Advertisment

ଦେଶରେ ୨୪ ଘଂଟାରେ ୩୧ ହଜାର କରୋନା ଆକ୍ରାନ୍ତ ଚିହ୍ନଟ

ଦେଶରେ ଦୋଳି ଖେଳୁଛି କରୋନା ଗ୍ରାଫ୍‌। ଗତ ୨୪ ଘଂଟାରେ ଦେଶରେ ୩୧,୩୮୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୧୮ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ୩,୩୫,୯୪,୮୦୩ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଥିବା ବେଳେ ୪,୪୬,୩୬୮ରେ ପହଞ୍ଚିଛି ମୃତକଙ୍କ ସଂଖ୍ୟା

undefined

Corona

Advertisment

ନୂଆଦିଲ୍ଲୀ: ଦେଶରେ ଦୋଳି ଖେଳୁଛି କରୋନା ଗ୍ରାଫ୍‌। ଗତ ୨୪ ଘଂଟାରେ ଦେଶରେ ୩୧,୩୮୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୧୮ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ୩,୩୫,୯୪,୮୦୩ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଥିବା ବେଳେ ୪,୪୬,୩୬୮ରେ ପହଞ୍ଚିଛି ମୃତକଙ୍କ ସଂଖ୍ୟା। ଏହାସହ ଗତ ୨୪ ଘଂଟା ମଧ୍ୟରେ ୩୨,୫୪୨ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଉ ସୁସ୍ଥଙ୍କ ସଂଖ୍ୟା ୩,୨୮,୪୮,୨୭୩ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ, ଦେଶରେ ସୁସ୍ଥତା ହାର ୯୭.୭୮% ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦେଶରେ ଏବେ ବି ୩,୦୦,୧୬୨ ଆକ୍ଟିଭ୍‌ କେସ୍‌ ରହିଛି। ଯାହାକୁ ନେଇ ଚିନ୍ତା ବଢିଛି।

Advertisment

ଏପଟେ ରାଜ୍ୟରେ, ୨୪ ଘଣ୍ଟାରେ ୫୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୭ ଜଣ ଆକ୍ରାନ୍ତ ଅଛନ୍ତି। କ୍ୱାରେଣ୍ଟିନରୁ ୩୧୬ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୨୨୩ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୨୫୪ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୮ ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୫୩୯ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୬ ଜଣ, ବାଲେଶ୍ୱରରୁ ୨୩ ଜଣ, ବରଗଡ଼ ୨ଜଣ, ଭଦ୍ରକରୁ ୧୨ ଜଣ, କଟକରୁ ୪୮ ଜଣ, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୪ ଜଣ, ଗଞ୍ଜାମରୁ ୧, ଜଗତସିଂହପୁରରୁ ୩୧ ଜଣ, ଯାଜପୁରରୁ ୧୭ ଜଣ,, ଝାରସୁଗୁଡ଼ାରୁ ୪ ଜଣ, କଳାହାଣ୍ଡି ୧, କନ୍ଧମାଳ ୧, କେନ୍ଦ୍ରାପଡ଼ାରୁ ୧୦, କେନ୍ଦୁଝରରୁ ୨ ଜଣ, ଖୋର୍ଦ୍ଧାରୁ ୨୫୪ ଜଣ, ମାଲକାନଗିରି ୨, ମୟୁରଭଞ୍ଜରୁ ୧୩ ଜଣ, ନୟାଗଡ଼ରୁ ୫, ପୁରୀରୁ ୧୨ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ବଲପୁରରୁ ୧୨ ଜଣ, ସୋନପୁରରୁ ୫, ସୁନ୍ଦରଗଡ଼ରୁ ୫ ଜଣ ଓ ଷ୍ଟେଟ ପୁଲ୍‌ରୁ ୬୦ ଜଣ ଚିହ୍ନଟ ହୋଇଛନ୍ତି । ତେବେ କରୋନାର ତୃତୀୟ ଲହର ଆସିନଥିବା ନେଇ କୁହାଯାଇଛି।

Advertisment
Coronavirus India COVID19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ