Advertisment

Jammu Kashmir Terror Attack: ଆତଙ୍କୀ ହମ୍‌ଲା: ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଯାଇଥିଲେ ପିଏମ୍ ମୋଦି। ଆସନ୍ତାକାଲି ଫେରିବାର ଥିଲା। କିନ୍ତୁ ଆତଙ୍କବାଦୀ ଆକ୍ରମଣ ପରେ ଗସ୍ତ କାଣ୍ଟଛାଣ୍ଟ କରି ସ୍ୱଦେଶ ଫେରିଛନ୍ତି ପ୍ରଧାନମନ୍ତ୍ରୀ।

ଅଦ୍ୟତନ ହୋଇଛି
terror attacks

terror attacks

Advertisment

ଜାମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କୀ ହମଲା ପରେ ସାଉଦି ଆରବ ଗସ୍ତ ଅଧାରୁ ଫେରି ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସକାଳେ ଦିଲ୍ଲୀରେ ପହଞ୍ଚିଛନ୍ତି ମୋଦି। ଆଜି ସକାଳେ ମୋଦି ଦିଲ୍ଲୀରେ ପହଞ୍ଚିବା ପରେ ସୁରକ୍ଷା ସମ୍ପର୍କିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଯୋଗ ଦେଇଛନ୍ତି। ଦିଲ୍ଲୀ ପାଲମ ବିମାନବନ୍ଦରରେ ଏହି ଉଚ୍ଚସ୍ତରୀୟ ବୈଠକ ବସିଛି। ଏହି ବୈଠକରେ ଏନ୍‌ଏସ୍‌ଏ ଅଜିତ ଡୋଭାଲ ଓ ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କର ସାମିଲ ହୋଇଛନ୍ତି।

Advertisment

ଦୁଇ ଦିନିଆ ସାଉଦି ଆରବ ଗସ୍ତରେ ଯାଇଥିଲେ ପିଏମ୍ ମୋଦି। ଆସନ୍ତାକାଲି ଫେରିବାର ଥିଲା। କିନ୍ତୁ ଆତଙ୍କବାଦୀ ଆକ୍ରମଣ ପରେ ଗସ୍ତ କାଣ୍ଟଛାଣ୍ଟ କରି ସ୍ୱଦେଶ ଫେରିଛନ୍ତି ପ୍ରଧାନମନ୍ତ୍ରୀ।

ଅଧିକ ପଢ଼ନ୍ତୁ: ଆତଙ୍କୀ ହମଲା: ସାଉଦି ଆରବ ଗସ୍ତ ଅଧାରୁ ଫେରି ଆସିଲେ ପ୍ରଧାନମନ୍ତ୍ରୀ

ଗତକାଲି ପହଲଗାମ ଆତଙ୍କୀ ହମଲା ପରେ ଶ୍ରୀନଗର ଯାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଆଜି ସେ ପହଲଗାମ ଯାଇପାରନ୍ତି। ସେହିପରି ଆତଙ୍କୀ ହମଲା ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହୋଇଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି।

Advertisment

ଅନ୍ୟପକ୍ଷରେ ପହଲଗାମ୍‌ ଆତଙ୍କୀ ହମ୍‌ଲାରେ NIA ତଦନ୍ତ କରିବ ବୋଲି ଜଣାପଡ଼ିଛି। ଆଜି ତଦନ୍ତ ପାଇଁ ପହଲଗାମ୍‌ ପହଞ୍ଚିବ NIA ଟିମ୍।

ସୂଚନାଯୋଗ୍ୟ, ଗତକାଲି ପହଲଗାମର ବୈସରନ ଭ୍ୟାଲିରେ ରକ୍ତର ହୋଲି ଖେଳିଥିଲେ ଆତଙ୍କବାଦୀ । ଜମ୍ମୁ କାଶ୍ମୀର ପହଲଗାମରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ କରିଥିଲେ। ଏଥିରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ଦୁଇ ଜଣ ବିଦେଶୀ ପର୍ଯ୍ୟଟକ। ଜଣେ ନେପାଳର ଓ ଆଉ ଜଣେ ସାଉଦି ଆରବ ନାଗରିକ। ଅନ୍ୟମାନଙ୍କ ଭିତରେ ଓଡ଼ିଶାରୁ ଜଣେ ଏବଂ ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜରାଟ, ତାମିଲନାଡୁ ଓ କର୍ଣ୍ଣାଟକରୁ ପର୍ଯ୍ୟଟକ ଅଛନ୍ତି। ଜଣେ ନୌସେନା ଓ ଜଣେ ଗୁଇନ୍ଦା ବ୍ୟୁରୋ ଅଧିକାରୀ ବି ପ୍ରାଣ ହରାଇଛନ୍ତି। ଆକ୍ରମଣରେ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ପହଲଗାମ୍‌ରେ ବଡ଼ ଆତଙ୍କବାଦୀ ହମ୍‌ଲା; ୨୬ ମୃତ !

PM Modi Terror Attack In Kashmir Jammu Kashmir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ