Advertisment

ପାସ୍ ହେଲା ୩ ସଂଶୋଧିତ ନୂଆ ଆଇନ ବିଲ୍; IPC, CRPC ରେ ଲାଗିଲା ବିରାମ

ନୂଆ ଆଇନ ଲୋକଙ୍କ ହିତ ପାଇଁ, ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ବୋଲି ଗୃହରେ ଉଲ୍ଲେଖ କରିଛନ୍ତି ଶାହ ।

ଅଦ୍ୟତନ ହୋଇଛି
Criminal Law

Criminal Law

Advertisment

ପାସ୍ ହେଲା ଭାରତୀୟ ଇତିହାସର ସବୁଠୁ ଚର୍ଚ୍ଚିତ, ସବୁଠି ପ୍ରଚଳିତ ୩ ସଂଶୋଧିତ ନୂଆ ଆଇନ ବିଲ୍ । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା, ଭାରତୀୟ ସାକ୍ଷ୍ୟ ଆଇନ ଲୋକସଭାରେ ଆଜି ପାସ୍ ହୋଇଛି । ତା’ସହ ବ୍ରିଟିଶ୍ ଅମଳର indian penal code-IPC, Code of Criminal Procedure-CRPC ଏବଂ Indian Evidence Act ରେ ବିରାମ ଲାଗିଛି ।

Advertisment

ଆଜି ଏହି ବିଲ୍ ପାସ୍ ଅବସରରେ ନାଗରିକଙ୍କ ସୁରକ୍ଷା, ଗୁରୁତ୍ୱ ଏବଂ ରାଷ୍ଟ୍ରହିତକୁ କଥା କହିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ । ନୂଆ ଆଇନ ଲୋକଙ୍କ ହିତ ପାଇଁ, ମହିଳା ଓ ଶିଶୁଙ୍କ ସୁରକ୍ଷା ପାଇଁ ବୋଲି ଗୃହରେ ଉଲ୍ଲେଖ କରିଛନ୍ତି ଶାହ । ଯେପରି ଧାରା ୩୭୦ ହଟାଇବାକୁ ପ୍ରତିଶ୍ରୁତି ଦିଆଯାଇଥିଲା ଆଉ ତାକୁ ହଟାଗଲା । ସେହିପରି ବ୍ରିଟିଶ୍ ଆଇନକୁ ବି ହଟାଯାଇଛି ବୋଲି ସେ ଦୋହରାଇଛନ୍ତି । ସେପଟେ ଲୋକସଭାରେ ବିଲ୍ ପାସ୍ ହେବା ବେଳେ ବିରୋଧୀ ଦଳର ୯୭ ଜଣ ସାଂସଦ ନିଲମ୍ବିତ ଯୋଗୁଁ ଅନୁପସ୍ଥିତ ଥିଲେ ।

ମବ୍ ଲିଞ୍ଚିଂ ବା ଭିଡ଼ ହିଂସା ଏକ ଘୃଣିତ ଅପରାଧ ଅଟେ । ଆଉ ଭିଡ଼ ହିଂସା ସୃଷ୍ଟିକାରୀଙ୍କୁ ନୂଆ ଆଇନରେ ମୃତ୍ୟୁ ଦଣ୍ଡ ଦେବାର ବ୍ୟବସ୍ଥା ରହିଛି । ଆଜି ଲୋକସଭାରେ ଆଇପିସି, ସିଆରପିସି ଏବଂ ଭାରତୀୟ ସାକ୍ଷ୍ୟ ଆଇନ ସଂଶୋଧନ ବିଲ୍ ଆଗତ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ।

Advertisment

ବିଲ୍ ଉପରେ ବିସ୍ତୃତ ସୂଚନା ଦେଇ ଅମିତ ଶାହ କହିଛନ୍ତି, ଭିଡ଼ ହିଂସା ପାଇଁ ନୂଆ ଆଇନରେ କଠୋର ଦଣ୍ଡ ବ୍ୟବସ୍ଥା ରହିଛି । ଭିଡ଼ ହିଂସା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ୭ ବର୍ଷ କିମ୍ବା ଆଜୀବନ କିମ୍ବା ମୃତ୍ୟୁ ଦଣ୍ଡାଦେଶର ବ୍ୟବସ୍ଥା ରହିଛି । ଜିରୋ ଏଫ୍‌ଆଇଆର୍‌ ପାଇଁ ମଧ୍ୟ ବିଲ୍‌ରେ ବ୍ୟବସ୍ଥା କରାଯାଇଛି । ଦୁର୍ଘଟଣା ଘଟାଇ ଆହତଙ୍କୁ ଛାଡ଼ି ପଳାଇଗଲେ, ୧୦ ବର୍ଷା ସଜା । ହିଟ୍‌ ଆଣ୍ଡ୍‌ ରନ୍‌ ପାଇଁ ଦୋଷୀକୁ ୧୦ ବର୍ଷ ଜେଲ୍‌ ଦଣ୍ଡ ବ୍ୟବସ୍ଥା । ୯୦ ଦିନରେ ଚାର୍ଜସିଟ୍‌, ସର୍ବାଧିକ ୧୮୦ ଦିନ ଭିତରେ ଫାଇନାଲ୍‌ ଚାର୍ଜସିଟ୍‌ ଦାଖଲ କରିବେ । ତଦନ୍ତ ପାଇଁ ୧୮୦ ଦିନରୁ ଅଧିକ ଦରକାର ହେଲେ କୋର୍ଟ ଅନୁମତି ଜରୁରୀ । ମହିଳା ଏବଂ ଶିଶୁ ବିରୋଧୀ ହିଂସା ଏଡ଼ାଇବା ପାଇଁ ବ୍ୟାପକ ବ୍ୟବସ୍ଥା ରହିଛି ।

Parliament
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ