Tunnel Tragedy, Worker Evacuated
ଅନ୍ଧାରୀ ଟନେଲରୁ ଫେରିଲା ଜୀବନ । ସମସ୍ତ ୪୧ ଶ୍ରମିକ ଉଦ୍ଧାର । ଉତ୍ତରକାଶୀ ଟନେଲ ଭିତରୁ ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ପ୍ରଥମ ଦଫାରେ ୫ ଶ୍ରମିକଙ୍କୁ ଅଣାଗଲା ବାହାରକୁ । ତାପରେ ପୁଣି ୪ ଜଣ ଉଦ୍ଧାର । ଏହିଭଳି ଭାବେ ଜଣକ ପରେ ଜଣଙ୍କୁ କରାଯାଉଛି ଉଦ୍ଧାର । ମୃତ୍ୟୁକୁ ହରାଇ ବାହାର ଦୁନିଆ ଦେଖିଲେ ଶ୍ରମିକ । ସଫଳ ହେଲା ରେସ୍କ୍ୟୁ ଅପରେସନ୍ ।
ଅଭୁଲା ଏ ମୁହୂର୍ତ୍ତ... ସବୁଠାରୁ ଖୁସିର ଦିନ... ସମସ୍ତଙ୍କ ମୁହଁରେ ଆତ୍ମତୃପ୍ତିର ହସ । ଅନ୍ଧାରୀ ସୁଡ଼ଙ୍ଗ ଭିତରୁ ସଂଘର୍ଷ କରି ଜିତିଲା ଜୀବନ । ସ୍ଥାନୀୟ ଲୋକଙ୍କ ସମେତ ସମଗ୍ର ଦେଶବାସୀଙ୍କ ଡାକ ଶୁଣିଲେ ଭଗବାନ୍ । ମୃତ୍ୟୁକୁ ହରାଇବାର ଜିଦ୍ ଆଜି ଉଭୟ ଶ୍ରମିକ ଓ ରେସ୍କ୍ୟୁ ଟିମ୍ଙ୍କ ପାଇଁ ସଫଳତା ଆଣିଦେଇଛି ।
ଉଦ୍ଧାରକାରୀ ଦଳଙ୍କ ୧୭ ଦିନର ଅହରହ ପରିଶ୍ରମ ପରେ ବାହାର ଦୁନିଆ ଦେଖିଛନ୍ତି ୪୧ ଶ୍ରମିକ । ମଙ୍ଗଳବାର ସମସ୍ତଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇଛି । ଦୀର୍ଘ ଦିନ ପରେ ଆଜି ନିଜ ପରିବାର ଲୋକଙ୍କୁ ଭେଟିବେ ଉଦ୍ଧାର ଶ୍ରମିକ ।
ସୂଚନାଯୋଗ୍ୟ ନଭେମ୍ବର ୧୨ ତାରିଖରୁ ଟନେଲ ଭିତରେ ଫସି ରହିଥିଲେ ୪୧ ଜଣ ଶ୍ରମିକ । ଯେଉଁଥିରେ ୫ ଜଣ ଓଡ଼ିଆ ମଧ୍ୟ ଥିଲେ । ସେମାନଙ୍କୁ ମଧ୍ୟ ଟନେଲରୁ ବାହାର କରାଯାଇଛି । ବାହାରିବା ନେଇ ୫ ଶ୍ରମିକଙ୍କ ଘରକୁ ଆସିଛି ଖବର । ୫ ଓଡ଼ିଆ ଶ୍ରମିକ ହେଲେ ମୟୂରଭଞ୍ଜ ବାଙ୍ଗିରିପୋଷି ବେଢାକୁଦର ବିଶ୍ୱେଶ୍ୱର ନାୟକ, ଭଦ୍ରକ ବାସୁଦେବପୁର ବ୍ଲକ ସାନକୃଷ୍ଣପୁରର ତପନ ମଣ୍ଡଳ, ନବରଙ୍ଗପୁରର ଭଗବାନ ଭତ୍ରା, କୁଳଡ଼ିହାର ରାଜୁ ନାୟକ ଓ ବଡ଼କୁଦାର ଧିରେନ । ସେମାନଙ୍କ ପରିବାରରେ ଖୁସିର ମାହୋଲ ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701183023.jpg)