Advertisment

CRPF ସ୍କୁଲ ବାହାରେ ଭୟଙ୍କର ବିସ୍ଫୋରଣ, ଧୁଆଁମୟ ହୋଇଗଲା ପୂରା ଅଞ୍ଚଳ

ଏହି ବଡ଼ ଧରଣର ବିସ୍ଫୋରଣ ପରେ ଘଟଣାସ୍ଥଳରେ ଫରେନସିକ ଟିମ୍ ସହ ପହଞ୍ଚି ତନାଘନା କରୁଛି ଦିଲ୍ଲୀ ପୋଲିସ ।

blast in delhi

blast in delhi

Advertisment

ଦେଶର ରାଜଧାନୀ ଦିଲ୍ଲୀରେ ବିସ୍ଫୋରଣ । ଦିଲ୍ଲୀର ଏକ CRPF ସ୍କୁଲ୍ କ୍ୟାମ୍ପସ୍ ନିକଟରେ ବଡ଼ ଧରଣର ବିସ୍ଫୋରଣ ହୋଇଛି । ରୋହିଣି ପ୍ରଶାନ୍ତବିହାର ଅଞ୍ଚଳରେ ଥିବା ସ୍କୁଲ୍ ବାହାରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ଯାଏଁ କ୍ଷୟକ୍ଷତି ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ତେବେ ବିସ୍ଫୋରଣ ପରେ ପୂରା ଅଞ୍ଚଳ ଧୁଆଁମୟ ହୋଇଯାଇଥିଲା ।

Advertisment

 ଏହି ବଡ଼ ଧରଣର ବିସ୍ଫୋରଣ ପରେ ଘଟଣାସ୍ଥଳରେ ଫରେନସିକ ଟିମ୍ ସହ ପହଞ୍ଚି ତନାଘନା କରୁଛି ଦିଲ୍ଲୀ ପୋଲିସ । ତେବେ କିଏ ଏହି ବିସ୍ଫୋରଣ ଘଟାଇଲା, କେଉଁ ପରିସ୍ଥିତିରେ ବିସ୍ଫୋରଣ ହୋଇଛି । ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି । ତେବେ ବିସ୍ଫୋରଣ ଯୋଗୁ ଆଖପାଖରେ ଥିବା କିଛି ଘର କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଘରର କାଚ ଝରକା ଓ କବାଟ ଭାଙ୍ଗିଯାଇଛି । ଏଥିସହ ପାଖରେ ଥିବା କିଛି ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଗାଡ଼ି ଗୁଡ଼ିକର କାଚ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।

ତେବେ ଏହି ଘଟଣା ପରେ ରୋହିଣୀ ଡିସିପି ଅମିତ ଗୋୟଲ କହିଛନ୍ତି ଯେ ବିସ୍ଫୋରଣର ପ୍ରକୃତ କାରଣ ଜାଣିବା ପାଇଁ ବିଶେଷଜ୍ଞମାନଙ୍କୁ ଡକାଯାଇଛି । ବର୍ତ୍ତମାନ ଏହା କେଉଁ ପ୍ରକାରର ବିସ୍ଫୋରଣ ଏବଂ ଏହାର ଉତ୍ସ କ’ଣ ତାହା ସ୍ପଷ୍ଟ ହୋଇନାହିଁ। ସେ କହିଛନ୍ତି ଯେ ବିଶେଷଜ୍ଞ ଦଳ ଘଟଣାର ବିସ୍ତୃତ ଅନୁସନ୍ଧାନ କରୁଛନ୍ତି ଏବଂ ଖୁବ ଶୀଘ୍ର ସ୍ଥିତି ସ୍ପଷ୍ଟ ହେବ।

Advertisment

ଦିଲ୍ଲୀ ପୋଲିସର ସୂଚନାନୁସାରେ, ରବିବାର ସକାଳ ୭.୪୭ ସମୟରେ PCR ସୂଚନା ପାଇଥିଲା ଯେ ରୋହିଣୀର ସେକ୍ଟର 14, CRPF ସ୍କୁଲ ନିକଟରେ ବହୁତ ଜୋରରେ ବିସ୍ଫୋରଣ ଘଟିଛି । SHO, PV ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ବିସ୍ଫୋରଣରେ CRPF ବିଦ୍ୟାଳୟର କାନ୍ଥ ନଷ୍ଟ ହୋଇଯାଇଛି । ସେହିପରି ନିକଟସ୍ଥ ଦୋକାନର ଗ୍ଲାସ ଏବଂ ଦୋକାନ ନିକଟରେ ପାର୍କିଂ ହୋଇଥିବା ଏକ କାରର କାଚ ମଧ୍ୟ ଭାଙ୍ଗି ଯାଇଥିବା ଜଣାପଡ଼ିଛି ।

Advertisment

Bomb Blast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ