Advertisment

ମୃତ୍ୟୁ ପୂର୍ବରୁ ଶେଷ ଇଚ୍ଛା କହି ଜୀବନ ହାରିଲେ ୧୬ ବର୍ଷୀୟ ଯୁବକ

ଜଣେ ଭଲ ଡ୍ୟାନ୍ସର ହେବା ପାଇଁ ଆଶା ରଖିଥିଲେ, ହେଲେ ତାଙ୍କର ଏହି ଆଶା ଆଶାରେ ହିଁ ରହିଗଲା। ଆଉ ମଉଳିଗଲା ସବୁ ସ୍ୱପ୍ନ। ଭଲ ଡ୍ୟାନ୍ସର ହୋଇ ନପାରିବାରୁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
16-Years Old Commit Suicide

16-Years Old Commit Suicide

Advertisment

ଗ୍ୱାଲିୟର: ଜଣେ ଭଲ ଡ୍ୟାନ୍ସର ହେବା ପାଇଁ ଆଶା ରଖିଥିଲେ, ହେଲେ ତାଙ୍କର ଏହି ଆଶା ଆଶାରେ ହିଁ ରହିଗଲା। ଆଉ ମଉଳିଗଲା ସବୁ ସ୍ୱପ୍ନ। ଭଲ ଡ୍ୟାନ୍ସର ହୋଇ ନପାରିବାରୁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମଧ୍ୟପ୍ରଦେଶ ଗ୍ୱାଲିୟରର ୧୬ ବର୍ଷୀୟ ଯୁବକ କିଶୋରଙ୍କ ମୃତଦେହ ରେଲ୍‌ୱେ ଟ୍ରାକ୍‌ରୁ ମିଳିଛି। ମୃତଦେହ ନିକଟରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ ହୋଇଛି। ଏଥିରେ ସେ ତାଙ୍କର ଶେଷ ଇଚ୍ଛା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। 

Advertisment

ଗ୍ୱାଲିୟର ସହର ସ୍ଥିତ କ୍ୟାନ୍ସର ହସ୍ପିଟାଲ୍‌ ଅଞ୍ଚଳରେ ରହୁଥିବା କିଶୋରଙ୍କ ମୃତଦେହ ରବିବାର ରାତିରେ ରେଲ୍‌ୱେ ଟ୍ରାକ୍‌ରୁ ମିଳିଥିଲା। ଟ୍ରେନ୍‌ ସାମ୍ନାକୁ ଡେଇଁ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘଟଣାକୁ ନେଇ ଝାନ୍ସି ରୋଡ୍‌ ଥାନା ଆଇଆଇସି ସଞ୍ଜୀବ ନୟନ ଶର୍ମା କହିଛନ୍ତି, ମୃତଦେହ ନିକଟରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ ହୋଇଛି। ଯେଉଁଥିରେ ସେ(କିଶୋର) ଲେଖିଥିଲେ, ପରିବାର ଓ ସାଙ୍ଗସାଥୀମାନେ କୌଣସି ପ୍ରକାରର ସମର୍ଥନ ନକରିବାରୁ ଜଣେ ଭଲ ଡ୍ୟାନ୍ସ ହୋଇପାରିଲି ନାହିଁ।’

Advertisment

ସୁଇସାଇଡ୍‌ ନୋଟ୍‌ରେ କିଶୋର ତାଙ୍କ ଶେଷ ଇଚ୍ଛା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଏଥିରେ ସେ ଲେଖିଥିଲେ, ‘ମୋର ମୃତ୍ୟୁ ପରେ ଏକ ମ୍ୟୁଜିକ୍‌ ଭିଡିଓ ପ୍ରସ୍ତୁତ ହେବ। ଯେଉଁଥିରେ ଏକ ଗୀତ ସିଙ୍ଗର୍‌ ଅରଜିତ୍‌ ସିଂ ଗାଇବେ ଓ ନେପାଳର କୋରିଓଗ୍ରାଫର ସୁଶାନ୍ତ ଖତ୍ରୀ ଡ୍ୟାନ୍ସ କରିବେ। ଏହି ମ୍ୟୁଜିକ୍‌ ଭିଡିଓ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରିବ।’ ଶେଷ ଇଚ୍ଛା ପୂରଣ କରିବା ପାଇଁ ସେ ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିବେଦନ କରିଥିଲେ। ଏନେଇ ସେ ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ ମଧ୍ୟ କରିଥିଲେ। ଅନ୍ୟପକ୍ଷେ, ପୋଲିସ୍‌ ଘଟଣାକୁ ନେଇ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଛି। କିଶୋର ଏକାଦଶ ଶ୍ରେଣୀରେ ପଢ଼ୁଥିଲେ। 

Suicide Bid Madhya Pradesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ