Advertisment

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ, ୧୩ ରେ ପଡିବ ଭୋଟ

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର । ଆସନ୍ତା ୧୩ ତାରିଖରେ ପଡିବ ଭୋଟ । ଓଡ଼ିଶା ସମେତ ୧୦ ରାଜ୍ୟର ୯୬ ଆସନରେ ଭୋଟିଂ ହେବ ।

ଅଦ୍ୟତନ ହୋଇଛି
Election

Election

Advertisment

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର । ଆସନ୍ତା ୧୩ ତାରିଖରେ ପଡିବ ଭୋଟ । ଓଡ଼ିଶା ସମେତ ୧୦ ରାଜ୍ୟର ୯୬ ଆସନରେ ଭୋଟିଂ ହେବ । ଏହି ପର୍ଯ୍ୟାୟରେ ବହୁ ଭିଆଇପି ପ୍ରାର୍ଥୀଙ୍କର ହେବ ଭାଗ୍ୟ ପରୀକ୍ଷା । ମତଦାନ ପାଇଁ ନିର୍ବାଚନ କମିଶନ ବ୍ୟାପକ ପ୍ରସ୍ତୁତି କରିଛନ୍ତି ।

Advertisment

ନିର୍ବାଚନୀ ମଇଦାନରେ ଥମିଲା ପ୍ରଚାର । ଏବେ ମତଦାନକୁ ଅପେକ୍ଷା । ଆସନ୍ତା ୧୩ ତାରିଖରେ ପଡିବ ଭୋଟ । ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଆଜି ପ୍ରଚାର ଶେଷ । ଭୋଟିଂ ପାଇଁ ନିର୍ବାଚନ କମିଶନଙ୍କ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ଭୋଟିଂ କେନ୍ଦ୍ରକୁ ଯାଉଛନ୍ତି ଅଧିକାରୀ । ଚତୁର୍ଥ ପର୍ଯ୍ୟାୟରେ ୧୭୧୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ ।

୧୦ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ଆସନରେ ପଡିବ ଭୋଟ । ଆନ୍ଧ୍ରପ୍ରଦେଶର ୨୫ଟି ଆସନ, ବିହାରର ୫, ଜାମ୍ମୁ କାଶ୍ମୀରର ଗୋଟିଏ, ଝାଡ଼ଖଣ୍ଡର ୪, ମଧ୍ୟପ୍ରଦେଶର ୮, ମହାରାଷ୍ଟ୍ରରେ ୧୧, ଓଡ଼ିଶାରେ ୪, ତେଲେଙ୍ଗାନାରେ ୧୭, ଉତ୍ତରପ୍ରଦେଶର ୧୩, ପଶ୍ଚିମବଙ୍ଗର ୮ଟି ଆସନରେ ହେବ ମତଦାନ ।

Advertisment

ଚତୁର୍ଥ ପର୍ଯ୍ୟାୟ ଭୋଟିଂରେ ବହୁ ଭିଆଇପି ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ଉତ୍ତରପ୍ରଦେଶ କୌନଜରୁ ନିର୍ବାଚନ ଲଢୁଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ପଶ୍ଚିମବଙ୍ଗର କ୍ରିଷ୍ଣାନଗରରୁ ଟିଏମସି ନେତା ମହୁଆ ମୈତ୍ର, ବିହାରର ବେଗୁସରାଇରୁ ବିଜେପିର ଗିରିରାଜ ସିଂ, ଆନ୍ଧ୍ରପ୍ରଦେଶର କଡପାରୁ କଂଗ୍ରେସର ୱାଇ ଏସ ଶର୍ମିଲା, ଝାଡଖଣ୍ଡର ଖୁଣ୍ଟିରୁ ବିଜେପିର ଅର୍ଜୁନ ମୁଣ୍ଡା, ପଶ୍ଚିମବଙ୍ଗର ଆସନସୋଲରୁ ଟିଏମସିର ଶତ୍ରୁଘ୍ନ ସିହ୍ନା, ହାଇଦ୍ରାବାଦରୁ ବିଜେପିର ମାଧବୀ ଲତାଙ୍କ ଆସନରେ ଭୋଟ ପଡିବ ।

ପ୍ରଚାରର ଶେଷ ଦିନରେ ଜନମତକୁ ନିଜ ଆଡକୁ କରିବା ପାଇଁ ପ୍ରାର୍ଥୀ ଜୋରଦାର ପ୍ରୟାସ କରିଛନ୍ତି । ଲୋକସଭା ଆସନରେ ମତଦାନ ସହ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା କ୍ଷେତ୍ର ଓ ଏହା ଅଧିନ ସମସ୍ତ ୨୮ ବିଧାନସଭା କ୍ଷେତ୍ର ପାଇଁ ଭୋଟ ଗ୍ରହଣ ହେବ । ୪ ଲୋକସଭା କ୍ଷେତ୍ର ପାଇଁ ୩୯ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ୪ ଲୋକସଭା କ୍ଷେତ୍ରରେ ୨୮ ବିଧାନସଭା ଆସନ ପାଇଁ ୨୬୬ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Advertisment
Politics Odisha Elections General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ