Advertisment

ଦେଶରେ ପୁଣି ବଢିଲା ସଂକ୍ରମଣ। ୨୪ ଘଂଟାରେ ୩୦,୫୭୦ ଆକ୍ରାନ୍ତ ହେଲେ ଚିହ୍ନଟ

ଦେଶରେ ପୁଣି ବଢିଲା ସଂକ୍ରମଣ। ଗତ ୨୪ ଘଂଟରେ ଦେଶରେ ୩୦,୫୭୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାସହ ୨୪ ଘଂଟାରେ ଦେଶରେ ୪୩୧ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଦେଶରେ ମୋଟ୍‌ ୩,୩୩,୪୭,୩୨୫ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିବା ପରେ ମୃତ୍ୟୁସଂଖ୍ୟା ୪,୪୩,୯୨୮ରେ ପହଞ୍ଚିଛି

undefined

Corona

Advertisment

ନୂଆଦିଲ୍ଲୀ: ଦେଶରେ ପୁଣି ବଢିଲା ସଂକ୍ରମଣ। ଗତ ୨୪ ଘଂଟରେ ଦେଶରେ ୩୦,୫୭୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାସହ ୨୪ ଘଂଟାରେ ଦେଶରେ ୪୩୧ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଦେଶରେ ମୋଟ୍‌ ୩,୩୩,୪୭,୩୨୫ ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିବା ପରେ ମୃତ୍ୟୁସଂଖ୍ୟା ୪,୪୩,୯୨୮ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୩୮,୩୦୩ ୨୪ ଘଂଟାରେ କରୋନାରୁ ସୁସ୍ଥ ହୋଇଛନ୍ତି। ଆଉ ଏବେ ଦେଶରେ ମୋଟ୍‌ ୩,୨୫,୬୦,୪୭୪ରେ ପହଞ୍ଚିଲାଣି ସୁସ୍ଥଙ୍କ ସଂଖ୍ୟା। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦେଶରେ ଏବେ ବି ୩,୪୨,୯୨୫ ଆକ୍ଟିଭ୍‌ କେସ୍‌ ରହିଛି ଯାହାକୁ ନେଇ କେନ୍ଦ୍ର ସରକାରଙ୍କ ଚିନ୍ତା ବଢିଛି।

Advertisment

ଏପଟେ, ଗତ କିଛିଦିନ ହେବ ରାଜ୍ୟରେ କରୋନା ସଂକ୍ରମଣ କମିଥିବା ବେଳେ ସଂକ୍ରମଣ ପୁଣି ବଢ଼ିଛି। ରାଜ୍ୟରେ ୨୪ ଘଣ୍ଟାରେ ୫୮୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୪ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୭ ଜଣ ଆକ୍ରାନ୍ତ ଅଛନ୍ତି। କ୍ୱାରେଣ୍ଟିନରୁ ୩୩୬ ଚିହ୍ନଟ ହୋଇଥିବା ଲୋକାଲ କେସ୍ ୨୪୪ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୨୬୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Advertisment

ଆଜି ଚିହ୍ନଟ ୫୮୦ ପଜିଟିଭ୍‌ଙ୍କ ମଧ୍ୟରୁ ଅନୁଗୁଳରୁ ୬ ଜଣ, ବାଲେଶ୍ୱରରୁ ୧୭ ଜଣ, ବରଗଡ଼ରୁ ୮ ଜଣ, ଭଦ୍ରକରୁ ୭ ଜଣ, କଟକରୁ ୮୭ ଜଣ, ଦେବଗଡ଼ରୁ ୨ ଜଣ, ଢେଙ୍କାନାଳରୁ ୯ ଜଣ, ଜଗତସିଂହପୁରରୁ ୧୩, ଯାଜପୁରରୁ ୨୯, ଝାରସୁଗୁଡ଼ାରୁ ୧୧, କେନ୍ଦ୍ରାପଡ଼ାରୁ ୧୦, କେନ୍ଦୁଝରରୁ ୧, ଖୋର୍ଦ୍ଧାରୁ ୨୬୧ ଜଣ, କୋରାପୁଟରୁ ୪, ମାଲକାନଗିରିରୁ ୧, ମୟୁରଭଞ୍ଜରୁ ୭ ଜଣ, ନୟାଗଡ଼ରୁ ୭, ପୁରୀରୁ ୧୮ ଜଣ, ରାୟଗଡ଼ାରୁ ୬ ଜଣ, ସମ୍ବଲପୁରରୁ ୬ ଜଣ, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୧୦ ଜଣ ଓ ଷ୍ଟେଟ ପୁଲ୍‌ରୁ ୫୯ଜଣ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୭ ହଜାର ୭୧୮ରେ ପହଞ୍ଚି ଥିବାବେଳେ ଆକ୍ଟିଭ୍‌ କେସ୍‌ ୬୨୯୦ ରହିଛି।

Coronavirus India COVID19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ