Advertisment

ମହାଶିବରାତ୍ରୀରେ ନିଲାମ ହେଲା ଲେମ୍ୱୁ; ଦାମ୍ ଶୁଣିଲେ ଉଡ଼ିଯିବ ହୋସ୍

ସବୁଠୁ ଅଧିକ ନିଲାମୀ ଡାକି ଲେମ୍ବୁ ପାଉଥିବା ବ୍ୟକ୍ତିଙ୍କୁ ଆଗାମୀ ଦିନରେ ଧନ ଓ ସୁସ୍ୱାସ୍ଥ୍ୟର ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

ଅଦ୍ୟତନ ହୋଇଛି
Lemon Sold For ₹ 35,000 At Auction In Tamil Nadu Temple

Lemon Sold For ₹ 35,000 At Auction In Tamil Nadu Temple

Advertisment

ଭଗବାନଙ୍କ ଉପରେ ବିଶ୍ୱାସ ଓ ଭକ୍ତି ପାଇଁ ଲୋକମାନେ କିଛି ବି କରିପାରନ୍ତି। ନିଆଁରେ ଚାଲିବାଠାରୁ ଆରମ୍ଭ କରି ନାନା ପୂଜା ପାଠ କରନ୍ତି। ଯାହାକୁ କିଛି ଲୋକ ଅନ୍ଧବିଶ୍ୱାସ କହୁଥିଲେ ସୁଦ୍ଧା ଏହା ଭକ୍ତି ବୋଲି କିଛି ଲୋକ ଦାବି କରନ୍ତି। ଭକ୍ତଙ୍କ ବଶ୍ୱାସ ଆଗରେ ସବୁ ତୁଚ୍ଛ ଲାଗେ। ବିଭିନ୍ନ ମନ୍ଦିରରେ ଠାକୁରଙ୍କ ନିକଟରେ ଲାଗି ହେଉଥିବା ଜିନିଷ ନିଲାମ କରାଯାଏ, ଯାହାକୁ ଲୋକେ ହଜାର ହଜାର ଟଙ୍କାରେ କିଣି ଥାଆନ୍ତି। ତେବେ ମହାଶିବରାତ୍ରୀରେ ଲାଗିହୋଇଥିବା ଏକ ଲେମ୍ୱୁର ଦର ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

Advertisment

ଗୋଟିଏ ଲେମ୍ବୁର ମୂଲ୍ୟ କେତେ ହୋଇପାରେ। ଟଙ୍କାଏ, ଦୁଇଟଙ୍କା, ପାଞ୍ଚ ଟଙ୍କା; ଅତିବେଶୀରେ ୧୦ ଟଙ୍କା। ଋତୁ ଅନୁସାରେ ଏହାର ଦାମ୍‌ ବଦଳେ । ନିକଟରେ ତାମିଲନାଡ଼ୁରେ ଗୋଟିଏ ଲେମ୍ବୁ ୩୫ ହଜାର ଟଙ୍କାରେ ନିଲାମ ହୋଇଛି । ତେବେ ଏହି ଲେମ୍ବୁର ବିଶେଷତ୍ୱ ହେଉଛି ଏହାକୁ ମହାଶିବରାତ୍ରୀ ଅବସରରେ ଶିବଗିରି ଗାଁରେ ଥିବା ପଝାପୁସିୟନ୍‌ ମନ୍ଦିରରେ ଭଗବାନ ଶିବଙ୍କ ଉପରେ ଚଢ଼ାଯାଇଥିଲା ।

ମନ୍ଦିରର ଅଧିକାରୀଙ୍କ ସୂଚନା ଅନୁଯାୟୀ. ମନ୍ଦିରରେ ପାଳିତ ହୋଇଆସୁଥିବା ଏହି ପରମ୍ପରା ଖୁବ୍ ପୁରୁଣା । ଏଥର ନିଲାମୀରେ ୧୫ ଜଣ ଭକ୍ତ ସାମିଲ ହୋଇଥିଲେ । ଇରୋଡ୍‌ର ଜଣେ ଭକ୍ତ ସେହି ଲେମ୍ବୁକୁ ୩୫ ହଜାର ଟଙ୍କାରେ ନିଲାମ ଧରିଥିଲେ । ପରେ ପୂଜାରୀ ଲେମ୍ବୁକୁ ଭଗବାନ ଶିବଙ୍କ ସାମ୍ନାରେ ରଖିବା ସହିତ ଏକ ଛୋଟ ପୂଜା କରିଥିଲେ । ଏହାପରେ ଲେମ୍ବୁକୁ ନିଲାମଧାରୀଙ୍କୁ ଦିଆଯାଇଥିଲା । ସବୁଠୁ ଅଧିକ ନିଲାମୀ ଡାକି ଲେମ୍ବୁ ପାଉଥିବା ବ୍ୟକ୍ତିଙ୍କୁ ଆଗାମୀ ଦିନରେ ଧନ ଓ ସୁସ୍ୱାସ୍ଥ୍ୟର ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି ।

Advertisment
Mahashivratri Temple Auction Lord Shiva Lemon
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ