Advertisment

ପୀଡ଼ିତଙ୍କ ଗୋଡ଼ ଧୋଇଦେଲେ ମୁଖ୍ୟମନ୍ତ୍ରୀ...ଭଲମନ୍ଦ ପଚାରିଲେ, ଉପହାରରେ ଦେଲେ ଗଣେଶ ମୂର୍ତ୍ତି

ତିଲକ ଲଗାଇ ପୂଜାର୍ଚ୍ଚନା ପରେ ସାଲ୍ ଦେଇ ସମ୍ବର୍ଦ୍ଧିତ କଲେ, ଦଶମତ ରାୱତଙ୍କ ଉପରେ ଜଣେ ବ୍ୟକ୍ତି ପରିସ୍ରା କରିଥିବା ଭିଡିଓ ଭାଇରାଲ ପରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି।

ଅଦ୍ୟତନ ହୋଇଛି
Shivraj Singh Chouhan

Shivraj Singh Chouhan

Advertisment

ମଧ୍ୟପ୍ରଦେଶରେ ଆଦିବାସୀ ଯୁବକ ଦଶମତ ରାୱତଙ୍କ ଉପରେ ଜଣେ ବ୍ୟକ୍ତି ପରିସ୍ରା କରିବା ଭିଡିଓ ଭାଇରାଲ ହେବା ପରେ ସଂପୃକ୍ତ ଯୁବକଙ୍କ ପାଦ ଧୋଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ । ପୀଡ଼ିତ ଦଶମତଙ୍କୁ ସାଥିରେ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ପ୍ରଥମେ ଚୌକିରେ ବସାଇଥିଲେ । ଏହାପରେ ତାଙ୍କ ପାଦକୁ ଥାଳି ଉପରେ ଥୋଇ ଧୋଇ ଦେଇଥିଲେ । ତିଲକ ଲଗାଇ ପୂଜାର୍ଚ୍ଚନା କରିବା ପରେ ତାଙ୍କ ବେକରେ ଫୁଲମାଳ ମଧ୍ୟ ପକାଇଛନ୍ତି । ଏହାପରେ ତାଙ୍କୁ ସାଲ ଦେଇ ସମ୍ବର୍ଦ୍ଧିତ କରିଥିଲେ । କେବଳ ଏତିକି ନୁହେଁ ପୀଡ଼ିତଙ୍କୁ ଏକ ଗଣେଶ ମୂର୍ତ୍ତି ଉପହାର ଦେଇଛନ୍ତି ଶିବରାଜ ସିଂ ଚୌହ୍ୱାନ ।

Advertisment
shivrajଦଳିତ ଯୁବକଙ୍କୁ ଚୌକିରେ ବସାଇ ପୂଜାର୍ଚ୍ଚନା କଲେ

ମୁଖ୍ୟମନ୍ତ୍ରୀ ପୀଡିତଙ୍କୁ ପଚାରିଛନ୍ତି, ଘରେ କୌଣସି ଅସୁବିଧା ନାହିଁ ତ.. ଯଦି କିଛି ଅସୁବିଧା ହୁଏ ମୋତେ ଜଣାନ୍ତୁ । ପୀଡ଼ିତଙ୍କ ଦୁଃଖସୁଖ ବୁଝିଛନ୍ତି ମୁଖ୍ୟମନ୍ତ୍ରୀ । ଏପରିକି ପୀଡିତଙ୍କ କାମ ସମ୍ପର୍କରେ ମଧ୍ୟ ଖବର ନେଇଥିଲେ ଶିବରାଜ ସିଂ ଚୌହାନ୍ । ଅନ୍ୟପକ୍ଷରେ ଏଭଳି ଅଘଟଣ ପାଇଁ ଶିବରାଜ କହିଛନ୍ତି, ସେହି ଘଟଣା ପାଇଁ ମୁଁ ଅତ୍ୟନ୍ତ ଦୁଃଖିତ, ତେଣୁ ମୁଁ ତୁମକୁ କ୍ଷମା ମାଗୁଛି । ମୋ ପାଇଁ ଜନତା ହିଁ ଭଗବାନ । ଦଶମତଙ୍କୁ ନିଜ ବାସଭବନରେ ଜଳଖିଆ କରାଇ ଛାଡ଼ିଛନ୍ତି ଶିବରାଜ ।

କିଛିଦିନ ତଳେ ଆଦିବାସୀ ଶ୍ରମିକ ଦଶମତ ରାୱତଙ୍କ ଉପରେ ଜଣେ ଯୁବକ ପରିସ୍ରା କରୁଥିବା ବେଳର ଭିଡିଓ ଭାଇରାଲ ହୋଇଥିଲା । ଭିଡିଓକୁ ଆଧାର କରି ଅଭିଯୁକ୍ତ ପରବେଶ ଶୁକ୍ଳାକୁ ଗିରଫ କରିଥିଲା ପୋଲିସ । ଅଭିଯୁକ୍ତ ନାଁରେ ଏନଏସ୍‌ଏ ଲାଗୁ କରାଯାଇଛି ।

Advertisment

ଅନ୍ୟପଟେ ପରବେଶ ଶୁକ୍ଳା ବେଆଇନ ଭାବେ ତିଆରି କରିଥିବା ଘର ଓ ଅନ୍ୟ କିଛି ପ୍ରତିଷ୍ଠାନ ଉପରେ ଗତକାଲି ପ୍ରଶାସନର ବୁଲଡୋଜର ଚାଲିଛି। ଆଗକୁ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଥିବା ବେଳେ ଏହି ଘଟଣାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିଲେ ।

ମଙ୍ଗଳବାର ସାମ୍ନାକୁ ଆସିଥିବା ଭିଡିଓରେ ପରବେଶ ଶୁକ୍ଳା ବିଚ୍‌ ରାସ୍ତାରେ ଜଣେ ଆଦିବାସୀ ଶ୍ରମିକଙ୍କ ଉପରେ ପରିସ୍ରା କରୁଥିବା ଦେଖିବାକୁ ମିଳିଥିଲା । ଘଟଣାଟି ୬ ଦିନ ତଳେ ଘଟିଥିବା ବେଳେ ପୁଲିସ୍‌ ମଙ୍ଗଳବାର ଅପରାହ୍ନ ୪ଟାରେ ହିଁ ଏହାକୁ ଜାଣିବାକୁ ସକ୍ଷମ ହୋଇଥିଲା । ପରବେଶ ପରିସ୍ରା କରିବା ବେଳେ ବେଶ ଷ୍ଟାଇଲରେ ସିଗାରେଟ ମଧ୍ୟ ଟାଣୁଥିଲା।

Advertisment
Shivraj Singh Chouhan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ