Advertisment

ମହନ୍ତ ନରେନ୍ଦ୍ର ଗିରିଙ୍କ ଶେଷକୃତ୍ୟ ସମ୍ପନ୍ନ

ଅଖିଳ ଭାରତୀୟ ଆଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ଶେଷକୃତ୍ୟ ସମ୍ପନ୍ନ । ମହନ୍ତଙ୍କ ଇଚ୍ଛା ଅନୁଯାୟୀ ବାଗମ୍ବରୀ ଆଶ୍ରମ ପରିସରରେ ଭୂ-ସମାଧି ସହ ମହନ୍ତ ନରେନ୍ଦ୍ର ଗିରିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଆଶ୍ରମ ପରିସରରେ ଥିବା ଲେମ୍ବୁ ଗଛ ନିକଟରେ ତାଙ୍କୁ ଭୂ-ସମାଧି ଦିଆଯାଇଛି। ପୂର୍ବରୁ ଏଠାରେ ତାଙ୍କ ଗୁରୁ ଭଗବାନ ଗିରିଙ୍କୁ ସମାଧି ଦିଆଯାଇଥିଲା।

Last rites of Mahant Nnarendra Giri

Last rites of Mahant Nnarendra Giri

Advertisment

ପ୍ରୟାଗରାଜ : ଅଖିଳ ଭାରତୀୟ ଆଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ଶେଷକୃତ୍ୟ ସମ୍ପନ୍ନ । ମହନ୍ତଙ୍କ ଇଚ୍ଛା ଅନୁଯାୟୀ ବାଗମ୍ବରୀ ଆଶ୍ରମ ପରିସରରେ ଭୂ-ସମାଧି ସହ ମହନ୍ତ ନରେନ୍ଦ୍ର ଗିରିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଆଶ୍ରମ ପରିସରରେ ଥିବା ଲେମ୍ବୁ ଗଛ ନିକଟରେ ତାଙ୍କୁ ଭୂ-ସମାଧି ଦିଆଯାଇଛି। ପୂର୍ବରୁ ଏଠାରେ ତାଙ୍କ ଗୁରୁ ଭଗବାନ ଗିରିଙ୍କୁ ସମାଧି ଦିଆଯାଇଥିଲା।

Advertisment

ସୂଚନା ମୁତାବକ ପୋଷ୍ଟ ମର୍ଟମ ଶେଷ ହେବା ପରେ ମହନ୍ତଙ୍କ ପାର୍ଥୀବ ଶରୀରକୁ ଗଙ୍ଗା ସ୍ନାନ କରାଯାଇଥିଲା। ଏହା ପରେ ତାଙ୍କୁ ଆଶ୍ରମକୁ ଅଣାଯାଇଥିଲା। ପଦ୍ମାସନ ମୁଦ୍ରାରେ ସମସ୍ତ ବିଧି ବିଧାନ ଅନୁସାରେ ତାଙ୍କୁ ସମାଧି ଦିଆଯାଇଥିବା ଆଶ୍ରମ ପକ୍ଷରୁ ସୂଚନା ଦିଆଯାଇଛି। ମହନ୍ତଙ୍କ ସମାଧି ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥିଲା। ତେବେ ଅଳ୍ପ ସଂଖ୍ୟକ ସାଧୁ ସନ୍ଥ ଓ ଶିଷ୍ୟଙ୍କ ମଧ୍ୟରେ ବାବାଙ୍କୁ ସମାଧି ଦିଆଯାଇଥିଲା। ସନ୍ଥ ପରମ୍ପରା ଅନୁସାରେ ମହନ୍ତ ନରେନ୍ଦ୍ର ଗିରିଙ୍କ ପାର୍ଥିବ ଶରୀରକୁ ପୁଷ୍ପମାଲ୍ୟରେ ସଜ୍ଜିତ କରାଯିବା ସହ ମନ୍ତ୍ରପାଠ ମଧ୍ୟରେ ତାଙ୍କୁ ସମାଧି ଦିଆଯାଇଛି । ଅଶ୍ରୁଳ ଆଖିରେ ଶିଷ୍ୟ, ଅନୁଗାମୀ ଏବଂ ସାଧୁମାନେ ପୁଷ୍ପ ବର୍ଷା କରି ତାଙ୍କୁ ଶେଷ ବିଦାୟ ଦେଇଛନ୍ତି।

Last rites of Mahant Nnarendra Giriମହନ୍ତ ନରେନ୍ଦ୍ର ଗିରିଙ୍କ ଶେଷକୃତ୍ୟ ସମ୍ପନ୍ନ
Advertisment

ଏକ ବର୍ଷ ଏଠାରେ ନିୟମିତ ପୂଜା ପାଠ କରାଯାଇ ସମାଧି ସ୍ଥଳକୁ ଜାଗ୍ରତ ରଖାଯିବ। ଏହା ପରେ ଏଠାରେ ଏକ ପକ୍କା ସମାଧି ନିର୍ମାଣ କରାଯାଇ ଶିବଲିଙ୍ଗ ଓ ମହନ୍ତ ନରେନ୍ଦ୍ର ଗିରିଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯିବ ବୋଲି କୁହାଯାଇଛି।

ତେବେ ସମାଧି ପୂର୍ବରୁ ଆଜି ମହନ୍ତ ନରେନ୍ଦ୍ର ଗିରିଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଫାଶି ଲାଗିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ପୋଷ୍ଟ୍‌ମର୍ଟମ ରିପୋର୍ଟରୁ ଜଣାପଡିଛି। ଅଧିକ ତଥ୍ୟ ପାଇଁ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି। ଆଜି ସକାଳେ ପ୍ରାୟ ଦୁଇ ଘଣ୍ଟା ଧରି ଶବ ବ୍ୟବଛେଦ ହୋଇଥିଲା । ଏକ ୫ଜଣିଆ ଡାକ୍ତରୀ ଟିମ୍ ମହନ୍ତଙ୍କ ଶବକୁ ପୋଷ୍ଟ୍‌ମର୍ଟମ କରିଥିଲେ।

Advertisment

ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ ଲାଗି ରହିଥିବାବେଳେ ତାଙ୍କ ଶିଷ୍ୟ ଆନନ୍ଦ ଗିରିଙ୍କୁ ପଚରାଉଚରା ଚଳାଇଛି ପୋଲିସ। ତଦନ୍ତକାରୀ ଟିମ୍‌ ତାଙ୍କୁ ୧୨ ଘଣ୍ଟା ଧରି ଜେରା କରିଥିବା ସୂଚନା ମିଳିଛି । ଏହି ମାମଲାରେ ଗିରଫ ଅନ୍ୟ ୩ ଜଣଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଛି । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଆନନ୍ଦ ଗିରିଙ୍କ ସହ ସାମ୍ନା ସାମ୍ନି ବସାଇ ପ୍ରଶ୍ନ କରିଛି ପୋଲିସ।

ଆନନ୍ଦ ଗିରିଙ୍କୁ ବାଗମ୍ବେରୀ ମଠ ଓ ଏହାର ଉତ୍ତରାଧିକାରୀକୁ ନେଇ ଚାଲିଥିବା ବିବାଦର କାରଣ ପଚାରିଛି ପୋଲିସ। ଏଥିସହିତ ମହନ୍ତଙ୍କ ସୁଇସାଇଡ ନୋଟ୍‌, ଆଶ୍ରମକୁ ଆସୁଥିବା ଚାନ୍ଦାରେ ଅନିୟମିତତା ଅଭିଯୋଗ ବିଷୟରେ ମଧ୍ୟ ପୋଲିସ ପଚାରିଛି। ମହନ୍ତଙ୍କ ସହ ବିବାଦକୁ ନେଇ ମଧ୍ୟ ପୋଲିସ ପ୍ରଶ୍ନ କରିଥିବା ସୂଚନା ମିଳିଛି।

Prayagraj
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ