Madhya Pradesh CM Shivraj Singh Chouhan Plays Local Musical Instruments In Sagar
ମହିଳାଙ୍କ ସହ ନାଚଗୀତରେ ସାମିଲ ହେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ । ଯାହା ଏବେ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି । ଗ୍ରାମାଞ୍ଚଳର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସହ ଆଲୋଚନା ବେଳେ ପାରମ୍ପାରିକ ବାଦ୍ୟ ବଜାଇ ନାଚଗୀତରେ ସାମିଲ ହୋଇଥିଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ।
ସୂଚନା ଅନୁସାରେ, ଗତକାଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ସାଗର ଜିଲ୍ଲାକୁ ଦିନିକିଆ ଗସ୍ତରେ ଯାଇଥିଲେ । ଏହି ଅବସରରେ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଉଦଘାଟନ ସହ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ଅର୍ଥ ବଣ୍ଟନ ମଧ୍ୟ କରିଥିଲେ । ଏହାସହ ସଂଧ୍ୟା ସମୟରେରେ ସେ ସ୍ଥାନୀୟ ନାସା ଗାଁର କିଛି ମହିଳାଙ୍କ ସହ ପାରମ୍ପରିକ ନାଚଗୀତରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଏମିତିକି ମୁଖ୍ୟମନ୍ତ୍ରୀ ନିଜେ ନାଗାଡ଼ିଆ ବାଦ୍ୟ ବଜାଇଥିବା ବେଳେ ଏହାର ତାଳେ ତାଳେ ମହିଳାମାନେ ଅତି ଆନନ୍ଦରେ ନାଚି ଉଠିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଏତାଦୃଶ୍ୟ କାର୍ଯ୍ୟ ଉପସ୍ଥିତ ଲୋକଙ୍କ ମନକୁ ଛୁଇଁବା ସହ ସାଧାରଣ ଲୋକେ ବାହାବା କରିଥିଲେ ସୋସିଆଲ ମିଡିଆରେ ଏହି ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1642995478.jpg)