Advertisment

କୁନି ଝିଅକୁ କାମୁଡ଼ିଦେଲା ବୁଲା କୁକୁର; ଚିକିତ୍ସା କଲେନି, ୪୦ ଲୋକଙ୍କୁ ବୁଲି ବୁଲି...

ଅଢ଼େଇ ବର୍ଷର ଝିଅ ଜଳାନ୍ତକ ରୋଗରେ ପ୍ରାଣ ହରାଇଛି ।

ଅଦ୍ୟତନ ହୋଇଛି
Dog Bite Girl

Dog Bite Girl

Advertisment

ଅଢ଼େଇ ବର୍ଷର ଝିଅକୁ କାମୁଡ଼ିଦେଲା କୁକୁର । ଚିକିତ୍ସା ବଦଳରେ ଗୁଣି ଗାରେଡ଼ିରେ ବିଶ୍ୱାସ କଲେ ପରିବାର । ପରେ କୁକୁର ଭଳି ଆଚରଣ କଲା ନାବାଳିକା । ଅଜାଣତରେ ୪୦ ଲୋକଙ୍କୁ କାମୁଡ଼ିବା ସହ ରାମ୍ପୁଡ଼ି ମଧ୍ୟ ଦେଲା । ଶେଷରେ ଜୀବନ ହାରିଦେଲା ନାବାଳିକା । ଏଭଳି ଅଭାବନୀୟ ଘଟଣା ୟୁପିର ଏକ ଗାଁରେ ଦେଖିବାକୁ ମିଳିଛି ।

Advertisment

ସୂଚନାନୁଯାୟୀ ୟୁପିର କୋଞ୍ଚ ତହସିଲ ଅନ୍ତର୍ଭୂକ୍ତ କ୍ୟୋଲାରି ଗ୍ରାମର ଏକ ଅଢ଼େଇ ବର୍ଷ ଝିଅ ଜଳାନ୍ତକ ରୋଗରେ ପ୍ରାଣ ହରାଇଛି । ଝିଅଟି ମାମୁଘର ବୁଲିବାକୁ ଯାଇଥିବା ବେଳେ ଏକ ବୁଲା କୁକୁର କାମୁଡ଼ି ଦେଇଥିଲା । ଗ୍ରାମବାସୀଙ୍କ କହିବାନୁଯାୟୀ ଝିଅକୁ କାମୁଡିବା ପରେ କୁକୁରଟି ମରିଯାଇଥିଲା । କୁକୁର କାମୁଡ଼ିବା ପରେ ପରିବାର ଲୋକେ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରିବା ପରିବର୍ତ୍ତେ ଗୁଣି ଗାରେଡ଼ିର ବିଶ୍ୱାସ କରି ଚିକିତ୍ସା କଲେ ନାହିଁ ।

ଘଟଣାର କିଛି ଦିନ ପରେ ଝିଅଟି କୁକୁର ଭଳି ଭୁକିବାକୁ ଲାଗିଲା । ଏପରିକି ୪୦ ଲୋକଙ୍କୁ କାମୁଡ଼ିବା ସହ ନଖରେ ରାମ୍ପୁଡ଼ି ମଧ୍ୟ ଦେଲା । ଶୁକ୍ରବାର ଝିଅଟି ଅଚେତ୍‌ ହୋଇ ପଡ଼ିବା ପରେ ଘର ଲୋକେ ତାକୁ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ । ସୋମବାର ଝିଅର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Advertisment

ସ୍ଥାନୀୟ ପୋଲିସ IIC ଙ୍କ କହିବାନୁଯାୟୀ ସଂକ୍ରମିତ ୪୦ ଜଣ ଲୋକ ରାବିସ୍‌ ଭ୍ୟାକ୍ସିନ୍‌ ନେଇ ସାରିଛନ୍ତି । ଏବେ କିଛି ଭୟଭୀତ ହେବା ଦରକାର ନାହିଁ ।

Anti Rabies Injection Dog Bite
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ