Advertisment

ଭେଟେରାନ ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନ ସମ୍ମାନ

ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିବ ଭାରତ ରତ୍ନ ସମ୍ମାନ। ଏନେଇ ଏକ୍ସରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅଦ୍ୟତନ ହୋଇଛି
Lal Krishna Advani

Lal Krishna Advani

Advertisment

ଭେଟେରାନ ଲାଲକୃଷ୍ଣ ଆଡଭାନୀଙ୍କୁ ମିଳିବ ଭାରତ ରତ୍ନ ସମ୍ମାନ। ଏନେଇ ଏକ୍ସରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଡଭାନୀଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଛି କହିଲେ ମୋଦି। ସେ କହିଛନ୍ତି, ‘ଆମ ସମୟର ସବୁଠୁ ସମ୍ମାନନୀୟ ରାଷ୍ଟ୍ରନେତା ହେଉଛନ୍ତି ଆଡଭାନୀ। ଭାରତର ପ୍ରଗତି ପାଇଁ ତାଙ୍କର ଯୋଗଦାନ ସ୍ମରଣୀୟ। ତୃଣମୂଳ ସ୍ତରରୁ ଯାତ୍ରା ଆରମ୍ଭ କରି ଉପପ୍ରଧାନମନ୍ତ୍ରୀ ହୋଇଥିଲେ। ସ୍ୱରାଷ୍ଟ୍ର, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ସେ କାର୍ଯ୍ୟ କରିଛନ୍ତି। ସଂସଦୀୟ ଅଭିଜ୍ଞତା ସବୁବେଳେ ଉଦାହରଣ ହୋଇ ରହିବ’।

Advertisment

ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ରାଜନୀତିରେ ଦୀର୍ଘଦିନର ଅଭିଜ୍ଞତା ରହିଛି। ପ୍ରାୟ ତିନି ଦଶନ୍ଧି ଧରି ସେ ସାଂସଦ ରହିଥିଲେ। ଅଟଳ ବିହାରୀ ବାଜପେୟୀ ସରକାରରେ ସେ ଉପ ପ୍ରଧାନମନ୍ତ୍ରୀ ରହିବା ସହ କେନ୍ଦ୍ର ଗୃହମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୧୯୨୭ ମସିହା ନଭେମ୍ବର ୮ ତାରିଖରେ ସେ ପାକିସ୍ତାନର କରାଚୀରେ ଜନ୍ମଗ୍ରହଣ କରିଥିଲେ। ଦେଶ ବିଭାଜନ ସମୟରେ ସେ ପାକିସ୍ତାନ ଛାଡି ଭାରତକୁ ଚାଲି ଆସିଥିଲେ।

Advertisment

ପିଲାଟି ଦିନରୁ ଦେଶ ସେବା ପାଇଁ ତାଙ୍କର ପ୍ରବଳ ଆଗ୍ରହ ରହିଥିଲା। ଏଥିପାଇଁ ନିଜର ଜୀବନକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ। ମାତ୍ର ୧୪ ବର୍ଷ ବୟସରେ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ ଯୋଗ ଦେଇଥିଲେ। ଆଡଭାନୀ ଭାରତୀୟ ଜନତା ପାର୍ଟିର ସର୍ବାଧିକ ସମୟ ପର୍ଯ୍ୟନ୍ତ ସଭାପତି ଦାୟିତ୍ୱରେ ରହିଥିଲେ। ୧୯୮୬ରୁ ୧୯୯୦, ୧୯୯୩ରୁ ୧୯୯୮, ୨୦୦୪ରୁ ୨୦୦୫ ପର୍ଯ୍ୟନ୍ତ ସେ ବିଜେପିର ସଭାପତି ଥିଲେ। ବିଜେପିର ରାଷ୍ଟ୍ରୀୟ ଅଭ୍ୟୁଥାନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।

୧୯୮୪ ନିର୍ବାଚନରେ ବିଜେପି ମାତ୍ର ଦୁଇଟି ଆସନରେ ବିଜୟୀ ହୋଇଥିବା ବେଳେ ୧୯୮୯ରେ ୮୬ଟି ଆସନରେ ବିଜୟୀ ହୋଇଥିଲା। ୧୯୯୨ରେ ଏହି ସଂଖ୍ୟା ୧୨୧ ଓ ୧୧୯୬ରେ ୧୬୧କୁ ବୃଦ୍ଧି ପାଇଥିଲା। ପ୍ରଥମଥର ପାଇଁ କଂଗ୍ରେସ ସଂଖ୍ୟା ଗରିଷ୍ଠ ଦଳର ମାନ୍ୟତା ହରାଇଥିଲା। ବିଜେପି ଏକକ ସଂଖ୍ୟା ଗରିଷ୍ଠ ଦଳ ମାନ୍ୟତା ପାଇଥିଲା। ୧୯୭୯ରେ ସେ ସୂଚନା ପ୍ରସାରଣ ମନ୍ତ୍ରାଳୟର କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ। ୧୯୯୦ରେ ସେ ମନାଥରୁ ଅଯୋଧ୍ୟା ପର୍ଯ୍ୟନ୍ତ ରଥଯାତ୍ରା ଆରମ୍ଭ କରିଥିଲେ। ୧୯୯୭ରେ ସ୍ୱାଧୀନତାର ସୁବର୍ଣ୍ଣ ଜୟନ୍ତୀ ଅବସରରେ ସ୍ୱର୍ଣ୍ଣ ଜୟନ୍ତୀ ରଥ ଆରମ୍ଭ କରିଥିଲେ।

Advertisment

PM Modi Bharat Ratna Lal Krishna Advani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ