Advertisment

ଲେମ୍ବୁ ଏବେ ସ୍ୱପ୍ନ: ୧୦ ଟଙ୍କାରେ ମିଳୁଛି ଗୋଟିଏ ଲେମ୍ବୁ

ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ ହୋଇଥିବା ବେଳେ, ଏବେ ସାଧାରଣ ଜନତା ଲେମ୍ବୁଟିଏ ମଧ୍ୟ କିଣିପାରିବେ ନାହିଁ। କାରଣ ଏବେ ଲେମ୍ବୁ ହେଉଛି ଅମୂଲ ମୂଲ। ଦେଶର ଅନେକ ସ୍ଥାନରେ ଲେମ୍ବୁ କିଲୋ ପ୍ରତି ୩୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି।

ଅଦ୍ୟତନ ହୋଇଛି
Lemon Price Hike

Lemon Price Hike

Advertisment

ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ ହୋଇଥିବା ବେଳେ, ଏବେ ସାଧାରଣ ଜନତା ଲେମ୍ବୁଟିଏ ମଧ୍ୟ କିଣିପାରିବେ ନାହିଁ। କାରଣ ଏବେ ଲେମ୍ବୁ ହେଉଛି ଅମୂଲ ମୂଲ। ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବାରୁ ଖରା ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ଲେମ୍ବୁ ପାଣି ପିଇଥାନ୍ତି। ହେଲେ ଏବେ ଲେମ୍ବୁ ଦାମ୍‌ ଯେଉଁଭଳି ଭାବରେ ବୃଦ୍ଧି ପାଇଛି, ଗରିବ ଖଟିଖିଆଙ୍କ ପକ୍ଷେ ଏହା କିଣିବା ସମ୍ଭବପର ନୁହେଁ। ଦେଶର ଅନେକ ସ୍ଥାନରେ ଲେମ୍ବୁ କିଲୋ ପ୍ରତି ୩୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। 

Advertisment

ଆହୁରି ମଧ୍ୟ ଦେଖିବାକୁ ମିଳିଛି ଯେ, ଅନେକ ସ୍ଥାନରେ ଗୋଟିଏ ଲେମ୍ବୁ ୧୦ ଟଙ୍କାରେ ମିଳୁଛି। ବ୍ୟବସାୟୀଙ୍କ କହିବା ଅନୁସାରେ, ଗତବର୍ଷ ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ ଗୁଜରାଟରେ ବାତ୍ୟା ଯୋଗୁ ଲେମ୍ବୁ ଚାଷ କ୍ଷତିଗ୍ରସ୍ତ ହୋଇଥିଲା। ଚାଷ କମ୍‌ ହେବା ଯୋଗୁ ଲେମ୍ବୁ ଦାମ୍‌ ବୃଦ୍ଧି ପାଇଛି। 

ଦିଲ୍ଲୀ ମାର୍କେଟ୍‌ରେ ମଧ୍ୟ ଲେମ୍ବୁ ଅଧିକ ଦାମ୍‌ରେ ବିକ୍ରି ହେଉଥିବା ଜଣାପଡ଼ିଛି। ନୋଏଡାରେ ଲେମ୍ବୁ ପ୍ରତି କିଲୋକୁ ୨୫୦ ଟଙ୍କାରୁ ୩୦୦ ଟଙ୍କାରେ ବିକ୍ରି ହେଉଛି। ଗତ ସପ୍ତାହରେ ଲେମ୍ବୁ ପ୍ରତି କିଲୋକୁ ୨୦୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଏବେ ଏହା ୨୫୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। 

Advertisment

ଦିଲ୍ଲୀରେ ଲେମ୍ବୁ ଦାମ୍‌ ପ୍ରତି କିଲୋକୁ ୩୦୦ରୁ ୪୦୦ ଟଙ୍କା ଥିବାବେଳେ ନୋଏଡା ମାର୍କେଟ୍‌ରେ ଅଧ କିଲୋକୁ ୮୦ରୁ ୧୦୦ଟଙ୍କାରେ ବିକ୍ରି ହେଉଛି। ଗାଜିପୁର ପରିବା ମଣ୍ଡିରୁ ଦୋକାନୀମାନେ ପ୍ରତି କିଲୋକୁ ୨୫୦ ଟଙ୍କାରେ ଲେମ୍ବୁ କିଣୁ ଥିବାବେଳେ ମାର୍କେଟ୍‌ରେ ଏହାକୁ ୩୦୦ ଟଙ୍କାରେ ବିକ୍ରି କରାଯାଉଛି। ବଜାରରେ ୨ ପ୍ରକାରର ଲେମ୍ବୁ ବିକ୍ରି ହେଉଛି। ଗୋଟିଏ ସବୁଜ ଲେମ୍ବୁ, ଯାହାର ଦାମ୍‌ ପ୍ରତି କିଲୋକୁ ୩୦୦ ଟଙ୍କା ହୋଇଥିବା ବେଳେ ଅନ୍ୟଟି ହଳଦିଆ ଲେମ୍ବୁ ଯାହାର ଦାମ୍‌ ୩୬୦ ଟଙ୍କା। 

ସେହିପରି ମଧ୍ୟପ୍ରଦେଶ ଭୋପାଳରେ ପ୍ରତି କିଲୋକୁ ଲେମ୍ବୁ ୩୦୦ରୁ ୪୦୦ ଟଙ୍କା ଥିବାବେଳେ ଜୟପୁରରେ ୩୫୦ରୁ ୪୦୦ ଟଙ୍କାରେ ବିକ୍ରି ହେଉଛି। ମୁମ୍ବାଇରେ ମଧ୍ୟ ଲେମ୍ବୁ ଦାମ୍‌ ପ୍ରତି କିଲୋକୁ ୩୦୦ ଟଙ୍କା ଉପରେ ରହିଛି। ଲକ୍ଷ୍ନୌରେ ପ୍ରତି କିଲୋକୁ ୨୫୦ ଟଙ୍କା ଓ ଜୟପୁରରେ ୨୦୦ରୁ ୨୫୦ ଟଙ୍କା ପ୍ରତି କିଲୋକୁ ବିକ୍ରି ହେଉଛି। 

Advertisment
Lemon Price Hike Lemon Price Lemon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ