Advertisment

ଗୋଟିଏପଟେ ରାସ୍ତାରେ ମରି ପଡ଼ିଛି ବାଘ, ସେପଟେ ଜୀବନ ବିକଳରେ ହସ୍ପିଟାଲରେ ପଶିଲା କଲରାପତରିଆ...

ଗୋଟିଏପଟେ ଦିଲ୍ଲୀ ରାଜରାସ୍ତାରେ ଦୁର୍ଘଟଣାରେ କଲରାପତରିଆ ବାଘର ପ୍ରାଣ ଚାଲି ଯାଇଥିବା ବେଳେ ଅନ୍ୟପଟେ ମହାରାଷ୍ଟ୍ର ନାସିକରେ ଜୀବନ ବିକଳରେ ଆଉ ଏକ କଲରାପତରିଆ ବାଘ ହସ୍ପିଟାଲରେ ପଶି ଯାଇଥିବା ଦେଖିବାକୁ ମିଳିଛି ।

ଅଦ୍ୟତନ ହୋଇଛି
Leopard enters hospital in Nashik

Leopard enters hospital in Nashik

Advertisment

ବିପଦରେ ବାଘ । ଗୋଟିଏପଟେ ଦିଲ୍ଲୀ ରାଜରାସ୍ତାରେ ଦୁର୍ଘଟଣାରେ କଲରାପତରିଆ ବାଘର ପ୍ରାଣ ଚାଲି ଯାଇଥିବା ବେଳେ ଅନ୍ୟପଟେ ମହାରାଷ୍ଟ୍ର ନାସିକରେ ଜୀବନ ବିକଳରେ ଆଉ ଏକ କଲରାପତରିଆ ବାଘ ହସ୍ପିଟାଲରେ ପଶି ଯାଇଥିବା ଦେଖିବାକୁ ମିଳିଛି । 

Advertisment

ଦିଲ୍ଲୀର ଆଲିପୁର ପୋଲିସ ଷ୍ଟେସନ୍ ଅନ୍ତର୍ଗତ ଖଟୁଶ୍ୟାମ ମନ୍ଦିର ନିକଟରେ ଥିବା ଏନ୍‌ଏଚ୍- 44ରେ ମୃତ ଅବସ୍ଥାରେ ଏଇ ବାଘ ଛୁଆକୁ ଆଜି ଉଦ୍ଧାର କରାଯାଇଛି । ଏନେଇ ଭୋର ପ୍ରାୟ ୪ଟା ବେଳେ ପୋଲିସ ପାଖକୁ ଏକ ଫୋନ୍ କଲ୍ ଆସିଥିଲା । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ବାଘଟିର ମୃତ୍ୟୁ ହୋଇ ସାରିଥିଲା ।

ପାରିପାର୍ଶ୍ୱିକ ସ୍ଥିତିରୁ ଦୁର୍ଘଟଣାରେ ବାଘ ଛୁଆର ମୃତ୍ୟୁ ହୋଇଥିବା କୁହାଯାଉଛି । ଅନ୍ୟପକ୍ଷେ, ମହାରାଷ୍ଟ୍ର ନାସିକ ଅନ୍ତର୍ଗତ ନାନ୍ଦୁରବର ତାଲୁକ ଅଞ୍ଚଳରେ ଥିବା ଏକ ହସ୍ପିଟାଲ ଭିତରକୁ କଲରାପତରିଆ ବାଘ ପଶି ଯାଇଥିବା ଦେଖିବାକୁ ମିଳିଛି ।

Advertisment

କବାଟ ବନ୍ଦ ଥିବାରୁ ବାଘଟି ଆଉ ବାହାରି ପାରିନଥିଲା । ବାହାରେ ଲୋକଙ୍କ ହୋହାଲ୍ଲା ଦେଖି ବାଘଟି ଭୟରେ ରଡ଼ି ଛାଡ଼ିବା ସହ ପୁଣି କବାଟ ଫାଙ୍କରେ ବାହାରି ଅନ୍ୟ ଏକ ରୁମ୍‌କୁ ପଳାଇ ଥିଲା । ବେଶ୍ କିଛି ସମୟ ଧରି ଏଭଳି ସ୍ଥିତି ଲାଗି ରହିବା ପରେ ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବାଘଟିକୁ କାବୁ କରିଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ