Advertisment

ଦେଶରେ ବଢିବାରେ ଲାଗିଛି ସଂକ୍ରମଣ। ୨୪ ଘଂଟାରେ ୩୪ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ

ଦେଶରେ ବଢିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୩୪,୪୦୩ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୩୨୦ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ସେହିପରି ଭାବରେ ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୩,୩୩,୮୧,୭୨୮ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଅଦ୍ୟତନ ହୋଇଛି
undefined

Corona

Advertisment

ନୂଆଦିଲ୍ଲୀ: ଦେଶରେ ବଢିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୩୪,୪୦୩ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୩୨୦ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ସେହିପରି ଭାବରେ ଆଜିର କରୋନା ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୩,୩୩,୮୧,୭୨୮ରେ ପହଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସେହିପରି ଦେଶରେ ମୋଟ୍‌ ୪,୪୪,୨୪୮ ଜଣଙ୍କ ପ୍ରାଣ ନେଲାଣି ମହାମାରୀ ଅର୍ଥାତ୍‌ କରୋନାରେ ଦେଶରେ ମୋଟ୍ ୪ ଲକ୍ଷରୁ ଅଧିକ ଲୋକ ଜୀବନ ହରାଇଲେଣି। କେବଳ ଏତିକି ନୁହେଁ ବରଂ ଗତ ୨୪ ଘଂଟାରେ ଦେଶରେ ୩୭, ୯୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦେଶରେ ଏବେ ବି ୩,୨୫,୯୮,୪୨୪ ଆକ୍ଚିଭ୍‌ କେସ୍‌ ରହିଛି। ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ଚିନ୍ତ ବଢିଛି।

Advertisment

ଏପଟେ ରାଜ୍ୟରେ, ଏପଟେ, ରାଜ୍ୟରେ ଗତ ୨୪ ଘଂଟାରେ ୬୨୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୬୨୮ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୫ ଜଣ, ବାଲେଶ୍ୱରରୁ ୨୨ ଜଣ, ବରଗଡ଼ରୁ ୭ ଜଣ, ଭଦ୍ରକରୁ ୭ ଜଣ, ବଲାଙ୍ଗିରରୁ ୧, କଟକରୁ ୭୨ ଜଣ, ଦେବଗଡ଼ରୁ ୧ ଢେଙ୍କାନାଳରୁ ୫ ଜଣ, ଗଜପତି ୨, ଗଞ୍ଜାମ ୧, ଜଗତସିଂହପୁରରୁ ୨୬, ଯାଜପୁରରୁ ୧୯, ଝାରସୁଗୁଡ଼ାରୁ ୩, କେନ୍ଦ୍ରାପଡ଼ାରୁ ୯, କେନ୍ଦୁଝରରୁ ୨, ଖୋର୍ଦ୍ଧାରୁ ୨୯୧ ଜଣ, କୋରାପୁଟରୁ ୧୬, ମୟୁରଭଞ୍ଜରୁ ୨୨ ଜଣ, ନୟାଗଡ଼ରୁ ୭, ପୁରୀରୁ ୯ ଜଣ, ରାୟଗଡ଼ାରୁ ୪ ଜଣ, ସମ୍ବଲପୁରରୁ ୮ ଜଣ, ସୁନ୍ଦରଗଡ଼ରୁ ୨୩ ଜଣ ଓ ଷ୍ଟେଟ ପୁଲ୍‌ରୁ ୬୬ ଜଣ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୮ ହଜାର ୯୨୬ରେ ପହଞ୍ଚି ଥିବାବେଳେ ଆକ୍ଟିଭ୍‌ କେସ୍‌ ୫୯୦୬ ରହିଛି।

୧୦୦୪୮୪୫ ଜଣ ସୁସ୍ଥ ହୋଇଛନ୍ତି। ସେପଟେ, ଦେଶରେ ବର୍ତ୍ତମାନ ପାଇଁ ବୁଷ୍ଟର ଡୋଜ୍ ନୁହେଁ ବରଂ ସମସ୍ତଙ୍କୁ ଡବଲ ଡୋଜ୍ ଟିକା ଦେବାକୁ ଗୁରୁତ୍ୱ ଦିଆଯାଉଛି । ସେଭଳି ସ୍ଥିତି ଉପୁଜି ନ ଥିବାରୁ ବୁଷ୍ଟର ଡୋଜ୍ ନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ । ବୁଷ୍ଟର ଡୋଜ ବଦଳରେ ସମସ୍ତେ ଯେପରି ଡବଲ ଡୋଜ୍ ଟିକା ନେଇପାରିବେ, ତା ଉପରେ ଏବେ ପ୍ରାଥମିକତା ଦିଆଯାଉଛି । ଏହା କହିଛନ୍ତି ଆଇସିଏମ୍ଆର ମହାନିର୍ଦ୍ଦେଶକ ଡାକ୍ତର ବଳରାମ ଭାର୍ଗବ ।

Advertisment
Coronavirus India COVID19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ