Advertisment

୧୫ରେ ମୋଦି ଯିବେ ମଧ୍ୟପ୍ରଦେଶ, ୪ ଘଣ୍ଟା ପାଇଁ ଖର୍ଚ୍ଚ ହେବ ୨୩ କୋଟି

ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶ ଗସ୍ତରେ ଯିବେ। ଆୟୋଜନ ହେବାକୁ ଥିବା ଏହି ବଡ଼ ଇଭେଣ୍ଟରେ ମଧ୍ୟପ୍ରଦେଶ ସରକାର ୨୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
PM Modi

PM Modi

Advertisment

ଭୋପାଳ: ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶ ଗସ୍ତରେ ଯିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ସ୍ମୃତିରେ ଆସନ୍ତା ନଭେମ୍ବର ୧୫ରେ ମଧ୍ୟପ୍ରଦେଶରେ ପାଳନ ହେବାକୁ ଥିବା ଜନଜାତୀୟ ଗୌରବ ଦିବସରେ ଯୋଗ ଦେବ। ଏହି ସମୟରେ ପ୍ରଧାନମନ୍ତ୍ରୀ ଭୋପାଳରେ ୪ ଘଣ୍ଟା ଓ ଯେଉଁଠି ଇଭେଣ୍ଟ ଆୟୋଜନ ହେବ ସେଠାରେ ୧ ଘଣ୍ଟା ୧୫ ମିନିଟ୍‌ ରହିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ୫ଟି ଗମ୍ଭୁଜ ନିର୍ମାଣ କରାଯାଉଛି।

Advertisment

ଜମ୍ବୁରି ମୈଦାନରେ ଆୟୋଜନ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଜନସାଧାରଣକୁ ସମ୍ବୋଧନ କରିବା ସହ ଜମ୍ବୁରି ମୈଦାନ ସହରରେ ଦେଶର ପ୍ରଥମ ପବ୍ଲିକ୍‌ ପ୍ରାଇଭେଟ୍‌ ପାର୍ଟନରଶିପ୍‌ରେ ନିର୍ମିତ ହବିବଗଞ୍ଜ ରେଲ୍‌ୱେ ଷ୍ଟେସନକୁ ଲୋକଙ୍କୁ ଉତ୍ସର୍ଗ କରିବେ। ପ୍ରାୟ ୪୫୦ କୋଟି ଟଙ୍କା ବ୍ୟୟରେ ହବିବଗଞ୍ଜ ରେଲ୍‌ୱେ ଷ୍ଟେସନକୁ ବିକଶିତ କରାଯାଇଛି।

ସବୁଠାରୁ ବଡ଼ କଥା, ମଧ୍ୟପ୍ରଦେଶରେ ଆୟୋଜନ ହେବାକୁ ଥିବା ଏହି ବଡ଼ ଇଭେଣ୍ଟରେ ମଧ୍ୟପ୍ରଦେଶ ସରକାର ୨୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଥିବା ଜଣାପଡ଼ିଛି। ଏଥିମଧ୍ୟରୁ କେବଳ ୧୩ କୋଟି ଟଙ୍କା ଟ୍ରାନ୍ସପୋର୍ଟିଂରେ ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି। ଜମ୍ବୁରି ମୈଦାନରେ ଆୟୋଜନ ହେବାକୁ ଥିବା ଏହି ଇଭେଣ୍ଟରେ ୨ ଲକ୍ଷ ଆଦିବାସୀ ଯୋଗ ଦେବେ ବୋଲି ଜଣାପଡ଼ିଛି। ଏହି ଅବସରରେ ଜମ୍ବୁରି ମୈଦାନକୁ ଆଦିବାସୀ କଳାକୃତି ଓ ଆଦିବାସୀ କିମ୍ବଦନ୍ତୀଙ୍କ ଫଟୋ ଇତ୍ୟାଦିରେ ଅତି ସୁନ୍ଦର ଭାବେ ସଜା ଯାଉଛି। ଏହିସବୁ କାର୍ଯ୍ୟରେ ୩୦୦ରୁ ଅଧିକ ଲୋକ ନିୟୋଜିତ ହୋଇଛନ୍ତି। ଏହାସହ ଆଦିବାସୀଙ୍କ ପାଇଁ ଏକ ବଡ଼ ପେଣ୍ଡାଲ୍‌ ନିର୍ମାଣ କରାଯାଇଛି। 

Advertisment

ଖାଲି ଏତିକି ନୁହେଁ ଇଭେଣ୍ଟରେ ଯୋଗ ଦେବାକୁ ଥିବା ୫୨ ଜିଲ୍ଲାର ଲୋକଙ୍କ ଖାଦ୍ୟ ଓ ରହଣି, ଟ୍ରାନ୍ସପୋର୍ଟ ପାଇଁ ୧୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ୯ କୋଟିରୁ ଅଧିକ ଟଙ୍କା ୫ଟି ଗମ୍ଭୁଜ ନିର୍ମାଣ, ଟେଣ୍ଟ୍‌, ସାଜସଜ୍ଜା ଇତ୍ୟାଦିରେ ଖର୍ଚ୍ଚ ହୋଇଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ୩୦ ଜଣ ବରିଷ୍ଠ ଅଧିକାରୀଙ୍କ ସମେତ ୫ ହଜାରରୁ ଅଧିକ  ପୋଲିସ୍‌ କର୍ମୀ ମୁତୟନ ହେବେ। ଏହା ଏକ ବଡ଼ ଇଭେଣ୍ଟ ଥିବାରୁ ଓ ଏଥିରେ ପ୍ରଧାନମନ୍ତ୍ରୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବଡ଼ ବଡ଼ ନେତାମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଭୋପାଳର ବିଭିନ୍ନ ହୋଟେଲରେ ରହୁଥିବା ବାହାର ଲୋକଙ୍କ ସମ୍ପର୍କରେ ପୋଲିସ୍‌ ଯାଞ୍ଚ କରୁଛି। 

PM Modi Madhya Pradesh Habibganj Railway Station
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ