LPG Gas Cylinder Prices Slashed By Rs 200
ଆଜିଠାରୁ ଶସ୍ତା ହେଲା ରନ୍ଧନ ଗ୍ୟାସ୍ ଦର। ଘରୋଇ LPG ଗ୍ୟାସ୍ ସିଲିଣ୍ଡର ଦର ୨୦୦ ଟଙ୍କା ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ଆଜିଠାରୁ ଏହି ନୂତନ ପରିବର୍ତ୍ତିତ ଦର ଲାଗୁ ହେବ।
ଅର୍ଥାତ୍ ଏବେ ଯେଉଁ ୧୪.୨ କେଜି ବିଶିଷ୍ଟ ଗ୍ୟାସ୍ ସିଲିଣ୍ଡରକୁ ଗ୍ରାହକଙ୍କୁ ୧୧୨୯ ଟଙ୍କା ଦେବାକୁ ପଡୁଛି ସେଥିରେ ୨୦୦ ଟଙ୍କା ହ୍ରାସ ହୋଇଛି। ଏଣିକି ୯୨୯ଟଙ୍କାରେ ରନ୍ଧନ ଗ୍ୟାସ୍ ମିଳିବ।
ଅନ୍ୟପକ୍ଷେ, ଉଜ୍ଜ୍ୱଳା ଉପଭୋକ୍ତା ପୂର୍ବରୁ ୨୦୦ ଟଙ୍କାର ସବ୍ସିଡି ପାଉଥିବା ବେଳେ ସେମାନଙ୍କୁ ଆଉ ୨୦୦ ଟଙ୍କା ସବ୍ସିଡି ମିଳିବ। ସେମାନଙ୍କୁ ମୋଟ୍ ୪୦୦ ଟଙ୍କା ରିହାତି ମିଳିବ।
ଅର୍ଥାତ୍ ଉଜ୍ଜ୍ୱଳା ଉପଭୋକ୍ତାଙ୍କ ପାଇଁ ରନ୍ଧନ ଗ୍ୟାସ୍ ଦର ପାଖାପାଖି ୭୨୯ ଟଙ୍କାକୁ ଖସି ଆସିବ। ମହଙ୍ଗା ମାଡ଼ ଭିତରେ ସରକାରଙ୍କ ଏଭଳି ଘୋଷଣା ଗରିବ ଓ ମଧ୍ୟବିତ୍ତଙ୍କ ପାଇଁ ବଡ଼ ଆଶ୍ୱସ୍ତି ବୋଲି କୁହାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1693363690.jpg)