LPG cylinder
ନୂଆଦିଲ୍ଲୀ: ମାସ ଆରମ୍ଭରୁ ସାଧାରଣ ଜନତାଙ୍କୁ ଝଟ୍କା। ପୁଣିଥରେ ଏଲ୍ପିଜି ସିଲିଣ୍ଡର ଦାମ୍ ମହଙ୍ଗା ହୋଇଛି। ଆଜିଠୁ ଅର୍ଥାତ୍ ଡିସେମ୍ବର ୧ରୁ ସରକାରୀ ତୈଳ କମ୍ପାନୀ ଗୁଡ଼ିକ ଗ୍ୟାସ୍ ସିଲିଣ୍ଡର ଦାମ୍ ବୃଦ୍ଧି କରିଛନ୍ତି। ଆଜିଠୁ ଗ୍ୟାସ୍ ସିଲିଣ୍ଡର ଦାମ୍ ୧୦୦ ଟଙ୍କା ବୃଦ୍ଧି ପାଇଛି। ଗତମାସରେ ଗ୍ୟାସ୍ ସିଲିଣ୍ଡର ଦାମ୍ ୨୬୬ ଟଙ୍କା ବୃଦ୍ଧି ପାଇଥିଲା।
କେବଳ କମର୍ସିଆଲ୍ ସିଲିଣ୍ଡର ଦାମ୍ ବୃଦ୍ଧି ପାଇଥିବା ବେଳେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦାମ୍ରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଆଜିର ଏହି ବୃଦ୍ଧି ଫଳରେ ଦିଲ୍ଲୀରେ ୧୯ କିଲୋ କମର୍ସିଆଲ୍ ସିଲିଣ୍ଡର ଦାମ୍ ୨୧୦୦ ଟଙ୍କା ପାର୍ କରିଛି। ଏହାସହ ଦିଲ୍ଲୀରେ ୧୪.୨ କିଲୋ ସିଲିଣ୍ଡର ଦାମ୍ ୮୯୯ ଟଙ୍କା ୫୦ ପଇସାରେ ପହଞ୍ଚିଛି।
ଦିଲ୍ଲୀରେ କମର୍ସିଆଲ୍ ସିଲିଣ୍ଡର ଦାମ୍ ୨,୧୦୧ ଟଙ୍କାରେ ପହଞ୍ଚି ଥିବାବେଳେ କୋଲକାତାରେ ୨,୧୭୭ ଟଙ୍କା, ମୁମ୍ବାଇରେ ୨,୦୫୧ ଟଙ୍କା ଓ ଚେନ୍ନାଇରେ ୨,୨୩୪ ଟଙ୍କା ପହଞ୍ଚିଛି। ଘରୋଇ ଗ୍ୟାସ୍ ସିଲିଣ୍ଡର ଦାମ୍ରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଦିଲ୍ଲୀରେ ୧୪.୨ କିଲୋ ବିନା ସବ୍ସିଡି ଗ୍ୟାସ୍ ସିଲିଣ୍ଡର ଦାମ୍ ୮୯୯ ଟଙ୍କା ୫୦ ପଇସା ଥିବାବେଳେ କୋଲକାତାରେ ୯୨୬ ଟଙ୍କା, ମୁମ୍ବାଇରେ ୮୯୯ ଟଙ୍କା ୫ ପଇସା ଓ ଚେନ୍ନାଇରେ ୯୧୫ ଟଙ୍କା ୫ ପଇସା ରହିଛି। ଅକ୍ଟୋବର ୬ରେ ଏହି ଦାମ୍ ବଢ଼ିଥିଲା। ଏହାପରେ ନଭେମ୍ବରରେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦାମ୍ରେ କୌଣସି ବୃଦ୍ଧି ଘଟି ନାହିଁ।
ଯଦି ଆପଣ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡରର ଦର ଜାଣିବାକୁ ଚାହୁଁଛନ୍ତି, ତା’ହେଲେ ସରକାରୀ ତୈଳ କମ୍ପାନୀ https://iocl.com/Products/IndaneGas.aspx ୱେବ୍ସାଇଟ୍କୁ ଯାଇ ଚେକ୍ କରିପାରିବେ। ଏଠାରେ ପ୍ରତ୍ୟେକ ମାସରେ କମ୍ପାନୀ ଗୁଡ଼ିକ ନୂଆ ଦର ଜାରି କରିଥାନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1638333004.jpg)