Advertisment

ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ସ୍ୱୀକାର କଲେ ଅପରାଧ କହିଲେ-‘ହଁ, ମୁଁ ମୋ ମା’କୁ ଗୁଳି କରି ହତ୍ୟା କରିଛି’

‘ହଁ, ମୁଁ ମୋ ମା’କୁ ଗୁଳି କରି ହତ୍ୟା କରିଛି। ଆଉ ଏହା ମଧ୍ୟ ଜାଣିଛି ଯେ, ଏଥିପାଇଁ ଅଧିକରୁ ଅଧିକ ମୋତେ ଫାଶୀ ହେବ। ଏଥିପାଇଁ ମୁଁ ପ୍ରସ୍ତୁତ ଅଛି।’ ଲକ୍ଷ୍ନୌରେ ୧୬ ବର୍ଷର ବାଳକ ନିଜ ମା’କୁ ଗୁଳିକରି ହତ୍ୟା ଘଟଣାରେ ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ଏଭଳି କିଛି ସ୍ୱୀକାର କରିଛନ୍ତି।

ଅଦ୍ୟତନ ହୋଇଛି
Lucknow PUBG Murder Case

Lucknow PUBG Murder Case

Advertisment

ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ୧୬ ବର୍ଷର ବାଳକ ନିଜ ମା’କୁ ଗୁଳିକରି ହତ୍ୟା ଘଟଣାରେ ପୋଲିସ୍‌ ତଦନ୍ତ ଜାରି ରଖିଛି। ଏସବୁ ଭିତରେ ଅଭିଯୁକ୍ତ ପୁଅ ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ସେ ତାଙ୍କ ମା’ଙ୍କୁ ହତ୍ୟା କରିଛନ୍ତି। ଏଥିରୁ ଜଣାପଡ଼ୁଛି, ଏବବି ଘଟଣାକୁ ନେଇ ନାବାଳକ ଜଣକ କୌଣସି ପଶ୍ଚାତାପ କରି ନାହିଁ। ସେ ମା’ଙ୍କୁ ହତ୍ୟା କରିଥିବା କଥା ବାରମ୍ବାର କହୁଥିବା ସୂଚନା ମିଳିଛି। 

Advertisment

ଅଭିଯୁକ୍ତ ପୁଅ ମାଜିଷ୍ଟ୍ରେଟ୍‌ ସାମ୍ନାରେ କହିଛନ୍ତି, ‘ହଁ, ମୁଁ ମୋ ମା’କୁ ଗୁଳି କରି ହତ୍ୟା କରିଛି। ଆଉ ଏହା ମଧ୍ୟ ଜାଣିଛି ଯେ, ଏଥିପାଇଁ ଅଧିକରୁ ଅଧିକ ମୋତେ ଫାଶୀ ହେବ। ଏଥିପାଇଁ ମୁଁ ପ୍ରସ୍ତୁତ ଅଛି।’ ଖାଲି ଏତିକି ନୁହେଁ ନାବାଳକ ଜଣକ ସୁଧାର ଗୃହରେ ଅନ୍ୟ ପିଲାମାନଙ୍କୁ ହତ୍ୟାକାଣ୍ଡର କାହାଣୀ କହୁଥିବା ସୂଚନା ମିଳିଛି। କିପରି ଭାବେ ସେ ତାଙ୍କ ମା’ଙ୍କୁ ଗୁଳି କରି ହତ୍ୟା କଲେ, ଏହାପରେ କେମିତି ପାର୍ଟି କଲେ ଏସବୁ ନାବାଳକ ଜଣକ ଅନ୍ୟ ପିଲାମାନଙ୍କ ଆଗରେ ବଖାଣୁ ଥିବା ଜଣାପଡ଼ିଛି। 

ସୁଧାର ଗୃହ କର୍ମଚାରୀଙ୍କ କହିବା ଅନୁସାରେ, ଯେଉଁଦିନ ନାବାଳକ ଜଣ ସୁଧାର ଗୃହକୁ ଆସିଲେ, ସେବେଠୁ ସେ ଭଲ ଭଲ ଖାଦ୍ୟ ଖାଇବା ପାଇଁ ଦାବି କରୁଛନ୍ତି। ଅନ୍ୟମାନେ ସେମାନଙ୍କର ଭୁଲ୍‌ ସ୍ୱୀକାର କରୁଥିବା ବେଳେ ସମ୍ପୃକ୍ତ ନାବାଳକ ସମସ୍ତଙ୍କ ସାମ୍ନାରେ ନିଜ ଷ୍ଟୋରୀ କହୁଥିବା ଦେଖିବାକୁ ମିଳିଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ