Advertisment

ଲାଲକିଲ୍ଲାରେ 'ଯୋଗ ଉତ୍ସବ' ପାଳନ; ସାମିଲ ହେଲେ ଲୋକସଭା ବାଚସ୍ପତି ଓ କେନ୍ଦ୍ରମନ୍ତ୍ରୀ

ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଏହି ଅବସରରେ ନୂଆଦିଲ୍ଲୀର ଲାଲକିଲ୍ଲାରେ ଯୋଗ ଉତ୍ସବ ଆୟୋଜିତ ହୋଇଛି ।

Lok Sabha speaker Om Birla and Union Minister Sarbananda Sonowal attend the 'Yoga Utsav'

Lok Sabha speaker Om Birla and Union Minister Sarbananda Sonowal attend the 'Yoga Utsav'

Advertisment

ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଏହି ଅବସରରେ ନୂଆଦିଲ୍ଲୀର ଲାଲକିଲ୍ଲାରେ ଯୋଗ ଉତ୍ସବ ଆୟୋଜିତ ହୋଇଛି । ଏଥିରେ ଲୋକସଭା ବାଚସ୍ପତି ଓମ ବିର୍ଲା କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ୱାଲ ମଧ୍ୟ ଉତ୍ସବରେ ସାମିଲ ହୋଇଥିଲେ । ଲାଲକିଲ୍ଲାରେ ଆୟୋଜିତ ଯୋଗ ଉତ୍ସବରେ ଶତାଧିକ ସଂଖ୍ୟାରେ ଲୋକ ଯୋଗ ଦେଇ ଏକାଠି ଯୋଗ କରିଥିଲେ ।

Advertisment

ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଏହି ଯୋଗ ଉତ୍ସବର ଆୟୋଜନ ହୋଇଥିଲା । ଆନ୍ତର୍ଜାତିକ ଯୋଗ ଦିବସର ୭୫ ଦିନ ପୂର୍ବରୁ ଏହି ଯୋଗ ଉତ୍ସବର ପାଳନ କରାଯାଇଥିଲା । ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଏହି ଯୋଗ ଉତ୍ସବର ଆୟୋଜନ ହୋଇଥିଲା ।

Advertisment
Lok Sabha speaker Om Birla and Union Minister Sarbananda Sonowal attend the 'Yoga Utsav'  (ଲାଲକିଲ୍ଲାରେ ‘ଯୋଗ ଉତ୍ସବ’ ପାଳନ)

ଅନ୍ୟପକ୍ଷେ, ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଏହି ଅବସରରେ ଲୋକମାନେ ସ୍ୱାସ୍ଥ୍ୟପ୍ରତି ସଚେତନ ରହିବାକୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଚଳିତ ବର୍ଷର ଶ୍ଳୋଗାନ ରହିଛି ‘ଆମ ପୃଥିବୀ, ଆମର ସ୍ୱାସ୍ଥ୍ୟ’ । ଦେଶର ସମ୍ପତ୍ତି ଦେଶର ପ୍ରଗତି ଓ ବିକାଶ ପାଇଁ ସୁସ୍ଥ ମଣିଷ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ୧୯୪୮ ଆଜିର ଦିନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିଷ୍ଠା ହୋଇଥିଲା । ଏହି ଅବସରରେ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି ।

Red Fort ‘Yoga Mahotsav’
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ