କମିଲା ଗ୍ୟାସ୍ ସିଲିଣ୍ତର ଦାମ୍, ଆଜିଠୁ ଲାଗୁ ହେବ ନୂଆ ଦର

କମର୍ସିଆଲ ସିଲିଣ୍ତରର ଦାମ୍ କମିଲା । ବ୍ୟବସାୟ ଉଦ୍ଦେଶ୍ୟରେ ବ୍ୟବହୃତ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଛି ।

Cylinder

କମର୍ସିଆଲ ସିଲିଣ୍ତର ଦାମ୍ ହ୍ରାସ ହେଲା । ବ୍ୟବସାୟ ଉଦ୍ଦେଶ୍ୟରେ ବ୍ୟବହୃତ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ହ୍ରାସ ପାଇଛି । ଆଜି ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀ ବା ଓଏମସି ଦ୍ୱାରା ସିଲିଣ୍ଡର ପିଛା ୩୯.୫୦ ଟଙ୍କା ହ୍ରାସ କରାଯାଇଛି । ନୂଆ ମୂଲ୍ୟ ଆଜିଠାରୁ କାର୍ଯ୍ୟକାରୀ ହେବ ବୋଲି ଜଣା ପଡ଼ିଛି । ତେବେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌ ଣସି ପରିବର୍ତ୍ତନ କରାଯାଇ ନାହିଁ ।

ଅନ୍ୟପଟେ ଦିଲ୍ଲୀରେ କମର୍ସିଆଲ ସିଲିଣ୍ତର ମୂଲ୍ୟ ୧,୭୫୭ ଟଙ୍କା ଥିବାବେଳେ କୋଲକାତାରେ ୧,୮୬୮ ରହିଛି । ମୁମ୍ବାଇରେ ଏହି ସିଲିଣ୍ତର ଦାମ ୧,୭୧୦ ଟଙ୍କା ଥିବାବେଳେ ଚେନ୍ନାଇରେ ୧,୯୨୯ ଟଙ୍କା ରହିଛି ।

ସେହିପରି ଗତ ନଭେମ୍ବର ୧୭ ରେ, ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀଗୁଡିକ ୧୯ କେଜି ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ଉପରେ ସିଲିଣ୍ଡର ପିଛା ୫୭.୫ ଟଙ୍କା ହ୍ରାସ କରିଥିଲେ ।