Locals rescue people after their school bus overturned as it got stuck
ଗୁଜରାଟରେ ବର୍ଷା ବିତ୍ପାତ । ଲଗାଣ ବର୍ଷା ଯୋଗୁଁ ସମସ୍ୟା ବଢ଼ିବାରେ ଲାଗିଛି । ଗତକାଲି ଜାମନଗରରେ ଲଗାଣ ବର୍ଷା ଓ ପାଣି ଜମିବାରୁ ଏକ ଅଘଟଣ ଘଟିଛି । ଜାମନଗର କଲାବାଡ଼ ଗାଁରେ ପାଣି ଭିତରେ ଭାସି ଯାଇଛି ସ୍କୁଲ ବସ୍ ।
ପିଲାଙ୍କୁ ନେଇ ବସ୍ ଯାଉଥିବା ବେଳେ ହଠାତ୍ ମାଟି ଭିତରେ ଧସି ଯାଇଥିଲା । ଯାହା ପରେ ଚାହୁଁ ଚାହୁଁ ବସ୍ଟି ଓଲଟିବାକୁ ଲାଗିଥିଲା । ପାଖରେ ଥିବା ଲୋକେ ବସ୍ରୁ ସମସ୍ତ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ବାହାରକୁ ଆଣିଥିଲେ । ସୌଭାଗ୍ୟବଶତଃ କୌଣସି ପିଲାଙ୍କୁ କିଛି ବି ହାନୀ ପହଞ୍ଚିନି । କିଛି ସମୟର ଅପରେସନ୍ ପରେ ରେସ୍କ୍ୟୁ ଟିମ୍ ବସ୍ଟି ବାହାର କରିଥିଲା ।
ଦେଖନ୍ତୁ କିପରି ପାଣି ଭିତରେ ସ୍କୁଲ୍ ବସ୍ଟି ଫସିରହିଛି :-
ତେବେ ପ୍ରବଳ ବର୍ଷା ହେତୁ ଦେଶର ବିଭିନ୍ନ ସ୍ଥାନରେ ପାଣି ଜମିବା ସହ ଲୋକେ ପ୍ରଭାବିତ ହୋଇଛନ୍ତି । ପାଣି ଘରରେ ରହିଥିବାରୁ ରାସ୍ତାଘାଟ ସମେତ ଅନ୍ୟାନ୍ୟ ଅଞ୍ଚଳ ଗୁଡିକରେ ଯିବା ଆସିବା ତଥା ରହିବା ପାଇଁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ୟପଟେ ପ୍ରବଳ ବର୍ଷାରେ କେରଳ, କର୍ଣ୍ଣାଟକ ଆଦି ବିଭିନ୍ନ ଅଞ୍ଚଳ ଜଳବନ୍ଦୀରେ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657252307.jpg)