ରାଷ୍ଟ୍ରପତି ଭବନରେ ଚିତାବାଘ ! ଶପଥ ବେଳର ରହସ୍ୟମୟ ପଶୁର ଭିଡିଓ ଭାଇରାଲ୍...

ରାଷ୍ଟ୍ରପତି ଭବନରେ ଶପଥ ପାଠ ବେଳେ ଅଜଣା ଜନ୍ତୁ । ଗତକାଲି ରାଷ୍ଟ୍ରପତି ଭବନରେ ଭବ୍ୟ ଶପଥ ପାଠ ସମାରୋହ ଆୟୋଜନ ହୋଇଥିଲା । ମୋଦି ୩.O ସରକାରର ମନ୍ତ୍ରିମଣ୍ଡଳ ଶପଥ ଚାଲିଥିଲା ।

Oath Ceremony

ରାଷ୍ଟ୍ରପତି ଭବନରେ ଶପଥ ପାଠ ବେଳେ ଅଜଣା ଜନ୍ତୁ । ଗତକାଲି ରାଷ୍ଟ୍ରପତି ଭବନରେ ଭବ୍ୟ ଶପଥ ପାଠ ସମାରୋହ ଆୟୋଜନ ହୋଇଥିଲା । ମୋଦି ୩.O ସରକାରର ମନ୍ତ୍ରିମଣ୍ଡଳ ଶପଥ ଚାଲିଥିଲା । ବିଜେପି ସାଂସଦ ଦୁର୍ଗା ଦାସଙ୍କ ଶପଥର ଠିକ୍ ପରେ ଏଭଳି କିଛି ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ଯାହାକୁ ନେଇ ଏବେ ସୋସିଆଲ୍ ମିଡିଆରେ ନାନା ଚର୍ଚ୍ଚା ।

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ପୁରା ମନ୍ତ୍ରିମଣ୍ଡଳ ବସିଥିବା ପୋଡିୟମ୍ ଉପରେ ଏକ ଅଜଣା ଜନ୍ତୁ ଚାଲି ଚାଲି ଯାଉଛି । ଯେଉଁ ବାଟେ ରାଷ୍ଟ୍ରପତି ଆସିଥିଲେ ସେହି ରାସ୍ତା ଦେଇ ଅଜଣା ଜନ୍ତୁ ଯିବାର ଭିଡିଓ ସାମ୍ନାକୁ ଆସିଛି । ଶପଥ ସମାରୋହ ସିଧାପ୍ରସାରଣ ବେଳେ ଏଭଳି ଘଟଣା ଅନେକ ଚର୍ଚ୍ଚା ସାଉଁଟିଛି ।

ଅଜଣା ଜନ୍ତୁଟି ବିଲେଇ ଭଳି ଦେଖାଯାଉଥିଲେ ବି ଏହାର ଉଚ୍ଚତାକୁ ନେଇ ଏବେ ନାନା ସନ୍ଦେହ ଉପୁଜିଛି । ଯେତେବେଳେ ବିଜେପି ସାଂସଦ ଦୁର୍ଗା ଦାସ ମଞ୍ଚରେ ଶପଥ ପାଠ କରୁଥିଲେ, ସେତେବେଳେ ହିଁ ଛାଇ ଦେଖାଯାଇଥିଲା । ତେବେ ସୋସିଆଲ୍ ମିଡିଆ ୟୁଜର୍ସ ଏହାକୁ ଚିତାବାଘ କହିଥିବା ବେଳେ ଅନ୍ୟ କେତେଜଣ ଏହାକୁ ବିଲେଇ ଓ କୁକୁର କହିଛନ୍ତି ।

ଭିଡିଓଟି ବହୁଳ ଭାବରେ ସେୟାର ହେବା ପରେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ମନ୍ତବ୍ୟ ଦେଇଥିଲେ । ଜଣେ ୟୁଜର୍ସ ଲେଖିଛନ୍ତି, ଯଦି ଏହା ବିଲେଇ, ତେବେ ଠିକ୍ ଅଛି । କିନ୍ତୁ ଯଦି ଏହା ଚିତାବାଘ, ତେବେ ସୁରକ୍ଷାକର୍ମୀମାନେ କ’ଣ କରୁଛନ୍ତି?

ଅନ୍ୟଜଣେ ମନ୍ତବ୍ୟ ଦେଇ ଲେଖିଛନ୍ତି, ଲାଞ୍ଜ ଓ ଚାଲିବା ଶୈଳୀରୁ ଏହା ଗୋଟେ ଚିତାବାଘ ପରି ଦେଖାଯାଉଛି । ସୌଭାଗ୍ୟବତଃ କୌଣସି ଅଘଟଣ ଘଟିନାହିଁ ।