Advertisment

ଦେଶରେ ପୁଣି ବଢିଲା ସଂକ୍ରମଣ: ୨୪ ଘଣ୍ଟାରେ ୨୭ ହଜାର ଆକ୍ରାନ୍ତ ହେଲେ ଚିହ୍ନଟ

ଦେଶରେ ପୁଣି ଥରେ ବଢିଲା କରୋନା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୨୭,୧୭୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାସହ ୨୪ ଘଂଟାରେ ୨୮୪ ଜଣଙ୍କ ପ୍ରାଣ ନେଇଛି ମହାମାରୀ।

undefined

Corona

Advertisment

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ବଢିଲା କରୋନା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୨୭,୧୭୬ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହାସହ ୨୪ ଘଂଟାରେ ୨୮୪ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ଆଉ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ୩,୩୩,୧୬,୭୫୫ରେ ପହଞ୍ଚିଲାଣି ସଂକ୍ରମଣ। ଠିକ୍‌ ସେହିପରି ମୃତ୍ୟୁସଂଖ୍ୟା ୪,୪୩,୪୯୭ରେ ପହଞ୍ଚିଛି। କେବଳ ଏତିକି ନୁହେଁ ବରଂ ୨୪ ଘଂଟାରେ ଦେଶରେ ୩୮,୦୧୨ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ବି ଦେଶରେ ୩,୫୧,୦୮୭ ଆକ୍ଟିଭ୍‌ କେସ୍‌ ରହିଛି। ଯାହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଚିନ୍ତା ବଢିଛି।

Advertisment

ଆମେ ଯଦି ରାଜ୍ୟ କଥା କହିବା ତେବେ, ରାଜ୍ୟରେ ୨୪ ଘଣ୍ଟାରେ ୪୫୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୩ ଆକ୍ରାନ୍ତ ଅଛନ୍ତି।କ୍ୱାରେଣ୍ଟିନରୁ ୨୬୫ ଓ ଲୋକାଲ କେସ୍ ୧୯୨ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୨୦୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ଚିହ୍ନଟ ୪୫୭ ଜଣଙ୍କ ମଧ୍ୟରୁ ଅନୁଗୁଳରୁ ୫ ଜଣ, ବାଲେଶ୍ୱରରୁ ୨୮ ଜଣ, ବରଗଡ଼ରୁ ୪ ଜଣ, ଭଦ୍ରକରୁ ୧୦ ଜଣ, ବଲାଙ୍ଗିରରୁ ୧, କଟକରୁ ୪୪ ଜଣ, ଦେବଗଡ଼ରୁ ୩ ଜଣ, ଢେଙ୍କାନାଳରୁ ୧ ଜଣ, ଗଜପତିରୁ ୩ ଜଣ, ଗଞ୍ଜାମରୁ ୮ ଜଣ, ଜଗତସିଂହପୁରରୁ ୧୦ ଜଣ, ଯାଜପୁରରୁ ୧୮ ଜଣ, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୧, କେନ୍ଦ୍ରାପଡ଼ାରୁ ୩ ଜଣ, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ୨୦୭ ଜଣ, ମାଲକାନଗିରିରୁ ୧, ମୟୁରଭଞ୍ଜରୁ ୧୯ ଜଣ, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୪ ଜଣ, ପୁରୀରୁ ୭ ଜଣ, ରାୟଗଡ଼ାରୁ ୭ ଜଣ, ସମ୍ବଲପୁରରୁ ୩ ଜଣ, ସୁନ୍ଦରଗଡ଼ରୁ ୧୦ ଜଣ ଓ ଷ୍ଟେଟ ପୁଲ୍‌ରୁ ୪୭ଜଣ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୭ ହଜାର ୭୧୮ରେ ପହଞ୍ଚି ଥିବାବେଳେ ଆକ୍ଟିଭ୍‌ କେସ୍‌ ୬୨୯୦ ରହିଛି।

Advertisment
Coronavirus India COVID19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ