Advertisment

ସାମ୍ନାକୁ ଆସିଲା ପଞ୍ଜାବୀ ଗାୟକଙ୍କ ହତ୍ୟା ଷଡ଼ଯନ୍ତ୍ର, କାନାଡ଼ାରୁ ହୋଇଥିଲା ମର୍ଡର ପ୍ଲାନ୍‌...

ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲାଙ୍କୁ ହତ୍ୟା କରିବା ପାଇଁ କାନାଡ଼ାରୁ ହତ୍ୟାର ଷଡ଼ଯନ୍ତ୍ର ପ୍ରସ୍ତୁତ ହୋଇଥିଲା। କାନାଡ଼ାର ଗ୍ୟାଙ୍ଗଷ୍ଟର ଗୋଲଡି ବ୍ରାର୍ ଓ ଲକି ହତ୍ୟା ଷଡ଼ଯନ୍ତ୍ର ପ୍ରସ୍ତୁତ କରିଥିବା କୁହାଯାଉଛି।

ଅଦ୍ୟତନ ହୋଇଛି
Sidhu Moosewala’s Murder

Sidhu Moosewala’s Murder

Advertisment

କଂଗ୍ରେସ ନେତା ତଥା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ୱାଲାଙ୍କ ହତ୍ୟା ପଛରେ ଲରେନ୍ସ ବିଷ୍ଣୋୟୀ ଗ୍ୟାଙ୍ଗର ସମ୍ପୃକ୍ତି ଥିବା ଜଣାପଡ଼ିଛି। ମୁସେଓ୍ୱାଲାଙ୍କୁ ହତ୍ୟା କରିବା ପାଇଁ କାନାଡ଼ାରୁ ହତ୍ୟାର ଷଡ଼ଯନ୍ତ୍ର ପ୍ରସ୍ତୁତ ହୋଇଥିଲା। ଗତକାଲି ସାମ୍ବାଦିକ ସମ୍ମିଳନୀରେ ଏନେଇ ପଞ୍ଜାବ ଡିଜିପି ଭି.କେ. ଭଓ୍ୱରା ସୂଚନା ଦେଇଛନ୍ତି।ପଞ୍ଜାବର କୁଖ୍ୟାତ ଅପରାଧୀ ଲରେନ୍ସ ବିଷ୍ଣୋୟୀ ଏହି ହତ୍ୟାରେ ସମ୍ପୃକ୍ତ ଅଛି। 

Advertisment

ଲରେନ୍ସ ଏବେ ଜେଲ୍‌ରେ ରହିଛି। ହେଲେ ତା ଇସାରାରେ ହତ୍ୟାକାରୀ ଏଭଳି କରିଥିବା ଡିଜିପି କହିଛନ୍ତି। ସବୁଠାରୁ ବଡ଼ କଥା, ହତ୍ୟା ଲିଙ୍କ୍‌ କାନାଡ଼ା ଯାଏ ଲମ୍ବିଛି। କାନାଡ଼ାର ଗ୍ୟାଙ୍ଗଷ୍ଟର ଗୋଲଡି ବରାର୍‌ ଓ ଲକି ହତ୍ୟା ଷଡ଼ଯନ୍ତ୍ର ପ୍ରସ୍ତୁତ କରିଥିବା କୁହାଯାଉଛି। ତେବେ କାହିଁକି ମୁସେଓ୍ୱାଲାଙ୍କୁ ହତ୍ୟା କରାଗଲା ସେ କାରଣ ଏବେ ପୋଲିସ୍ ଖୋଜୁଛି।

ମୁସେଓ୍ୱାଲାଙ୍କ ସୁରକ୍ଷାରେ ନିୟୋଜିତ ଥିବା ପୋଲିସ୍ କର୍ମଚାରୀଙ୍କୁ ଗତକାଲି ନିଜ ସହ ନେବାକୁ ଖୋଦ୍ ସେ ମନା କରିଥିଲେ। ଏପରିକି ବୁଲେଟ୍ ପ୍ରୁଫ୍ କାର୍‌କୁ ବି ନେଇ ଯାଇନଥିଲେ। ତେଣୁ ଏଦିଗକୁ ତଦନ୍ତ ପରିସରକୁ ନିଆଯାଇଛି। ପୁରା ମାମଲାର ତଦନ୍ତ ପାଇଁ SIT ଗଠନ ହୋଇଥିବା ପଞ୍ଜାବ ଡିଜିପି ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ, ଘଟଣାର କିଛି ସମୟ ପୂର୍ବର ସିସିଟିଭି ଫୁଟେଜ୍ ଏବେ ସାମ୍ନାକୁ ଆସିଛି। ଯେଉଁଠି ମୁସେଓ୍ୱାଲା ଯାଉଥିବା THAR ସମେତ ଅନ୍ୟ ଦୁଇଟି କାର୍ ସନ୍ଦିଗ୍ଧ ଅବସ୍ଥାରେ ଚିହ୍ନଟ ହୋଇଛି। ପୋଲିସ୍ ଏଦିଗରେ ଏବେ ତଦନ୍ତ କରୁଛି। 

Advertisment

ସେପଟେ ସିଦ୍ଧୁ ମୁସେଓ୍ୱାଲାଙ୍କ ହତ୍ୟାକୁ ନେଇ ରାଜନୀତି ତେଜୁଛି। ପଞ୍ଜାବରେ ଆପ୍‌ ସରକାରଙ୍କୁ ବିଜେପି, କଂଗ୍ରେସ ଏବଂ ଅନ୍ୟ ରାଜନୈତିକ ଦଳ ଘେରିଛନ୍ତି। ମୁସେଓ୍ୱାଲାଙ୍କ ସୁରକ୍ଷାକୁ ହଟା ଯାଇଥିଲା।  ଏହାର ଦିନକ ପରେ ହତ୍ୟାକାଣ୍ଡକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅଭିଯୁକ୍ତ ଯେ କେହି ବି ହେଉ ନା କାହିଁକି ତାଙ୍କୁ ଧରାଯିବ। .

ସୂଚନାଥାଉ କି,  ପଞ୍ଜାବର ମନ୍‌ସାରେ ଗତକାଲି ଏହି ଚର୍ଚ୍ଚିତ ଗାୟକ ତଥା କଂଗ୍ରେସ ନେତାଙ୍କ ଉପରକୁ ୩୦ରୁ ଅଧିକ ରାଉଣ୍ଡ ଗୁଳି ଫାୟାରିଂ କରି ହତ୍ୟା କରାଯାଇଥିଲା। କୁହାଯାଉଛି, ଅଭିଯୁକ୍ତ ମାନେ ମୁସେଓ୍ୱାଲାଙ୍କ କାର୍‌କୁ ଦୁଇ ପଟୁ ଘେରି ଗୁଳି ଚଲାଇଥିଲେ। ମୁସେଓ୍ୱାଲାଙ୍କ ସାଙ୍ଗରେ ଥିବା ୩ ଜଣ ସହଯୋଗୀ ମଧ୍ୟ ଗୁରୁତର ହୋଇଛନ୍ତି। ପପ୍ ସଙ୍ଗ 295 ମୁସେଓ୍ୱାଲାଙ୍କୁ ପଞ୍ଜାବର ଯୁବପିଢ଼ିଙ୍କ ମଧ୍ୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରାଇଥିଲା।

Advertisment
Sidhu Moosewala Murder Punjab Singer Murder Punjab Singer Sidhu Moosewala Lawrence Bishnoi Gang
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ