜି ସେମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଯାହା ପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ। ଏହାସହ ଶିବାରାଜ କହିଛନ୍ତି, ଜଣେ ପିତାର କର୍ତ୍ତବ୍ୟ ପୂର୍ଣ୍ଣ କରିଥିବାରୁ ମୁଁ ଖୁସି ଏବଂ ଏ ଭାବନାକୁ ଶବ୍ଦରେ ବାଖ୍ୟା କରାଯାଇପାରିବ ନାହିଁ ବୋଲି କହିଛନ୍ତି ଶିବରାଜ।

ଅଦ୍ୟତନ ହୋଇଛି
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପୋଷ୍ୟା କନ୍ୟାଙ୍କର ଆଜି ବାହାଘର

Shivraj Singh Chouhan

Advertisment

ଭୋପାଳ : ନିଜର ତିନି ପୋଷ୍ୟା କନ୍ୟାଙ୍କ ବିବାହକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ। ପ୍ରତିକ୍ରିୟାରେ ସେ କହିଛନ୍ତି, ମୋ ଉପରେ ଏକ ବଡ଼ ଦାୟିତ୍ୱ ଥିଲା। ଯାହା ଆଜି ପୂର୍ଣ୍ଣ ହେବାକୁ ଯାଉଛି। ଯେତେବେଳେ ମୁଁ ଜଣେ ସାଂସଦ ଥିଲି, ସେବେ ମୁଁ ଏ ଝିଅମାନଙ୍କୁ ପୋଷ୍ୟା କନ୍ୟା ଭାବେ ଗ୍ରହଣ କରିଥିଲି। ଆଜି ସେମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଯାହା ପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ। ଏହାସହ ଶିବାରାଜ କହିଛନ୍ତି, ଜଣେ ପିତାର କର୍ତ୍ତବ୍ୟ ପୂର୍ଣ୍ଣ କରିଥିବାରୁ ମୁଁ ଖୁସି ଏବଂ ଏ ଭାବନାକୁ ଶବ୍ଦରେ ବାଖ୍ୟା କରାଯାଇପାରିବ ନାହିଁ ବୋଲି କହିଛନ୍ତି ଶିବରାଜ।

Advertisment

ପୂର୍ବରୁ ସେ ସାଂସଦ ଥିବା ସମୟରେ ଶିବରାଜ ସିଂହ ଚୌହାନ, ୧୯୯୮ ମସିହାରେ ୭ ଜଣ ଅନାଥ କନ୍ୟାଙ୍କୁ ପୋଷ୍ୟା କନ୍ୟା ଭାବେ ଗ୍ରହଣ କରିଥିଲେ। ସେଥିମଧ୍ୟରୁ ପୂର୍ବରୁ ୪ ଜଣଙ୍କ ବିବାହ ହୋଇସାରିଛି ଏବଂ ଆଜି ବିଦିଶାରେ ବାକି ୩ ଜଣଙ୍କ ବିବାହ ଅନୁଷ୍ଠିତ ହେଉଛି। ପୂର୍ବରୁ ବିବାହ କରିଥିବା ୪ କନ୍ୟାଙ୍କ ମଧ୍ୟରୁ ଅନ୍ୟତମ କନ୍ୟା ଭାରତୀଙ୍କର ୨୦୧୯ ମସିହା ଜୁଲାଇ ମାସରେ ଶାରିରୀକ ଦୁର୍ବଳତା କାରଣରୁ ମୃତ୍ୟୁ ମଧ୍ୟ ହୋଇସାରିଛି।

Advertisment
Shivraj Singh Chouhan India News Madhya Pradesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ